First In Naxal History, ମାଲକାନଗିରି: ମାଓବାଦୀଙ୍କ ପ୍ରଜାକୋର୍ଟରୁ ପ୍ରଥମ ଥର ପାଇଁ ବିନା ଦଣ୍ଡରେ ଜୀବନ୍ତ ଫେରିଛନ୍ତି ଜଣେ ପୂର୍ବତନ ମାଓବାଦୀ ଓ କିଛି ଯୁବକ । ଏଭଳି କିଛି ଆଶ୍ଚର୍ଯ୍ୟକର ଘଟଣା  ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗନାରେ ଦେଖିବାକୁ ମିଳିଛି ।  ଇତିହାସରେ ଏପର୍ଯ୍ୟନ୍ତ ଏଭଳି ହୋଇ ନାହିଁ ଯେ, ଜଣେ ପୂର୍ବତନ ମାଓବାଦୀକୁ ପ୍ରଜାକୋର୍ଟକୁ ମାଓବାଦୀମାନେ ନେଇ  ତାକୁ କୌଣସି ଦଣ୍ଡ ନଦେଇ ଫେରାଇ ଦେଇଛନ୍ତି । ଏନେଇ ମାଓବାଦୀ ମାନେ ପୁରା ଘଟଣାର ଏକ ଭିଡିଓ ମଧ୍ୟ ଜାରି କରିଛନ୍ତି । ଯୁବକମାନେ ଜୀବନ୍ତ ଫେରି ଆସିବା ସହିତ ଏହି ଅଞ୍ଚଳରେ ଖୁସିର ବାତାବରଣ ଖେଳିଯାଇଛି । 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଅଗଷ୍ଟ ୨୦ରେ ଛତିଶଗଡର ସୁକମା ଏବଂ ତେଲେଙ୍ଗାନାର ସୀମାନ୍ତବର୍ତ୍ତୀ କିଷ୍ଟାରାମର ଏଟୁପାକା ଗାଁରୁ କିଛି ଯୁବକ ଓ ଜୀବନ ନାମକ ଜଣେ ପୂର୍ବତନ ମାଓବାଦୀଙ୍କୁ ମାଓବାଦୀମାନେ ବନ୍ଧୁକମୁନରେ ଅପହରଣ କରି ନେଇଥିଲେ । ପୋଲିସ ସୂଚନା ଦାତା ସନ୍ଧେହରେ ମାଓବାଦୀମାନେ ସେମାନଙ୍କୁ ଉଠାଇ ନେଇଥିଲେ । ଅପହରଣ ପରେ ତାଙ୍କୁ ତେଲେଙ୍ଗାନାର ଭଦ୍ରାଦି ଜିଲ୍ଲାର ଜଙ୍ଗଲରେ ଲଗାତାର ତିନି ଦିନ ମାଓବାଦୀମାନେ ବିଭିନ୍ନ ବିଷୟରେ ପଚରା ଉଚରା କରିବା ପରେ ଶେଷରେ ଜଙ୍ଗଲରେ ପ୍ରଜାକୋର୍ଟ ଅନୁଷ୍ଠିତ କରିଥିଲେ । ପ୍ରଜାକୋର୍ଟରେ ଆଖପାଖ ଅଞ୍ଚଳର ଗ୍ରାମବାସୀ ଏକତ୍ରିତ ହୋଇଥିଲେ ଏବଂ ଏହି ଯୁବକଙ୍କର ଆଚରଣ ସମ୍ପର୍କରେ ଲୋକଙ୍କ ପରାମର୍ଶ ନିଆଯାଇଥିଲା। 


