ଗଜପତି: ପ୍ରାୟତଃ ସବୁବେଳେ କୋଭିଡ ହସ୍ପିଟାଲ ହସ୍ପିଟାଲରେ ଅବ୍ୟବସ୍ଥାରେ ନେଇ ଅଭିଯୋଗ ହେଉଛି। କିନ୍ତୁ ପ୍ରଶାସନ ତାହାରି ଉପରେ ଭୃକ୍ଷେପ କରୁନାହିଁ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଗଜପତି ଜିଲ୍ଲା ଆର ସୀତାପୁର କୋଭିଡ୍ ହସ୍ପିଟାଲରେ ଦେଖିବାକୁ ମିଳିଛି। ଜଣେ ରୋଗୀ ସୋସିଆଲ ମିଡିଆରେ ଭିଡିଓ ଜାରି କରି ଜିଲ୍ଲାପାଳଙ୍କୁ ସହାୟତା ମାଗିଛନ୍ତି।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ ପାରଳାଖେମୁଣ୍ଡି (ParalaKhemundi) ତେଲୁଗୁ ଶୁଣ୍ଡି ସାହିର ଏ ବିଜୟ କୁମାର ଚୌଧୂରୀ କୋରୋନାରେ ଆକ୍ରାନ୍ତ ହୋଇ ଆର ସୀତାପୁର କୋଭିଡ୍ ହସ୍ପିଟାଲ (Covid Hospital) ରେ ଭର୍ତ୍ତି ହୋଇଛନ୍ତି। ତେବେ ସେଠାରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ମିଳୁନଥିବା ସେ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ବିଜୟ, ଗଜପତି ଜିଲ୍ଲାପାଳ, ତଥା ସ୍ଥାନୀୟ ପ୍ରଶାସନକୁ ସାହାଯ୍ୟ କରିବାକୁ ଗୁହାରି କରିଛନ୍ତି।


Also Read: Lockdownର ବିକଳ ଦୃଶ୍ୟ; ଡ଼ଷ୍ଟବିନରେ ଭୋକିଲା ମଣିଷର ଖାଦ୍ୟ ସନ୍ଧାନ


 


ବିଜୟ ତେଲୁଗୁରେ କହୁଛନ୍ତି ଯେ, ହସ୍ପିଟାଲରେ କେବଳ ଅକ୍ସିଜେନ (Oxygen) ଦେଇ ତାଙ୍କୁ ଶୁଆଇ ଦିଆଯାଇଛି। ତାଙ୍କର ସଠିକ ଭାବରେ ଯତ୍ନ ନିଆଯାଉ ନାହିଁ। ତାଙ୍କର ପରିବାରର ଅନ୍ୟ ୩ ଜଣ ମଧ୍ୟ କୋରୋନା (Coronavirus) ରେ ଆକ୍ରାନ୍ତ ହୋଇଛନ୍ତି। ଆର ସୀତାପୁର କୋଭିଡ୍ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ମିଳୁନଥିବାରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବିଜୟ, ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।