Puri Fire tragedy: ଦୀର୍ଘ ୧୨ ଘଣ୍ଚା ପରେ ବି ଲିଭୁନି ଘଣ୍ଚା ପରେ । ଏବେ ଧୂଆଁମୟ ହୋଇରହିଛି ପୂରା ପରିବେଶ । ପୁରୀ ମରଚେଇକୋଟ ଛକ ନିକଟ ବଡଦାଣ୍ଡରେ ଥିବା ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ( Puri Laxmi Market Complex) ଗତକାଲି ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହାକୁ ଆୟତ୍ତ କରାଯାଇପାରିନାହିଁ ।ପ୍ରଥମ ମହଲାରେ ଲାଗିଥିବା ନିଆଁ ଦ୍ବିତୀୟ ମହଲାକୁ ବ୍ୟାପିଛି, ଫଳରେ ସେଠାରେ ଥିବା ବ୍ୟାଙ୍କ ଓ ସମ୍ରାଟ ଫ୍ୟାଶନକୁ ନିଆଁ ବ୍ୟାପିଥିବା ଜଣାପଡ଼ିଛି । ଗତକାଲି ରାତି ୮ଟାରୁ ଆଜି ସକାଳ ୮ଟା ଯାଏଁ ଅର୍ଥାତ୍ ୧୨ ଘଣ୍ଚା ପରେ ବି ଅଣାୟତ ରହିଛି ପରିସ୍ଥିତି, ସେପଟେ ନିଆଁ ଲିଭାଇବାରେ ନିୟୋଜିତ ଅଗ୍ନିଶମ ବାହିନୀଙ୍କୁ( Fire Brigade) ନାକେଦମ ହେବାକୁ ପଡ଼ିଛି ।


COMMERCIAL BREAK
SCROLL TO CONTINUE READING

ଏକ ଲୁଗା ଦୋନାନରେ ସଟସର୍କିଟ( Short Circuit) ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡି଼ଛି। ତିନି ମହଲା ବିଶିଷ୍ଟ ଏହି କମ୍ପ୍ଲେକ୍ସରେ ଗୋଟିଏ ବ୍ଯାଙ୍କ, ଜୁଏଲେରୀ, ଲୁଗା ଦୋକାନ ସହ ଅନେକ ବ୍ଯବସାୟ ପ୍ରତିଷ୍ଠାନ ରହିଥିବା ବେଳେ ବଳଭଦ୍ର ଅତିଥି ଭବନ ମଧ୍ୟ ଲାଗି ରହିଛି। ତେବେ ଅନ୍ତେବାସୀ ଭକ୍ତ କହିଛନ୍ତି ଯେ, ହୋଟେଲ ସମ୍ରାଟରେ ମହାରାଷ୍ଟ୍ର ଓ ଓଡିଶାର ପ୍ରାୟ ତିନି ଶହ ପର୍ଯ୍ୟଟକ ରହିଥିଲେ ଅଗ୍ନିକାଣ୍ଡ ଫଳରେ ପ୍ରବଳ ଧୂଆଁ ବାହାରିବାରୁ ଅଣନିଶ୍ୱସୀ ହୋଇପଡି଼ଥିଲେ। ନିଆଁ ଲାଗିବା ପରେ ସମସ୍ତେ ବାହାରକୁ ଆସିଥିଲେ। ଫଳରେ ସେମାନେ ଅଳ୍ପକେ ରକ୍ଷା ପାଇଯାଇଥିବା କହିଛନ୍ତି। ଅଗ୍ନିକାଣ୍ଡରେ କେହି ମୃତ୍ୟୁ ବରଣ କରିନଥିଲେ ମଧ୍ୟ ଜଣେ ଭିନ୍ନକ୍ଷମଙ୍କ ସମେତ ତିନି ଜଣ ଆହତ ହୋଇଥିବା ସୂଚନା