Also Read: ରାଜଧାନୀ ରାଜନୀତିରେ ରାଜଘାଟ; AAPର ପରିଦର୍ଶନ ପରେ ଗଙ୍ଗା ଜଳ ଛିଞ୍ଚିଲା ବିଜେପି


ତେବେ ପୂର୍ବତନ ମାଓବାଦୀ ଜୀବନ ବିଷୟରେ ସ୍ଥାନୀୟ ଗ୍ରାମବାସୀମାନେ କହିଥିଲେ ଯେ, ସେ ଏପରି କୌଣସ ଅପରାଧ କରି ନାହାଁନ୍ତି, ଯେଉଁଥିରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ ।  ଶେଷରେ ମାଓ ସଙ୍ଗଠନର ପଚରାଉଚରା ଏବଂ ଗ୍ରାମବାସୀଙ୍କ ବିବୃତ୍ତି ପରେ ଜୀବନ ଏବଂ ଅନ୍ୟାନ୍ୟ ଯୁବକମାନଙ୍କୁ ଦଣ୍ଡ ନଦେଇ ମାଓ ସଙ୍ଗଠନ ଛାଡି ଦେଇଛି । ଏନେଇ ମାଓବାଦୀ ମାନେ ତେଲୁଗୁ ଭାଷାରେ ଏକ ଭିଡିଓ ବିବୃତ୍ତି ମଧ୍ୟ ପ୍ରକାଶ କରିଛନ୍ତି । ଏଥିରେ ପୂର୍ବତନ ମାଓବାଦୀ ଜୀବନ କହୁଛନ୍ତି ଯେ, ତାଙ୍କୁ ୪ ଦିନ ଧରି ମାଓବାଦୀ ମାନେ ବନ୍ଧକ ରଖିଥିଲେ । ମାଓବାଦୀମାନେ ତାଙ୍କ ସହ କଥା ହୋଇଥିଲେ, ସେ ମଧ୍ୟ ସେମାନଙ୍କ ସହ କଥା ହେଲେ । ଜୀବନ କହିଲି ଯେ ବର୍ତ୍ତମାନ ସେ ଭଲରେ ରହିବେ ଏବଂ ହିଂସାର ବାଟକୁ ଜିବେ ନାହିଁ। 



ତେବେ ପୂର୍ବରୁ ଆତ୍ମସମର୍ପଣ ପରେ ଜୀବନ ପୋଲିସର ସୂଚନା ଦାତା ଥିଲେ। ତେଣୁ ମାଓବାଦୀମାନେ ତାଙ୍କୁ ପୋଲିସରେ ଯୋଗ ଦେଇ ସେମାନଙ୍କ ସହ କାମ କରିବାକୁ ବାରଣ କରିଥିଲେ। ଏନେଇ ଜୀବନ କହିଥିଲ, 'ମୁଁ ଏକ ଭୁଲ କରିଛି । ମାଓ ସଙ୍ଗଠନ ମୋର ଏହି ଭୁଲ ପାଇଁ ମୋତେ ଶେଷ ସୁଯୋଗ ଦେଉ ।' ଏହା କହିବା ପରେ ଗ୍ରାମବାସୀଙ୍କ ମତାମତ ନେଇ ମାଓବାଦୀମାନେ ଜୀବନଙ୍କ ସମେତ ଅନ୍ୟ ଯୁବକମାନଙ୍କୁ ସୁରକ୍ଷିତ ଛାଡି ଦେଇଛନ୍ତି । 


 



ଏନେଇ ବସ୍ତର ପୋଲିସ ଏସପି ସୁନ୍ଦର ରାଜ ପିଙ୍କୁ ପ୍ରକାଶ କରିଛନ୍ତି ଯେ, ଏଭଳି ଘଟଣା ବିଷୟରେ ତାଙ୍କ ନିକଟରେ କୌଣସି ଖବର ନାହିଁ । ତଥାବି ଜାରି ହୋଇଥିବା ଭିଡିଓର ସେ ସତ୍ୟାସତ୍ୟ ଯାଞ୍ଚ କରି ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି । ତେବେ ପୂର୍ବତନ ମାଓବାଦୀ ଜୀବନ ଓ ଅନ୍ୟ ଯୁବକମାନେ ସୁରକ୍ଷିତ ନିଜ ଘରକୁ ଫେରିଥିବା ବେଳେ ତାଙ୍କ ଘର ଲୋକ ଗ୍ରାମରେ ଖୁସିର ଲହରୀ ଖେଳି ଯାଇଛି ।