ଗଜପତି: ସାରା ଓଡ଼ିଶାରେ କୋଭିଡ ସଂକ୍ରମଣ ସ୍ଥିତି ଦିନକୁ ଦିନ ଭୟଙ୍କର ରୂପ ନେଉଥିବା ବେଳେ ଗଜପତି ଜିଲ୍ଲାର ସ୍ଥିତି ମଧ୍ୟ ସଙ୍ଗୀନ ରହିଛି। ୧୮ ପ୍ଲସଙ୍କୁ ମେ ପହିଲାରୁ କୋରୋନା ଟିକା ଦିଆଯିବ ବୋଲି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। କିନ୍ତୁ ଟିକା ଅଭବରୁ ତାହା ଆଜି ଯାଏଁ ଓଡିଶାରେ ଆରମ୍ଭ ହେଇପାରିନାହିଁ। ସେପଟେ ଗୋଟିଏ ଜିଲ୍ଲାର ବାସିନ୍ଦା ଅନ୍ୟ ଜିଲ୍ଲାରେ ଟିକା ନେବାକୁ ନାହିଁ ନଥିବା ଧନ୍ଦା କରୁଛନ୍ତି। ଏଭଳି ଘଟଣା ପାରଳାଖେମୁଣ୍ଡିରେ ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

ଓଡ଼ିଶାରେ କୋରୋନା (Coronavirus) ସଂକ୍ରମଣ କ୍ଷିପ୍ର ଗତିରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । ସେଥିରୁ ଗଜପତି (Gajapati) ଜିଲ୍ଲା ବାଦ ପଡିନି। କୋଭିଡ ଜନିତମୃତ୍ୟୁ ସଂଖ୍ୟା ବୃଦ୍ଧିକୁ ଦେଖି ବିଶେଷ କରି ଯୁବବର୍ଗ ଆତଙ୍କୀତ ଅଛନ୍ତି। କେନ୍ଦ୍ର ସରକାରଙ୍କ ଘୋଷଣା କ୍ରମେ ମେ ୧ ତାରିଖରୁ  ୧୮ବର୍ଷରୁ ଊର୍ଦ୍ଧ୍ଵ ବୟସ୍କଙ୍କୁ ଭ୍ୟାକ୍ସିନ ଦେବା ପାଇଁ ସ୍ଥିର କରାଯାଇଥିଲା। କିନ୍ତୁ ଆଜିଯାଏ ଗଜପତି ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରୁନାହିଁ। କୋଭିଡ ସଂକ୍ରମଣର ଭୟରେ ଜିଲ୍ଲାର ଯୁବକମାନେ କଳେ ବଳେ କୌଶଳେ ଭେକ୍ସିନ ହାସଲ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।


Also Read: ଶିଶୁଙ୍କ ଉପରେ କୋରୋନା ଟିକା ପରୀକ୍ଷଣକୁ ଅନୁମତି


ଗଜପତିର ଯୁବକମାନେ (Youth) ଗଞ୍ଜାମ, ଖୋର୍ଦ୍ଧା ଓ ଅନ୍ୟାନ୍ୟ ଜିଲ୍ଲାରେ ପଞ୍ଜିକରଣ କରାଇ କୋରୋନା ଭ୍ୟାକ୍ସିନ ନେବା ପାଇଁ ଦୌଡୁଥିବା ଦେଖିବାକୁ ମିଳିଛି। ସେମାନଙ୍କ କହିବା ହେଲା, ଗଜପତି ଜିଲ୍ଲାରେ ପଞ୍ଜିକରଣ (Registration) କଲେ ସ୍ଲୋଟ୍ ମିଳୁନଥିବା ଏବଂ ଟିକା ଉପଲବ୍ଧ ନଥିବା ସୂଚନା ମିଳୁଛି। ତେଣୁ ଭୟରେ ସେମାନେ କୋରୋନା ଦାଉରୁ ରକ୍ଷା ପାଇବା ପାଇଁ ଅନ୍ୟ ଜିଲ୍ଲାର ମହାନଗର ଅଞ୍ଚଳରେ ପଞ୍ଜିକରଣ କରୁଥିବା ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ପରିସ୍ଥିତି ଦେଖା ଦେଇଛି।



