Pangi and Gamang Joins BRS: ଭୁବନେଶ୍ୱର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପୂର୍ବତନ କୋରାପୁଟ ସାଂସଦ (Koraput MP) ଜୟରାମ ପାଙ୍ଗି (Jayram Pangi) ତେଲେଙ୍ଗାନା (Telengana) ମୁଖ୍ୟମନ୍ତ୍ରୀ (Chief Minister) କେ ଚନ୍ଦ୍ରଶେଖର ରାଓଙ୍କ (K. Chandrasekhar Rao) ରାଜନୈତିକ ଦଳ (Political Party) ଭାରତ ରାଷ୍ଟ୍ର ସମିତି (BRS)ରେ (Bharat Rastra Samiti) ଯୋଗଦେବାକୁ ପ୍ରସ୍ତୁତ ଅଛନ୍ତି। ପାଙ୍ଗୀ (Jayram Pangi) ଗତ ଜାନୁଆରୀ ୨୭ରେ ହାଇଦ୍ରାବାଦରେ (Hyderabad) BRSରେ ଯୋଗଦେବେ ବୋଲି ଜଣାପଡ଼ିଛି। ପାଙ୍ଗି (Jayram Pangi) କହିଛନ୍ତି ଯେ ଯେଉଁମାନେ ଜାନୁଆରୀ ୨୭ରେ BRSରେ ଯୋଗଦେବାକୁ ଚାହୁଁଛନ୍ତି ସେମାନେ ସେହିଦିନ ଯୋଗଦାନ କରିପାରିବେ। ସେ କହିଛନ୍ତି ଯେ ଏହି ମିଶ୍ରଣ ଉତ୍ସବ ପରେ ସମ୍ପୃକ୍ତ ଜିଲ୍ଲା ତଥା ରାଜ୍ୟରେ ଆୟୋଜିତ ହେବ। ତେବେ ସେ କହିଛନ୍ତି ଯେ ବିଆରଏସରେ (BRS) ଆଉ କିଏ ଯୋଗ ଦେଉଛନ୍ତି ସେ ଜାଣି ନାହାଁନ୍ତି।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଗତ ୨୭ ତାରିଖରେ ପାଙ୍ଗୀ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ର ଶେଖର ରାଓଙ୍କୁ ଭେଟିଥିଲେ। ଏହା ପରେ ସେ ବିଆରଏସରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଶ୍ରୀ ପାଙ୍ଗୀ ଚାରି ଚାରି ଥର ବିଧାୟକ ରହି ସାରିଛନ୍ତି। ଏହା ପରେ ୨୦୦୯ ମସିହାରେ ବିଜେଡ଼ିରୁ ଟିକଟ ପାଇ କୋରାପୁଟ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚନ ହୋଇଥିଲେ। ପରେ ସେ ବିଜେପିରେ ସାମିଲ ହୋଇଥିଲେ। ୨୦୧୯ ମସିହାରେ ସେ ବିଜେପି ଟିକଟରୁ ସାଂସଦ ଭାବେ ନିର୍ବାଚନ ଲଢିଥିଲେ। ନିର୍ବାଚନ ହାରିଯିବା ସହିତ ସେ ତୃତୀୟ ସ୍ଥାନରେ ରହିଥିଲେ। ପରେ ଗତବର୍ଷ ୨୦୨୨ ମସିହା ଏପ୍ରିଲ ୧ ତାରିଖରେ ସେ ଦଳରୁ ଇସ୍ତଫା ପ୍ରଦାନ କରିଥିଲେ। 


ସେହିପରି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ମଧ୍ୟ ବିଜେପିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଆଜି ଜାନୁଆରୀ ୨୫ ତାରିଖରେ ଗିରିଧାରୀ ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ତାଙ୍କର ଇସ୍ତଫା ପତ୍ର ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିକଟକୁ ପଠାଇ ଦେଇଛନ୍ତି। ତୃଣମୂଳ ସ୍ତର ପଦରୁ ଇସ୍ତଫା ପ୍ରଦାନ କରିଥିବା ନେଇ ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି। ଦଳରୁ ଇସ୍ତଫା ପ୍ରଦାନ କରିବା ପରେ ସେ ବିଆରଏସରେ ଯୋଗ ଦେବେ ବୋଲି ସୂଚନା ରହିଛି।