Empowering women: ଜୟପୁର (ପବନ ପାଣିଗ୍ରାହୀ): ମହିଳାମାନଙ୍କୁ ଆତ୍ମନିର୍ଭର ଶୀଳ କରାଇବା ପାଇଁ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ତରଫରୁ ଅଭିନବ ପ୍ରୟାସ। ସ୍ୱୟଂ ସହାୟକା ଗୋଷ୍ଠି ମାଧ୍ୟମରେ ମହିଳାଙ୍କ ଦକ୍ଷତା ଅନୁଯାୟୀ ମିଳୁଛି ସରକାରୀ ପ୍ରୋତ୍ସାହନ। ପୂର୍ବରୁ ଅନେକ SHG ମହିଳାଙ୍କୁ ଷ୍ଟଲ, କ୍ୟାଣ୍ଟିନ ଏବଂ ଇଟା ଫ୍ୟାକ୍ଟେରି, ମାଛ ଛାଷ, କୁକୁଡ଼ା ଘର ପରିଚାଳନା ଦାୟିତ୍ୱ ହସ୍ତାନ୍ତର କରିଥିବା ବେଳେ। ନୂତନ ଆହାର କେନ୍ଦ୍ର,ସିଲେଇ କେନ୍ଦ୍ର ,ଗ୍ରସରୀ ସପ ଏବଂ ବିୟୁଟି ପାର୍ଲର ଲୋକାର୍ପିତ ହୋଇଛି।ଏସବୁ ର ପରିଚାଳନା ଦାୟିତ୍ବ SHG ଗ୍ରୁପ ର ମହିଳା ଙ୍କ ହାତରେ ନ୍ୟସ୍ତ କରିଛି ପ୍ରଶାସନ।


COMMERCIAL BREAK
SCROLL TO CONTINUE READING

ମହିଳାଙ୍କୁ ଆତ୍ମ ନିର୍ଭର ଶୀଳ କରିବା ଲକ୍ଷରେ ପ୍ରଶାସନ। ବୋରିଗୁମ୍ମା ବ୍ଲକରେ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ତରଫରୁ ପ୍ରୟାସ ଜାରି। ବୋରିଗୁମ୍ମା ବ୍ଲକରେ ସ୍ବୟଂ ସହାୟକ ଗୋଷ୍ଠି ମାଧ୍ୟମରେ ଯୋଗାଇ ଦିଆଯାଉଛି ସରକାରୀ ପ୍ରୋତ୍ସାହନ। ଗତ ଦୁଇ ବର୍ଷ ହେବ ଏଭଳି ଯୋଜନା ଆରମ୍ଭ କରାଯାଇ ଅନେଇ ମହିଳାଙ୍କୁ ନିଯୁକ୍ତିର ସୁଯୋଗ ଦିଆଯାଇଛି। ପ୍ରଥମେ ମାଛ ଚାଷ, ଇଟା ଫ୍ୟାକ୍ଟେରି, କୁକୁଡ଼ା ଚାଷ, ମସଲା ଫେକ୍ଟେରି, ଜୋତା ଫେକ୍ଟେରି, କ୍ୟାଣ୍ଟିନ, ବଜାର ଗୃହ ଏବଂ ଦୁଗ୍ଧ ବିକ୍ରୟ କେନ୍ଦ୍ର,ଫୁଡ଼ ବଜାର ଗୁଡିକ ନିର୍ମାଣ କରାଯାଇଛି। ଗ୍ରାମାଞ୍ଚଳର SHG ମହିଳାଙ୍କୁ ଏସବୁର ପରିଚାଳନା ଦାୟିତ୍ୱ ଦିଆଯାଇଛି। ବ୍ଲକର ୩୧ଟି ପଞ୍ଚାୟତର ୨୭୦ଟି SHG ମହିଳାଙ୍କୁ ଦକ୍ଷତା ଅନୁଯାୟୀ ପ୍ରୋତ୍ସାହନ ଯୋଗାଇଛି ପ୍ରଶାସନ। କେତେ କଂସାରେ ସଫଳ ହୋଇଥିବା ବେଳେ କିଛି ପ୍ରକଳ୍ପର ପରିଚାଳନା ବ୍ୟତିକ୍ରମ ମଧ୍ୟ ସାମ୍ନାକୁ ଆସିଛି। 


