କନ୍ଧମାଳ: ସରକାରଙ୍କ କୋଠର ଆଇନ ପରେ ବି ବେଆଇନ ଶିକାର କମୁନାହିଁ। ରାଇକିଆ ବନ ବିଭାଗ ପକ୍ଷରୁ ଶୁକ୍ରବାର ଦେଶୀ ବନ୍ଧୁକ ସହ ଝିଙ୍କ ମାଂସ ଜବତ କରାଯାଇଛି। କିନ୍ତୁ ଅଭିଯୁକ୍ତ ଶିକାରୀ ବନ କର୍ମଚାରୀଙ୍କୁ ଚକାମା ଦେଇ ଫେରାର ହେଇଯାଇଛି। 


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ରାଇକିଆ ବନବିଭାଗ ଅଧିକାରୀ (Raikia forester) ସୁନିଲ କୁମାର ସାହୁଙ୍କ ନେତୃତ୍ବରେ ରାଇକିଆ ବ୍ଲକ୍ ଅନ୍ତର୍ଗତ ଡକରବାଡି ଘଞ୍ଚ ଜଙ୍ଗଲ (Jungle Raid) ରେ ଅତର୍କିତ ଚଢ଼ାଉ କରାଯାଇଥିଲା। ବ୍ଲକର ବିଭିନ୍ନ ଜଙ୍ଗଲରେ ନିଆଁ (Jungle fire) ଲଗାଇ ବନ୍ୟଜନ୍ତୁ ଶିକାର (Animal Hunting) କରୁଥିବା ଶିକାରୀଙ୍କ ଆଡ୍ଡା ଠାବ କରାଯାଇଛି।


Also Read: ଏହି ରାଜ୍ୟର ୪ଟି ଜିଲ୍ଲାରେ ଲାଗିଲା ଲକଡାଉନ


ସେଠାରୁ ୫ଟି ଦେଶୀ ବନ୍ଧୁକ (Desi Guns) , ୨୪ ରାଉଣ୍ଡ ଗୁଳି, ୨୦୦ ଗ୍ରାମ ବାରୁଦ, ୩ଟି ଟର୍ଚ୍ଚ, ୪ କିଲୋ ଝିଙ୍କ ମାଂସ (porcupines meat) , ୨୦୦ ଗ୍ରାମ ଝିଙ୍କ ଖାଡି, ମୋବାଇଲ, ବ୍ୟାଟେରି, କାତି ଏବଂ ବିଭିନ୍ନ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। କିନ୍ତୁ ବନ ବିଭାଗ କର୍ମଚାରୀଙ୍କୁ ଚକ୍‌ମା ଦେଇ ଶିକାରୀମାନେ ଚମ୍ପଟ ମାରିଥିଲେ।



ସୂଚନା ଥାଉକି କିଛି ଦିନ ପୁର୍ବରୁ ଜଣେ ଶିକାରୀଙ୍କୁ ଦେଶୀ ବନ୍ଧୁକ ସହ ଗିରଫ କରାଯାଇଥିଲା। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୬ଟି ଦେଶୀ ବନ୍ଧୁକ ଜବତ କରାଯାଇଥିବା ବନବିଭାଗ କହିଛି।