ନାମ ବଦଳାଇ ୧୦ ବର୍ଷ ହେବ ଭାରତରେ ଲୁଚି ରହିଥିଲେ ୪ ପାକିସ୍ତାନୀ, ଏହି ସ୍ଥାନରୁ ଗିରଫ
Advertisement
Article Detail0/zeeodisha/odisha2453728

ନାମ ବଦଳାଇ ୧୦ ବର୍ଷ ହେବ ଭାରତରେ ଲୁଚି ରହିଥିଲେ ୪ ପାକିସ୍ତାନୀ, ଏହି ସ୍ଥାନରୁ ଗିରଫ

Pakistani family living in India for 10 years: ନକଲି ଡକ୍ୟୁମେଣ୍ଟ ବ୍ୟବହାର କରି ଭାରତରେ ରହି ଆସୁଥିଲେ ୪ ପାକିସ୍ତାନୀ । ପଢନ୍ତୁ ପୂରା ଖବର

ନାମ ବଦଳାଇ ୧୦ ବର୍ଷ ହେବ ଭାରତରେ ଲୁଚି ରହିଥିଲେ ୪ ପାକିସ୍ତାନୀ, ଏହି ସ୍ଥାନରୁ ଗିରଫ

Pakistani family living in India for 10 years: ୪ଜଣ ପାକିସ୍ତାନୀ ମୂଳ ବାସିନ୍ଦା ଗତ ୧୦ ବର୍ଷ ଧରି ଭାରତରେ ଲୁଚି ରହିଥିଲେ। ନକଲି ଦଲିଲ ସାହାଯ୍ୟରେ ସେମାନେ ନିଜ ନାମକୁ ପରିବର୍ତ୍ତନ କରିଥିଲେ । କୌଣସି ପ୍ରକାରେ ଗୁପ୍ତଚର ଏଜେନ୍ସିଗୁଡ଼ିକ ଏ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହା ପରେ ସମସ୍ତ ଚାରିଜଣଙ୍କୁ ବେଙ୍ଗାଲୁରୁରୁ ଗିରଫ କରାଯାଇଛି।

ସୂଚନା ମୁତାବକ, ଗିରଫ ହୋଇଥିବା ପାକିସ୍ତାନୀ ନାଗରିକଙ୍କ ମଧ୍ୟରେ ରହିଛନ୍ତି ରସିଦ ଅଲି ସିଦ୍ଦିକି (48), ତାଙ୍କ ପତ୍ନୀ ଆୟେଶା (38) ଏବଂ ସେମାନଙ୍କ ପିତାମାତା ହନିଫ ମହମ୍ମଦ (73) ଏବଂ ରୁବିନା (61) । ଏହି ପରିବାର ବେଙ୍ଗାଲୁରୁର ରାଜପୁରା ଗ୍ରାମରେ ରହୁଥିଲେ। ରସିଦଙ୍କ ନାମ ଶଙ୍କର ଶର୍ମା, ପତ୍ନୀଙ୍କ ନାମ ଆଶା ରାଣୀ ଏବଂ ପିତା ମାତାଙ୍କ ନାମ ରାମ ବାବୁ ଶର୍ମା ଏବଂ ରାଣୀ ଶର୍ମା ନାମରେ ପରିବର୍ତ୍ତନ କରିଥିଲେ ।

ଯେତେବେଳେ ୪ ପାକିସ୍ତାନୀ ନାଗରିକଙ୍କ ବିଷୟରେ ସୂଚନା ପାଇ ସେମାନଙ୍କୁ ଗିରଫ କରିବା ପାଇଁ ଅନୁସନ୍ଧାନକାରୀ ଟିମ୍ ପହଞ୍ଚିଥିଲେ ସେତେବେଳେ ସେମାନେ ଜିନିଷପତ୍ର ପ୍ୟାକ୍ କରି ଖସିଯିବାକୁ ଯୋଜନା କରିଥିଲେ। ଅନୁସନ୍ଧାନ ସମୟରେ ସେମାନେ ଭାରତୀୟ ଆଧାର କାର୍ଡ ଏବଂ ନକଲି ଅନ୍ୟାନ୍ୟ କାଗଜପତ୍ର ପ୍ରସ୍ତୁତ କରିଥିଲେ । ଉକ୍ତ ଚାରିଜଣ କାହିଁକି ଭାରତରେ ଏତେ ବର୍ଷ ହେବ ରହି ଆସୁଥିଲେ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

ଅନୁସନ୍ଧାନରୁ ଜଣାପଡିଛି ଯେ, ରସିଦ ଏବଂ ତାଙ୍କ ପରିବାର ପାକିସ୍ତାନ କରାଚି ଅଞ୍ଚଳର ବାସିନ୍ଦା ଏବଂ ତାଙ୍କ ପତ୍ନୀ ଲାହୋରର ବାସିନ୍ଦା । ୨୦୧୧ ମସିହାରେ ଦୁହେଁ ବିବାହ କରିଥିଲେ ଏବଂ ପରେ ସେ ପାକିସ୍ତାନରୁ ବାଂଲାଦେଶ ଏବଂ ପରେ ଭାରତ ଆସିଥିଲେ । ସେବେଠାରୁ ସେ ଭାରତରେ ଏକ ଭଡା ଘରେ ରହି ଆସୁଥିଲେ । ଅନୁସନ୍ଧାନକାରୀ ଏଜେନ୍ସି ଅନୁଯାୟୀ, ଅଭିଯୁକ୍ତମାନେ ପୂର୍ବରୁ ବାଂଲାଦେଶର ଢାକାରେ ରହୁଥିଲେ। ପଡୋଶୀମାନଙ୍କ ସୂଚନା ଅନୁଯାୟୀ, ସେମାନେ ହିନ୍ଦୁ ରୀତିନୀତି ଅନୁସରଣ କରି ମନ୍ଦିରକୁ ଯାଉଥିଲେ। କେବଳ ସେତିକି ନୁହେଁ, ହିନ୍ଦୁମାନଙ୍କ ପର୍ବ ଦୀପାବଳି, ହୋଲି ସମେତ ସମସ୍ତ ପର୍ବପର୍ବାଣୀ ପାଳନ କରୁଥିଲେ । ସମସ୍ତେ ତାଙ୍କୁ ଶର୍ମା ପରିବାର ନାମରେ ଜାଣିଥିଲେ । ଏହି ବିଷୟ ଜାଣିବା ପରେ ଅନୁସନ୍ଧାନକାରୀ ସଂସ୍ଥା ସମେତ ସେମାନଙ୍କ ପଡୋଶୀମାନେ ମଧ୍ୟ ଚକିତ ହୋଇଯାଇଛନ୍ତି। ବର୍ତ୍ତମାନ ଅଭିଯୁକ୍ତମାନଙ୍କ ପୁରୁଣା କଲ୍ ରେକର୍ଡ ଗୁଡିକ ଯାଞ୍ଚ କରାଯାଉଛି। ଏଥିସହ ଘଟଣାର ଅଧିକ ତଦନ୍ତ ଚାଲିଛି ।

Also Read- କେନ୍ଦ୍ରାପଡ଼ା ଏସ୍‌ପି ନେଲେ କାର୍ଯ୍ୟାନୁଷ୍ଠାନ, ରାଜନଗର ASI ନିଲମ୍ୱିତ

Also Read- Lucky Zodiac Sign: ଅକ୍ଟୋବର ୧ରେ ଗୁରୁ ନବପଞ୍ଚମ ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