Health Minister Naba Das: ଝାରସୁଗୁଡା ବ୍ରଜରାଜନଗରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଛାତିରେ ଗୁଳି ବାଜିଥିବା ସୂଚନା । ଗୋଟିଏ ରାଉଣ୍ଡ ଗୁଳି ବାଜିଥିବା ବେଳେ ଘଟଣାସ୍ଥଳରେ ୫ ରାଉଣ୍ଡ ଗୁଳିଚାଳନା କରାଯାଇଥିବା ସୂଚନା ରହିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ ମନ୍ତ୍ରୀ ନବଦାସ। ତେବେ କେମିତି ସୁରକ୍ଷା ବଳୟକୁ ଭେଦ କରି ନବଦାସଙ୍କ ଏସକର୍ଟ ଭିତରେ ଦୁର୍ବୃତ୍ତ ପହଞ୍ଚିଥିଲେ ଓ ଗୁଳି ମାଡ଼ କରିଥିଲେ ତାହା ଏବେ ବଡ଼ ପ୍ରଶ୍ନ । ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବାକଥା, ଦୁର୍ବୃତ୍ତ ମାନେ ଅତି ନିକଟରୁ ଗୁଳିମାଡ଼ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ ସେତେବେଳେ ଭିଡ଼ ଭିତରେ ମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ଼ ହୋଇଛି । ସବୁଠାରୁ ବଡ଼ କଥା ହେଲା ନିଜ ନିର୍ବାଚନମଣ୍ଡଳୀରେ ଏହି ଘଟଣା ଘଟିଛି । ବ୍ରଜରାଜନଗର ଗାନ୍ଧୀ ଛକରେ ଏହି ଗୁଳିକାଣ୍ଡ ହୋଇଛି। ଘଟଣାସ୍ଥଳରେ ୫ ରାଉଣ୍ଡ ଗୁଳି ଚାଳନା ହୋଇଥିଲେ ବି ମନ୍ତ୍ରୀଙ୍କ ଦେହରେ ଗୋଟିଏ ରାଉଣ୍ଡ ଗୁଳି ବାଜିଛି। ଆଉ ଏହି ଗୁଳି ସିଧା ଛାତିରେ ବାଜିଥିବା ବେଳେ ରକ୍ତଜୁଡୁ ବୁଡୁ ଅବସ୍ଥାରେ ମନ୍ତ୍ରୀଙ୍କୁ(Minister Naba Das) ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅବସ୍ଥା ଗୁରୁତର ରହିଥିବା ବେଳେ ଝାରସୁଗୁଡାରେ ଏୟାରପୋର୍ଟ ଥିବାରୁ ତାଙ୍କୁ ବାହାର ରାଜ୍ୟକୁ ଏୟାରଲିଫ୍ଟ କରାଯିବା ନେଇ ସୂଚନା ମଧ୍ୟ ସାମ୍ନାକୁ ଆସୁଛି।


ତେବେ ଏହି ଘଟଣା ପରେ ରାଜ୍ୟ ସାରା ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣାସ୍ଥଳରେ ସମର୍ଥକଙ୍କ ଦ୍ୱାରା ଉତ୍ତେଜନା ଦେଖାଦେଇଛି । ସେହିପରି ତାଜା ସୂଚନାନୁଯାୟୀ ଏସଡିପିଓଙ୍କ କହିବା କଥା, ଅତି ନିକଟରୁ ASI ଗୋପାଳ ଦାସ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଙ୍କୁ ଗୁଳିକରିଥିବା ଖବର ସାମ୍ନାକୁ ଆସିଛି। ତେବେ ASI ଗୋପାଳ ଦାସଙ୍କୁ ପୋଲିସ ନିଜ ହେପାଜତରେ ନେଇ ପଚରାଉଚାର ଜାରି ରଖିଛି ପୋଲିସ । ପୋଲିସ  ASI ଗୋପାଳ ଦାସଙ୍କ ନାଁ ରେ  ରିଭରଭଲ ଇସ୍ୟୁ ହୋଇଥିବା ବେଳେ ନିଜ ରିଭରଭଲରୁ ଗୁଳି କରିଥିବା ସୂଚନା ରହିଛି । ଏନେଇ ଏସଡିପିଓ ନିଜେ ସୂଚନା ଦେଇଛନ୍ତି।


ତେବେ ଗୁଳିମାଡ଼ ପରେ ଅନେକ କଳ୍ପନାଜଳ୍ପନା ଲାଗିରହିଥିଲା । ରାଜନୀତି ବା ବ୍ୟକ୍ତିଗତ କାରଣରୁ ହୋଇଥାଏ ପାରେ ବୋଲି ଚର୍ଚ୍ଚା ଲାଗିରହିଥିଲା । ହେଲେ ଏଏସଆଇ ଗୋପାଳ ଦାସ ନିଜେ ଗୁଳି କରିଥିବା ସୂଚନା ମିଳିବା ପରେ ଏକଥା କୁହାଯାଉଛି ଯେ, ପୋଲିସ ଏଏସଆଇ ଗୋପାଳ ଦାସ (ASI Gopal Das) ବ୍ୟକ୍ତିଗତ ଆକ୍ରୋଶ ରଖି କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।