ଗଞ୍ଜାମ: ଭଲ ରୋଜଗାର କରିବି ଆଉ ନିଜ ପରିବାରକୁ ସୁଖରେ ରଖିବି। ଏଭଳି ଭାବି ଅନେକ ଲୋକ ପରିସ୍ଥିତିର ଚକ୍ରରେ ପଡି ଅନ୍ୟ ରାଜ୍ୟକୁ ଯାଆନ୍ତି। ହେଲେ ବିଧିର ବିଧାନ କିଛି ଅଲଗା କରିନିଏ। ବେଗୁନିଆପୋଡା ବ୍ଲକର ଷଣ୍ଢମୂଳ ପଞ୍ଚାୟତ ଅନ୍ତର୍ଗତ ରାହାଡ଼ା ଗ୍ରାମର ନାରାୟଣ ସ୍ଵାଇଁ ନିଜ ପରିବାର ଗୁଜୁରାଣ ମେଣ୍ଟେଇବା ପାଇଁ ସୁରଟକୁ ଯାଇଥିଲେ। ସେଠାରେ ସେ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏପଟେ ବୁଢି ମାଁ ପୁଅର ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ ଓ ମଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସୂଚନାନୁସାରେ, ୨୪ ବର୍ଷିୟ ନାରାୟଣ ସ୍ଵାଇଁ ଗତ ତିନି ଦିନତଳେ ସୁରଟର କିଂମ ଅଞ୍ଚଳରେ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଫଳରେ ସେ ଗୁରୁତର ଭାବରେ ସେଠାରେ ପଡି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର କିଛି ଲୋକ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେ ଏବେ ସେଠାକାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।


Also Read: 'ସ୍ମୃତିରେ ମାନସ' ; ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ମାନସ ଜୟପୁରିଆଙ୍କୁ ସଙ୍ଗୀତରେ ଶ୍ରଦ୍ଧାଞ୍ଜଳି


ଏପଟେ ଘର ଲୋକ ନାରାୟଣଙ୍କ ଏପରି ଅବସ୍ଥା ଜାଣିବା ପରେ ଏବେ ପୁରା ଚିନ୍ତାରେ ପଡିଛନ୍ତି। କାରଣ ରୋଜଗାରିଆ ପୁଅର ଚିକିତ୍ସା ପାଇଁ ଏବେ ଅର୍ଥ ବାଧକ ସାଜିଛି। ତେଣୁ ନାରାୟଣଙ୍କ ଚିକିତ୍ସା ପାଇଁ କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ଓଡ଼ିଶାର ସରକାର ସହଯୋଗ ପ୍ରଦାନ କଲେ ତାଙ୍କ ପୁଅ ବଂଚି ପାରିବ ବୋଲି ବୁଢି ମାଆ ବ୍ୟାକୁଳ ନିବେଦନ କରିଛନ୍ତି। 


ନାରାୟଣଙ୍କ ପରିବାର ସହ ଯୋଗାଯୋଗ ନମ୍ବର- 7041909891