ବଦଳିବ ଢେଙ୍କାନାଳ ଜିଲ୍ଲା ଭାଗ୍ୟ।  ଏବେ  ଜିଲ୍ଲାବାସୀଙ୍କୁ ମିଳିବ ସମସ୍ତ ସରକାରୀ ସହାୟତା।   କେନ୍ଦ୍ର ସରକାର ଦେଶରେ ୧୧୫ ଆକାଂକ୍ଷୀ ଜିଲ୍ଲା ମଧ୍ୟରେ ଢେଙ୍କାନାଳକୁ ମନୋନୀତ କରିଛନ୍ତି।  ଜିଲ୍ଲାର ବିକାଶ ଧାରା କିଭଳି ଆଗକୁ ନିଆଯାଇ ପାରିବ ସେନେଇ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଢେଙ୍କାନାଳ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲ୍ଲା ହୋଇଥିବାରୁ ଏହାର ବିକାଶର ଦାୟୀତ୍ବ ନେଇଛନ୍ତି।  କେନ୍ଦମନ୍ତ୍ରୀ  ନିଜେ  ୩  ଦିନ ଢେଙ୍କାନାଳରେ ରହି  ଜିଲ୍ଲାର ବିଭିନ୍ନ ସ୍ଥାନକୁ  ଯାଇ  ଲୋକଙ୍କ ସହ ଆଲୋଚନା କରିଥିଲେ।  କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କିଭଳି ଭାବରେ ଲୋକଙ୍କ ପାଖରେ ପହଞ୍ଚୁଛି ସେନେଇ ସମୀକ୍ଷା କରିଛନ୍ତି।  ତିନି  ଦିନଆ  ଗସ୍ତ ସମୟରେ ପ୍ରଥମ ଦିନ ଢେଙ୍କାନାଳ, ଦ୍ବିତୀୟ ଦିନରେ ପର୍ଜଙ୍ଗ ଏବଂ ତୃତୀୟ ଦିନରେ ତାଳଚେର ଏବଂ ଅନୁଗୁଳ ବାସୀଙ୍କୁ  ସାକ୍ଷାତ କରିଛନ୍ତି।  ବିଶେଷ ଭାବେ  ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଓ୍ବାନ ନେସନ ଓ୍ବାନ କାର୍ଡ,  ପିଏମ କିଷାନ  ଯୋଜନାରେ କୃଷକଙ୍କୁ ଆର୍ଥିକ  ସହାୟତା ଏହିଭଳି  ଅନେକ  ଯୋଜନାର ଲାଭ ବିଷୟରେ ଆଲୋଚନା କରିଛନ୍ତି।  ଏହା ସହ  ଜିଲ୍ଲାରେ  ଶିକ୍ଷା, ସ୍ବାସ୍ଥ୍ୟ, ମୌଳିକ  ଦକ୍ଷତା ଓ  ଗମନାଗମନ ଭଳି ବିଭିନ୍ନ କ୍ଷେତ୍ରରେ କିଭଳି କେନ୍ଦ୍ର ସରକାର ସହୟତା ଦେଇପାରିବେ ସେ ଦିଗକୁ ମଧ୍ୟ  ଫୋକସ  କରିଛନ୍ତି କେନ୍ଦ୍ରମନ୍ତ୍ରୀ।  ଏହା ସହ ଢେଙ୍କାନାଳକୁ  କିଭଳି ଏକ ମଡେଲ ଜିଲ୍ଲା କରାଯାଇ ପାରିବ ସେ ଦିଗକୁ  ଫୋକସ କରିବା ପାଇଁ ଜିଲ୍ଲା ବାସୀଙ୍କ ଆହ୍ବାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ। 
 
ଦେଶର ଶ୍ରେଷ୍ଠ ୫ ଆକାଂକ୍ଷୀ ଜିଲ୍ଲା ତାଲିକାରେ ତୃତୀୟ ସ୍ଥାନରେ ରହିଛି ମାଲକାନଗିରି।  ନୀତି ଆୟୋଗଙ୍କ  ଆକାଂକ୍ଷୀ ଜିଲ୍ଲା ତାଲିକାର ୩ୟ ସ୍ଥାନରେ ମାଲକାନଗିରି ଜିଲ୍ଲା ରହିଛି।  ତୃତୀୟ ସ୍ଥାନରେ ମାଲକାନଗିରି ଜିଲ୍ଲା ଥିବା ବେଳେ ପ୍ରଥମରେ ଆସାମର ଉଦଲଗିରି,  ଦ୍ୱିତୀୟରେ କର୍ଣ୍ଣାଟକର ୟାଦଗିର୍‌,  ଚତୁର୍ଥରେ ଛତିଶଗଡ଼ର ସୁକମା ଏବଂ ପଞ୍ଚମ ସ୍ଥାନରେ ବିହାରର ପୂର୍ଣ୍ଣିଆ ଜିଲ୍ଲା ରହିଛି।


COMMERCIAL BREAK
SCROLL TO CONTINUE READING

ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ଆବଶ୍ୟକତା, ଦକ୍ଷତା ଓ ଆର୍ଥିକ ବିକାଶ ଉପରେ ଗୁରୁତ୍ୱାରୋପ ଦେବା ପାଇଁ କେନ୍ଦ୍ର ସରକାର ୨୦୧୮ ମସିହା ଜାନୁଆରୀ  ମାସରୁ  ଆରମ୍ଭ  କରିଥିଲେ  ଆକାଂକ୍ଷୀ ଜିଲ୍ଲା’ କାର୍ଯ୍ୟକ୍ରମ।  ଏଥିରେ  ସମଗ୍ର  ଦେଶର  ମୋଟ୍‌  ୧୧୫  ପଛୁଆ ଜିଲ୍ଲାକୁ ନିଆଯାଇଥିଲା।  ସେଥିରେ ରାଜ୍ୟରୁ  ୧୦  ଜିଲ୍ଲା ରହିଛି।