ରହିଛି । ଆହତମାନଙ୍କୁ ପୁରୀ ସଦର ହସପିଟାଲରେ ଭର୍ତ୍ତି କରାଯାଇଛି। ସୁନା ଦୋକାନୀ ସମସ୍ତ ଆସବାବପତ୍ର ଖାଲି କରିଦେଇଛନ୍ତି। ତେବେ ଗହଣା ଉଦ୍ଧାର କାର୍ଯ୍ଯରେ ବାଧା ଦେବା ଅଭିଯୋଗରେ ୪ ଜଣଙ୍କୁ ଉଠାଇ ନେଇଛି ପୋଲିସ। ସେପଟେ ଗତକାଲିଠାରୁ ପୁରୀ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରାୟ ୬ଟି ଦମକଳ ବାହିନୀ ଅପରେସନ ଜାରି ରଖିଛନ୍ତି। ଉଦ୍ଧାରକାର୍ଯ୍ଯ ଚାଲିଥିବା ବେଳେ ଅଗ୍ନିଶମ ବିଭାଗର ୫ରୁ ଉର୍ଦ୍ଧ୍ବ କର୍ମଚାରୀ ଅଣନିଶ୍ୱସୀ ହେବା ସହ ଆହତ ହୋଇଛନ୍ତି। ପର୍ଯ୍ଯାପ୍ତ ଅକ୍ସିଜେନ ସିଲିଣ୍ଡର କିଟ୍ ଯୋଗାଇ ଦିଆଯାଇଛି। ଯାହା ଦ୍ୱାରା ନିଆଁ ଲାଗିଥିବା ସ୍ଥଳରେ ପହଞ୍ଚିବା ସମ୍ଭବ ହୋଇପାରିଛି। ଘଟଣାସ୍ଥଳରେ ଡେପୁଟି ଅଗ୍ନିଶମ ବିଭାଗ ଅଫିସର , ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସପି ମିହିର ପଣ୍ଡା, ସିଟିଡିଏସପି, ଟାଉନଥାନା ଆଇଆଇସି ଗୋକୁଳାନନ୍ଦ ଦାସ, କୁମ୍ଭାରପଡା ଥାନାଧିକାରୀ, ସିଂହଦ୍ୱାର ଥାନାଧିକାରୀ ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି। ହେଲେ ଦୀର୍ଘ ୧୨ ଘଣ୍ଟା ପରେ ବି ନିଆଁ ଅଣାୟତ ରହିଛି । ପରିସ୍ଥିତି ଅସମ୍ଭାଳ ହେବାରୁ ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଯଦିଓ କୌଣସି ଜୀବନ ହାନୀ ହୋଇନାହିଁ। କିନ୍ତୁ ଧୀରେ ଧୀରେ ବିପଦଶଙ୍କୁଳ ହେଉଛି ପୁରୀ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ କୋଠା ଓ ଆଖପାଖ କୋଠାବାଡି଼ ।ନିଆଁର ଉତ୍ତାପ ଏତେ ମାତ୍ରାରେ ରହିଛି ଭିତରକୁ ନିଆଁ ଲିଭା ଟିମକୁ ଯିବାପାଇଁ ନାକେଦମ ହେବାକୁ ପଡୁଛି । ଭିତର ବନ୍ଦ ରହିଥିବା କୋଠରୀର ସାମଗ୍ରୀରେ ନିଆଁ ଏଯାବତ କୁହୁଳୁଥିବାର ଜଣାପଡୁଛି । ଉତ୍ତାପ ମାତ୍ରା ଏତେ ତେଜ ରହିଛି ଯେ ଦୋକାନର ସଟର ତରଳିବାରେ ଲାଗୁଛି । କିଛି କାଚ ମଧ୍ୟ ନିଆଁ ପ୍ରଭାବରୁ ଫାଟୁଥିବା ଜଣାପଡୁଛି । ତେଣୁ ଭିତରେ ବନ୍ଦ ରହିଥିବା ଦୋକାନ ଗୁଡିକର ସଟର କାଟି ନିଆଁ ଲିଭାଇବା ପାଇଁ ଆପ୍ରାଣ ଚେଷ୍ଟା କରାଯାଉଛି । ସେପଟେ ଅଗ୍ନିଶମ ବିଭାଗର ଡେପୁଟି ଫାୟାର ଅଫିସର ଓ ପୂରା ଫାୟାର ଟିମ( Fire Brigade) ନିଜର ଦମ ଲଗାଇଛନ୍ତି । ଓଡ୍ରାଫ ଟିମ ମଧ୍ୟ ନିଜର ପ୍ରଚେଷ୍ଟା ଜାରି ରଖିଛି। ସେପଟେ ଅନେକ ପର୍ଯ୍ୟଟକଙ୍କ ଆସବାବପତ୍ର ଏବେ ଭିତରେ ରହିଛି । ଅନ୍ୟପଟରେ ଭିତରେ ଗୋଟିଏ ବ୍ୟାଙ୍କର ଶାଖା ରହିଥିବାରୁ ସେଠି କୌଣସି କ୍ଷତି ହୋଇଛି କି ନାହିଁ ସେନେଇ ମଧ୍ୟ ଆଶଙ୍କା ଲାଗି ରହିଛି । ସ୍ୱତନ୍ତ୍ର ପାର୍କିଂ ନଥିବା ବେଳେ ଉଠାଦୋକାନୀ ମାନଙ୍କ ଭିଡ ଯୋଗୁଁ ଉଦ୍ଧାରକାର୍ଯ୍ଯ ବାଧାପ୍ରାପ୍ତ ହୋଇଥିଲା। ପ୍ରଥମେ କମ୍ପ୍ଲେକ୍ସ ସାମ୍ନାରୁ ହଟାଇବା ପରେ ଦମକଳ ବାହିନୀକୁ ଉଦ୍ଧାରକାର୍ଯ୍ଯ କରିବା ପାଇଁ ସହଜ ହୋଇଥିଲା।


ଯେହେତୁ ସିମେଣ୍ଟ ଚଟାଣ ଓ କାନ୍ଥରେ ନିଆଁ ଲାଗିଛି ଏହା ଧିରେ ଧିରେ ବିସ୍ତାରିତ ହେବାରେ ଲାଗିଛି। ଏହି ନିଆଁକୁ ଲିଭାଇବା ପାଇଁ ଦମକଳ ବାହିନୀକୁ ନାକେଦମ ହେବାକୁ ପଡୁ଼ଛି। ତେବେ ବଡଦାଣ୍ଡରେ ଏଭଳି ଘଟଣା ସମସ୍ତଙ୍କୁ ଆତଙ୍କିତ କରିଛି। ବଡଦାଣ୍ଡ ଦୁଇପାର୍ଶ୍ୱରେ ବହୁ ବର୍ଷର ପୁରୁଣା କୋଠା ରହିଛି। ଏଥିରେ ଇଲେକ୍ଟ୍ରୀ ଓ ଫାୟାର ସେପ୍ଟି ବ୍ଯବସ୍ଥା ବେଶ୍ ଦୁର୍ବଳ। ରଥଯାତ୍ରା ଓ ବିଭିନ୍ନ ପର୍ବପର୍ବାଣି ସମୟରେ ହଜାର ହଜାର ଭକ୍ତଙ୍କ ଗହଳି ହୋଇଥାଏ। ହେଲେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଯେତିକି ଗୁରୁତ୍ୱ ଦେବା କଥା ଦିଆଯାଉନାହିଁ। ଫଳରେ ଯଦି ଏଭଳି ଦୁର୍ଘଟଣା ଘଟେ ବଡ଼ ଧରଣର ଅଘଟଣ ଘଟିବାର ଆଶଙ୍କା ରହିଛି। ତେବେ ଏବେଠୁଁ ସତର୍କ ହୋଇଯିବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।