Glory Fest 2023:  ଉଦଯାପିତ ହୋଇଛି ଗ୍ଲୋରୀ ଫେଷ୍ଟ ୨୦୨୩। ଶୀତୁଆ ସଂଧ୍ୟାରେ ପୁରୀ ବେଳାଭୂମିରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ଫ୍ୟାସନ୍ ସୋ ର ମଜା ଉଠାଇଥିଲେ ଉପସ୍ଥିତ ଦର୍ଶକ । ରାଜ୍ୟ ଓ ଦେଶର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ। ଶ୍ରୀକ୍ଷେତ୍ର ଅଗ୍ରଣୀ ଯୁବ ସାଂସ୍କୃତିକ ଅନୁଷ୍ଠାନ ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର ଆନୁକୂଲ୍ୟରେ ତିନିଦିନଆ ‘ଗ୍ଲୋରି ଫେଷ୍ଟ୍‌-୨୦୨୩’ ରବିବାର ବେଳାଭୂମୀରେ ଉଦଯାପିତ ହୋଇଛି । ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ହସ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ, ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡ଼ର କାର୍ଯ୍ୟକାରୀ ନିର୍ଦ୍ଦେଶକ ତନୟା ପଟ୍ଟନାୟକ, ହୋଲି ସ୍ୱସ୍ତିକ ଡ଼େଭଲପର୍ସ ପ୍ରାଇଭେଟ ଲିମିଟେଡ଼ର ଏମ୍‌ଡ଼ି ପ୍ରଭାସ ମହାନ୍ତି, ଆଇନଜୀବୀ ବିଭୂ ତ୍ରିପାଠୀ,ହୋଟେଲିଅର ରାଜ କିଶୋର ପାତ୍ର ଯୋଗ ଦେଇଥିଲେ ।


COMMERCIAL BREAK
SCROLL TO CONTINUE READING


ଏହି ଦିବସର ମୁଖ୍ୟ ଆକର୍ଷଣ ଥିଲେ ସାରେଗାମାପା ବିଜେତା ତଥା ବଲିଉଡ଼ କଣ୍ଠଶିଳ୍ପୀ ଅନିକ ଧର୍(Aneek Dhar ) ଓ ଲୋପାମୁଦ୍ରା। ଏମାନଙ୍କ ଗୀତରେ ଝୁମିଥିଲେ ଉପସ୍ଥିତ ଦର୍ଶକ  । ବେଳାଭୂମୀର ଶିତୁଆ ସନ୍ଧ୍ୟାକୁ ଅନିକଙ୍କ ଗୀତ ଦର୍ଶକଙ୍କୁ ବିମୋହିତ କରିଥିଲା । କାର୍ଯ୍ୟକ୍ରମକୁ ଆଙ୍କର ପିୟୂଷ ସଂଯୋଜନା କରିଥିଲେ। ହାଇଟେକ କଲେଜ ଅଫ ନର୍ସିଂର ଛାତ୍ରୀ ପୂଜା ବିଶ୍ବାସ ଚଳିତବର୍ଷ ଗ୍ଲୋରି କୁଇନ୍‌-୨୦୨୩  ମୁକୁଟ ପିନ୍ଧିଛନ୍ତି। ଗ୍ଲୋରିକୁଇନ୍‌ର ପ୍ରଥମ ରନର୍ସଅପ ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ଛାତ୍ରୀ ମିନୁ ଭୋଇ,ଦ୍ବିତୀୟ ରନର୍ସଅପ ରାଉରକେଲାର ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଜାନଭି ପ୍ରଜ୍ଞାପ୍ତି ସ୍ଥାନ ହାସଲ କରିଛନ୍ତି। ଏହାସହ ଖଲିକୋଟ ବିଶ୍ୱବିଦ୍ୟାଳୟ ଦଳଗତ ଚମ୍ପିୟନ ଟ୍ରଫି ହାତେଇଥିବାବେଳେ ସେହି ବିଶ୍ୱବିଦ୍ୟାଳୟର କ୍ଷିତିଜ ମିଶ୍ର ଟ୍ୟାଲେଣ୍ଟ ଅଫ୍ ଦି ୟର ଭାବେ ପୁରସ୍କୃତ ହୋଇଥିଲ । ସେହିପରି ବଲାଙ୍ଗୀର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଟିମକୁ ଶୃଙ୍ଖଳିତ ଦଳ ଭାବେ କରାଯାଇଛି। ଏହାସହ ଅନ୍ୟାନ୍ୟ ୧୪ ଗୋଟି ବିଭାଗରେ ଅନୁଷ୍ଠିତ ହୋଇଥିବା କୃତି ପ୍ରତିଯୋଗୀମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଛି ।


 



 


Also Read: Bus Accident: ପିକନିକ୍ ହେଲା କାଳ, ବ୍ରିଜ ତଳକୁ ଖସିଲା ବସ୍, ଘଟଣାସ୍ଥଳରେ ୨ ମୃତ ୩୦ ଆହତ


Also Read: keonjhar king Vintage car: କେନ୍ଦୁଝର ରାଜାଙ୍କ ଗାଡି ସଉକ, ନୂଆରୂପରେ ଏବେ ରାସ୍ତାରେ ଗଡିବ ଏସବୁ ପୁରୁଣା କାର


ଏହି ଉତ୍ସବରେ ଖଲିକୋଟ ବିଶ୍ୱବିଦ୍ୟାଳୟ, ଢ଼େଙ୍କାନାଳ ସ୍ୱଂୟଶାସିତ ମହାବିଦ୍ୟାଳୟ,କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ ସଦାଶିବ କ୍ୟାମ୍ପସ, ଏସ୍‌ସିଏସ୍ ସ୍ୱଂୟଶାସିତ ମହାବିଦ୍ୟାଳୟ, ଜି.ଏମ୍ ଆଇନ ମହାବିଦ୍ୟାଳୟ, ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ, ଆଞ୍ଚଳିକ ଡ଼ିଗ୍ରି କଲେଜ ଢ଼େଙ୍କାନାଳ ହାଇଟେକ୍ କଲେଜ ଅଫ୍ ନର୍ସିଂ, ହାଇଟେକ୍ ସ୍କୁଲ୍ ଅଫ ନର୍ସିଂର ୨୫୦ରୁ ଊର୍ଦ୍ଧ୍ୱ ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରୀ ବିଧାୟକ ତଥା ଗ୍ଲୋରି ଫେଷ୍ଟ୍‌-୨୦୨୩ର ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଜୟନ୍ତ କୁମାର ଷଡଙ୍ଗୀ,ଆୟୋଜକ କମିଟି ଅଧ୍ୟକ୍ଷ ଶୁଭାଶିଷ ଖୁଣ୍ଟିଆ, ଅର୍ଥ କମିଟିର ଅଧ୍ୟକ୍ଷ ଗୌରହରି ପ୍ରଧାନ,ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀ, କାର୍ଯ୍ୟକାରୀ ଅଧ୍ୟକ୍ଷ ରାଜେଶ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।