Fire in Train: ପାସେଞ୍ଜର ଟ୍ରେନ ଇଞ୍ଜିନରେ ଲାଗିଲା ନିଆଁ। ମଙ୍ଗଳବାର ଗୋନ୍ଦୀଆ ଝାରସୁଗୁଡା ପାସେଞ୍ଜର ଟ୍ରେନ ଇଞ୍ଜିନରେ ଅଗ୍ନିକାଣ୍ଡ ହୋଇଥିବାର ଖବର ମିଳିଛି। ବ୍ରଜରାଜନଗର ରେଳ ଷ୍ଟେସନ ଠାରେ ନିଆଁ ଲାଗିଥିବା ସୂଚନା ମିଳିଛି। ଏହି ଘଟଣା ପରେ ମୁମ୍ୱାଇ ହାୱାଡା ମାର୍ଗରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅଗ୍ନିକାଣ୍ଡ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଏହି ଘଟଣାରେ କେହି ଆହତ ହୋଇନଥିବା ଖବର ମିଳିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ରେଳ ବିଭାଗ ଏହାର ତଦନ୍ତ କରୁଛି।


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ଝାରସୁଗୁଡା ଜିଲ୍ଲାର (Jharsuguda District) ବ୍ରଜରାଜନଗର ରେଳ ଷ୍ଟେସନ (Brajrajnagar Railway Station) ଠାରେ ହୋଇଯାଇଛି ଅଗ୍ନିକାଣ୍ଡ। ଗୋନ୍ଦୀଆ ଝାରସୁଗୁଡା ପାସେଞ୍ଜର (Jharsuguda Gondia Passenger) ଟ୍ରେନ ଇଞ୍ଜିନରେ (Train Engine) ଲାଗିଯାଇଛି ନିଆଁ। ଯାହା ଫଳରେ ମୁମ୍ବାଇ ହାୱାଡା ମୁଖ୍ୟ ମାର୍ଗରେ (Mumbai Howrah Railway Route) ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହି ଘଟଣା ପରେ ବ୍ରଜରାଜନଗର ରେଳ ଷ୍ଟେସନ ଠାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଏହି ଘଟଣାରେ କେହି ଆହତ ହୋଇନଥିବାର ଖବର ମିଳିଛି। ନିଆଁ ଲାଗିବାର କାରଣ ଖୋଜୁଛି ରେଳ ବିଭାଗ (Indian Railway)।