ଏଭଳି ସ୍ଥଳେ ଓଡ଼ିଶା ଜୀବିକା ମିଶନ ଓ ମିଶନ ଶକ୍ତି ପକ୍ଷରୁ ନୂତନ ଭାବେ ବିୟୁଟି ପାର୍ଲର, ଗ୍ରୋସରୀ ସପ, ସିଲେଇ କେନ୍ଦ୍ର, ଆହାର କେନ୍ଦ୍ର ଭଳି ଯୋଜନା କରାଯାଇଛି। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀ ପତି ଏସବୁର ଶୁଭାରମ୍ଭ କରିଛନ୍ତି। ସିଲେଇ କେନ୍ଦ୍ରରେ ୪୦ଟି ସିଲେଇ ମେସିନ ରହିଛି। ଚାରୋଟି SHG ଗ୍ରୁପର ୪୦ ଜଣ ମହିଳାଙ୍କୁ ଏହି ସିଲେଇ କେନ୍ଦ୍ର ଦାୟିତ୍ୱ ମିଳିଛି। ଗ୍ରୁପର ମହିଳାମାନେ ଏବେ ସିଲେଇ କରି ଆତ୍ମନିର୍ଭର ଶୀଳ ହୋଇ ପାରିବେ। ମା ମଙ୍ଗଳା, ଉପାସନା, ପ୍ରଶାନ୍ତୀ ଏବଂ ଜୟଗୁରୁ ଭଳି SHGଙ୍କୁ ମିଳିଛି ସିଲେଇ କେନ୍ଦ୍ରର ଦାୟିତ୍ୱ। ଏମାନେ ସ୍କୁଲ ୟୁନିଫର୍ମ, ପଟିଆଲା ପେଣ୍ଟ, ସୂଟ, ପିଲାଙ୍କ ପେଣ୍ଟ, ଝିଅ ପିଲାଙ୍କ ସାର୍ଟ ସିଲେଇ ଆରମ୍ଭ କରିଛନ୍ତି। ପ୍ରଶାସନର ଏଭଳି ପ୍ରୟାସକୁ ସ୍ୱାଗତ କରିଛନ୍ତି ଗ୍ରୁପ ମହିଳାମାନେ।


ବୋରିଗୁମ୍ମା ବ୍ଲକ ପ୍ରଶାସନ କିଛି ନୂଆ ନୂଆ ଯୋଜନା କରି ଚର୍ଚ୍ଚା ରେ ରହି ଆସିଛି। ପୂର୍ବରୁ ମନରେଗା ଯୋଜନାରେ ଭଲ ପ୍ରଦର୍ଶନ କରି ପୁରସ୍କୃତ ହୋଇଛି। ଗତ ସ୍ବାଧୀନତା ଦିବସରେ କିଛି ନୂଆ ନୂଆ ଯୋଜନା କରି ସେଥିରେ ବି ପୁରସ୍କୃତ ହୋଇଛି।ଶାନ୍ତି SHGକୁ ଆହାର କେନ୍ଦ୍ର ଦାୟିତ୍ୱ, ତାରାତାରିଣୀ ଗ୍ରୁପକୁ ବିୟୁଟି ପାର୍ଲାର ଦାୟିତ୍ୱ ଏବଂ ମିଶନ ଶକ୍ତି ମହାସଂଘକୁ ଗ୍ରୋସରୀ ସପର ଦାୟିତ୍ୱ ପ୍ରଦାନ କରାଯାଇଛି। ଏସବୁ ର ସଠିକ ପରିଚାଳନା କରି ନିଜେ ସ୍ୱଭାଲମ୍ବୀ ହେବ ସହ ଅନ୍ୟ ମାନଙ୍କ ମଧ୍ୟ ଏଥିରେ ସାମିଲ କରିବୁ ବୋଲି କହିଛନ୍ତି ମହିଳା ମାନେ। 


ସେପଟେ ଆଗକୁ ମଧ୍ୟ ମହିଳା ମନକୁ ଆତ୍ମନିର୍ଭଳ ଶୀଳ କରିବା ପାଇଁ ପ୍ରୟାସ କରାଯିବ ।ବ୍ଲକ ର ବିଭିନ୍ନ ପଞ୍ଚୟତ ରେ ଆଉ ୪ ଟି ସିଲେଇ କେନ୍ଦ୍ର ଏବଂ ଗ୍ରୋସରି ସପ ଖୋଲା ଯାଇ SHG ମାନଙ୍କୁ ଦାଇତ୍ୱ ଦିଆଯିବ ବୋଲି କହିଛନ୍ତି ଜୟପୁର ବିଧାୟକ ତାର ପ୍ରସାଦ ବାହିନୀ ପତି।


ମହିଳାମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ ଅନେକ ପ୍ରକାର ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ ତ କରୁଛି ପ୍ରଶାସନ। ହେଲେ ଏସବୁ ଯୋଜନା କିଭଳି ସଠିକ ପରିଚାଳନ ହେବ ସେ ଦିଗରେ ମଧ୍ୟ ଯତ୍ନବାନ ହେବା ଜରୁରୀ ହୋଇପଡ଼ିଛି।