ରାୟଗଡା: ରାୟଗଡା ମଞ୍ଜୁରୁକୁପା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ୟାଙ୍କର ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହେବାରୁ ୪ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ଥିବା କୁହାଯାଉଛି।


COMMERCIAL BREAK
SCROLL TO CONTINUE READING

ବିଷମକଟକ (Bisham Cuttack) ରୁ ଚିକିତ୍ସା ସାରି ବଙ୍ଗମୁଣ୍ଡା ଫେରୁଥିବାବେଳେ ଆମ୍ୱୁଲାନ୍ସଟି ମଞ୍ଜାଜୁରାକୁପା ନିକଟରେ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଆମ୍ବୁଲାନ୍ସ (Ambulance) ରେ ବସିଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଘଟଣାସ୍ଥଳରେ ହୋଇଥିଲା। ମୁନିଗୁଡା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଛି। ୨ ଜଣଙ୍କ ଅବସ୍ଥା ଏବେ ବି ଗୁରୁତର ଥିବା ସୂଚନା ମିଳିଛି।


Also Read: ବିଧାୟକଙ୍କ ଡ୍ରାଇଭରର ସ୍ତ୍ରୀ ସହ ଦୁଷ୍କର୍ମ ଅଭିଯୋଗ


ସେପଟେ ବାଲେଶ୍ୱର (Balasore) ୧୬ ନମ୍ବର ଜାତୀୟ ରାଜପଥ ସୋର (Soro) କଲେଜ ଛକରେ ଟ୍ରକର ପଛପଟକୁ ଧକ୍କା ଦେଲା ଆମ୍ବୁଲାନ୍ସ। ଆମ୍ବୁଲାନ୍ସଟି କଟକରୁ ବାଲେଶ୍ୱର ଆଡକୁ ଯାଉଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଛି। ଦୁର୍ଘଟଣାରେ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଏଥିରେ ପେସେନଜର ଭାବେ ଆସୁଥିବା ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇ ଜଣକ ଘର ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଅଞ୍ଚଳର ବୋଲି ଜଣାପଡିଛି।