ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ ଅଧିବେଶନ (Budget Session)। ରାଜ୍ୟପାଳଙ୍କ (Professor Ganeshi Lal) ଅଭିଭାଷଣରୁ ଅଧିବେଶନ ପରେ ଅଧିବେଶନ ଆରମ୍ଭ ହେବ। ଆସନ୍ତା ୨୪ରେ ଆସିବ ବଜେଟ। ଗତକାଲି ସରିଛି ସର୍ବଦଳୀୟ ବୈଠକ (All Party Meeting)। ଗୃହକୁ ସୁଚାରୁ ରୂପେ ଚଳାଇବାକୁ ସବୁ ଦଳର ନେତାଙ୍କ ସହଯୋଗ ଲୋଡ଼ିଛନ୍ତି ବାଚସ୍ପତି। ସର୍ବଦଳୀୟ ବୈଠକରେ ୧୫ଟି ପ୍ରସଙ୍ଗରେ ଆଲୋଚନା ହୋଇଛି। କୌଣସି ବିଧାୟକ ଚାହିଁଲେ ଭିଡିଓ କନଫରେନସିଂରେ ବିଧାନସଭା ସହ ଯୋଡ଼ି ହୋଇପାରିବେ ।


COMMERCIAL BREAK
SCROLL TO CONTINUE READING

ସେପଟେ ଦର୍ଶକ ଗ୍ୟାଲେରୀରେ ବସିବାକୁ ସାଧାରଣ ଲୋକଙ୍କୁ ଅନୁମତି ମିଳିବ। ଦୁଇ ପର୍ଯ୍ୟାୟରେ ବଜେଟ ଅଧିବେଶନ ଚାଲିବା ନେଇ ସୂଚନା ରହିଛି। ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜିଠୁ ମାର୍ଚ୍ଚ ୧ ତାରିଖ ଓ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ରହିଛି।


ସେପଟେ ଆଜି ସକାଳ ସାଢେ ୧୦ଟାରେ ବିଧାନସଭା ୫୪ ନମ୍ବର କକ୍ଷରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିବ । ବିଧାନସଭା ଅଧିବେଶନରେ କଣ ରହିବ ରଣନୀତି। ସେ ନେଇ ସମସ୍ତ ଦଳୀୟ ବିଧାୟକଙ୍କୁ ନବୀନ ଗୁରୁମନ୍ତ୍ର ଦେବେ। ବିରୋଧୀ ଦଳ ନେତା ମହିଳା ଥାନାଧିକାରୀଙ୍କୁ ମାଡ଼ ମାରିବା, କେନ୍ଦ୍ର ଅବହେଳା, କେନ୍ଦ୍ର ବଜେଟରେ ଚାଷୀଙ୍କ ଅନୁଦାନ ୭ ପ୍ରତିଶତ ହ୍ରାସ ପରି ପ୍ରସଙ୍ଗରେ ବିରୋଧୀଙ୍କୁ ଘେରିବ ବିଜେଡି। ସେହିଭଳି କଂଗ୍ରେସ ମଧ୍ୟ ନିଜ ରଣନୀତି ପ୍ରସ୍ତୁତ କରିଛି। ଗତକାଲି ବିଜେପି ବିଧାୟକ ଦଳ ବୈଠକ ବସିଥିଲା।


ସେପଟେ ନବଦାସଙ୍କ ହତ୍ୟା ମାମଲାକୁ ନେଇ ବିଧାନସଭାରେ ହଙ୍ଗାମା ହେବା ନେଇ ସମ୍ଭାବନା ରହିଛି। ଗତ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ହତ୍ୟା କରାଯାଇଥିବା ବେଳେ ଅଭିଯୁକ୍ତମାନଙ୍କୁ ପୋଲିସ ଧରି ନ ପାରିବା ସରକାରଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଉଠାଇଛି। ସେପଟେ ବିରୋଧି ଦଳର ନେତା ଜୟନାରାୟଣ ମିଶ୍ର ସ୍ପଷ୍ଟ ସଂକେତ କହିଛନ୍ତି କି ନବ ଦାସଙ୍କ ହତ୍ୟା ମାମଲା ଆମେ ବିଧାନସଭାରେ ଉଠାଇବୁ। ଏହା ସହିତ ସରକାରଙ୍କୁ ଜୋରଦାର ବିରୋଧ କରାଯିବ। ସେହିପରି ରାଜ୍ୟର ଚାଷୀ ସମସ୍ୟା ଉପରେ ମଧ୍ୟ ଆମେ ଆଲୋଚନା କରିବୁ ବୋଲି ସେ କହିଛନ୍ତି। 


ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ବଜେଟ ଅଧିବେଶନ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ବିଧାନସଭା। ନିୟୋଜିତ ରହିବେ ବମ୍ ସ୍କ୍ବାଡ୍, ଡଗ୍ ସ୍କ୍ବାଡ୍ ସାଙ୍ଗକୁ ଷ୍ଟ୍ରାଇକିଂ ଫୋର୍ସ। ୫ ଅସ୍ଥାୟୀ କଣ୍ଟ୍ରୋଲ ରୁମକୁ କଣ୍ଟ୍ରୋଲ କରିବେ ଭୁବନେଶ୍ବର ଡିସିପି। ଟ୍ରାଫିକ ଡାଇଭର୍ସନ ସହ ସାଧାରଣ ସ୍ଥାନରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରିଛନ୍ତି ପୋଲିସ୍‌ ଡିଜି ସୁନିଲ ବଂଶଲ।


ପୋଲିସ୍ କମିଶନର, ଭୁବନେଶ୍ୱର ଡିସିପି, ଗୁଇନ୍ଦା ବିଭାଗ ଓ ଆଇନଶୃଙ୍ଖଳାର ବରିଷ୍ଠ ଅଧିକାରୀ ଉପସ୍ଥିତିରେ ଯାଞ୍ଚ କରାଯାଇଛି। ବିଧାନସଭା ଏବଂ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣି କରାଯାଇଛି। ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଡିସିପିଙ୍କ ନେତୃତ୍ବରେ ୧୦ ଆଡ଼ିସିନାଲ ଡିସିପି, ୧୧ ଏସିପି, ୧୩ ଇନ୍ସପେକ୍ଟର, ୧୦୦ ଜଣ ସବଇନ୍ସପେକ୍ଟର, ୨୦୦ ଜଣ କନଷ୍ଟେବଳ ନିୟୋଜିତ ହୋଇଛନ୍ତି। ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ ସ୍କ୍ବାଡ୍‌, ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି। ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।