ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ
Advertisement
Article Detail0/zeeodisha/odisha2237178

ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

Crime News: ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ଛାତ୍ରଙ୍କୁ ଛୁରୀ ଭୁଷିବା ସହ ମାଡ ମାରି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି ।

ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ

ନୂଆଦିଲ୍ଲୀ: କିଛି ମାସ ହେବ ଆମେରିକାରୁ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଥିଲା କିନ୍ତୁ ବର୍ତ୍ତମାନ ଆମେରିକା ସହ ଯୋଡି ହୋଇଛି ଆଉ ଏକ ଦେଶର ନାଁ । ଅଷ୍ଟ୍ରେଲିଆରେ ଜଣେ ଭାରତୀୟ ଛାତ୍ରଙ୍କୁ ଛୁରୀ ଭୁଷିବା ସହ ମାଡ ମାରି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି ।

ଖବର ଅନୁଯାୟୀ, ମୃତ ଛାତ୍ରଙ୍କ ନାମ ନବଜିତ ସିଦ୍ଧୁ ହୋଇଥିବାବେଳେ ତାଙ୍କ ବୟସ ମାତ୍ର ୨୨ ବର୍ଷ । ନବଜିତ କରନାଲର ବାସିନ୍ଦା ବୋଲି ସୂଚନା ମିଳିଛି । ଅଷ୍ଟ୍ରେଲିଆରେ ରହି ସେ ଏମଟେକ ପଢୁଥିଲେ । ଗତ ରବିବାର ଦିନ ନବଜିତଙ୍କର ସହପାଠୀମାନଙ୍କ ସହ ଝଗଡା ହୋଇଥିଲା । ଝଗଡା ଅଧିକ ଉଗ୍ର ରୂପ ନେବା ପରେ ଉତ୍ୟକ୍ତ ହୋଇ ଅନ୍ୟ ସହପାଠୀ ଛୁରୀରେ ଆକ୍ରମଣ କରିଥିଲେ । ଆକ୍ରମଣରେ ନବଜିତଙ୍କର ମୃତ୍ୟୁ ହୋଇଥିବା ସମୟରେ ଅନ୍ୟ କିଛି ଛାତ୍ର ଗୁରୁତର ଆହତ ହୋଇଥିବା ଜଣାପଡିଛି । ତେବେ ଝଗଡାର କାରଣ ଭଡା ଟଙ୍କା ବୋଲି କୁହାଯାଉଛି । 

ଅନ୍ୟପଟେ, ଏହି ଖବର ସାମ୍ନାକୁ ଆସିବା ପରେ ନବଜିତଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଅଷ୍ଟ୍ରେଲିଆରୁ କିପରି ମୃତଦେହ ଘରକୁ ଆସିବ ସେନେଇ ଚିନ୍ତାରେ ଅଛନ୍ତି ପରିବାର । ମୃତ ନବଜିତଙ୍କ ପିତା ଜିତେନ୍ଦ୍ର ସିଦ୍ଧୁ କହିଛନ୍ତି ଯେ, ୨୦୨୨ ମସିହାରୁ ନବଜିତ ଅଷ୍ଟ୍ରେଲିଆରେ ରହି ପାଠ ପଢୁଥିଲେ । ସେ ଭଲ ପାଠ ପଢୁଥିବା କାରଣରୁ ବିଦେଶରେ ପଢିବାର ଇଚ୍ଛା ରଖିଥିଲେ ।

Also Read- କୁଆପଥର ବର୍ଷା ସହ ବଜ୍ରପାତ, ଜଳିଗଲେ ୨୨ ଛେଳି

Also Read- Rashifal 7 May 2024: ମଙ୍ଗଳବାର ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ, ଜାଣନ୍ତୁ ରାଶିଫଳ