କୋରୋନାକୁ ପ୍ରତିହତ କରିବାପାଇଁ ଟିକା ହିଁ  ଏକ ମାତ୍ର ସଞ୍ଜିବନୀ (Corona vaccine) କୁହାଯାଉଥିବା ବେଳେ ସେହି ଟିକାକୁ ନେଇ ଗଜପତିବାସୀ ଦ୍ୱନ୍ଦରେ ରହିଛନ୍ତି । ଜିଲ୍ଲାର ସମସ୍ତ ୭ଟି ବ୍ଳକ ଓ ଗୋଟିଏ ମୁନିସପାଲଟିରେ ମୋଟ ୨୭ଗୋଟି ଟିକାଦାନ କେନ୍ଦ୍ର ଅଛି। ସେଥିରେ ୫୧ ହଜାର ୭୬୨ ଜଣ ୪୫ ବର୍ଷ ଠାରୁ ଅଧିକ ବୟସ୍କ କେବଳ ଫାଷ୍ଟ ଡୋଜ ନେଇଛନ୍ତି। ଆଉ ସେଥିରୁ ମାତ୍ର ୧୧ ହଜାର ୬୫୯ ଲୋକ ଦ୍ୱିତୀୟ ଡୋଜ ନେଇ ପାରିଛନ୍ତି ଯାହା ମୋଟ ସଂଖ୍ୟାର  ମାତ୍ର ୨୨.୫୯ ପ୍ରତିଶତ। 


Also Read: କୋରୋନା ସଙ୍କଟ ବେଳେ ଖୁସି ଖବର; ଦେଶରେ ଖୁବଶୀଘ୍ର ୨ରୁ ୧୮ ବର୍ଷୀୟ ପିଲାଙ୍କ ଟିକାକରଣ


ସେପଟେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ, ଟିକା ଅଭାବରୁ ଗଜପତିର ଅନେକ ଟିକାଦାନ କେନ୍ଦ୍ର ଏବେ ବନ୍ଦ ରହିଛି। ଜିଲ୍ଲାରେ ବର୍ତ୍ତମାନ ସୁଧା ଯୁବଗୋଷ୍ଠୀଙ୍କୁ ଭ୍ୟାକ୍ସିନ ଦେବାପାଇଁ ନିର୍ଦ୍ଦେଶ ଆସିନାହିଁ। ଜିଲ୍ଲାରେ ଟିକାର ଅଭାବ ରହିଛି। ଏ ନେଇ ରାଜ୍ୟ ସରକାରଙ୍କୁ ଯୋଗାଯୋଗ କରାଯାଇଛି। ଭ୍ୟାକ୍ସିନ ଆସିବା ପରେ ଯଥାଶୀଘ୍ର ଟିକାକରଣ ଆରମ୍ଭ କରାଯିବ।


ଅଠର ବର୍ଷରୁ ଊର୍ଦ୍ଧ୍ଵ ଯୁବଗୋଷ୍ଠୀ କୋରୋନା ସଂକ୍ରମିତ ଭୟରେ ଭ୍ୟାକ୍ସିନ ପାଇବା ପାଇଁ ବହୁ ଦିନରୁ ଅପେକ୍ଷା କରିଛନ୍ତି। ତେଣୁ ଟିକା ପାଇଁ ଏବେ ଠାରୁ ଅନ୍ୟ ପଞ୍ଜିକରଣ କଲେଣି, ଆଗକୁ ଟିକା ପାଇଁ ଆହୁରି କଣ କଣ ଯେ ହେବ ତାହା ଆକଳନ ବାହାରେ। ତେଣୁ  ଯୁବଗୋଷ୍ଠୀଙ୍କୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଟିକାକରଣ କରିବା ପାଇଁ ସାଧାରଣରେ ଦାବି ହେଉଛି।