keonjhar king Vintage car: କେନ୍ଦୁଝର ରାଜାଙ୍କ ଗାଡି ସଉକ, ନୂଆରୂପରେ ଏବେ ରାସ୍ତାରେ ଗଡିବ ଏସବୁ ପୁରୁଣା କାର
Advertisement
Article Detail0/zeeodisha/odisha1540658

keonjhar king Vintage car: କେନ୍ଦୁଝର ରାଜାଙ୍କ ଗାଡି ସଉକ, ନୂଆରୂପରେ ଏବେ ରାସ୍ତାରେ ଗଡିବ ଏସବୁ ପୁରୁଣା କାର

ଭିଣ୍ଟେଜ୍ କାରକୁ (Vintage car) ଅନୁମତି ପରେ ନୂଆରୂପ ପାଉଛି କେନ୍ଦୁଝର ରାଜାଙ୍କର (keonjhar king) ଶହେରୁ ଅଧିକ ପୁରୁଣା କାର ଓ ବାଇକ୍ । ଏଥିରେ ମୁଖ୍ୟ ଆକର୍ଷଣ ସାଜିଛି ୧୯୩୯ ମସିହାର ଉଲଜଲି କାର୍, ୧୯୪୨ର ଫୋର୍ ଜିପିଡବ୍ଲ୍ୟ ଜିପ୍  (JPW JEEP) ଓ ୧୯୫୩ର ମୋରିସ୍ ମାଇନର୍ ପରି ଅନେକ ପୁରୁଣା କାର୍ । ଏବେ ରାସ୍ତାରେ ଚା

keonjhar king Vintage car: କେନ୍ଦୁଝର ରାଜାଙ୍କ ଗାଡି ସଉକ, ନୂଆରୂପରେ ଏବେ ରାସ୍ତାରେ ଗଡିବ ଏସବୁ ପୁରୁଣା କାର

keonjhar king Vintage car: ଭିଣ୍ଟେଜ୍ କାରକୁ (Vintage car) ଅନୁମତି ପରେ ନୂଆରୂପ ପାଉଛି କେନ୍ଦୁଝର ରାଜାଙ୍କର (keonjhar king) ଶହେରୁ ଅଧିକ ପୁରୁଣା କାର ଓ ବାଇକ୍ । ଏଥିରେ ମୁଖ୍ୟ ଆକର୍ଷଣ ସାଜିଛି ୧୯୩୯ ମସିହାର ଉଲଜଲି କାର୍, ୧୯୪୨ର ଫୋର୍ ଜିପିଡବ୍ଲ୍ୟ ଜିପ୍  (JPW JEEP) ଓ ୧୯୫୩ର ମୋରିସ୍ ମାଇନର୍ ପରି ଅନେକ ପୁରୁଣା କାର୍ । ଏବେ ରାସ୍ତାରେ ଚାଲିବ ଏହିସବୁ ଭିଣ୍ଟେଜ୍ ଓ କ୍ଲାସିକ୍ କାର୍ (classic car) । ଯାହାକୁ ନେଇ ଜିଲ୍ଲାବାସୀ ଉତ୍ସାହିତ ହେବା ସହ ଖୁସିବ୍ୟକ୍ତ କରିଛନ୍ତି ।

ଚାରିଆଡେ ଭରି ରହିଛି ଅନେକ ବର୍ଷର ପୁରୁଣା ଗାଡି । ସେଥିମଧ୍ୟରୁ ଆକର୍ଷଣ ସାଜିଛି ୧୯୩୯ ମସିହାର ଉଜଜଲି କାର ହେଉ ଅବା ୧୯୪୨ର ମସିହାର ଫୋର୍ ଜିପିଡବ୍ଲ୍ୟୁ ଜିପ୍, ୧୯୫୩ ମସିହାର ମୋରିସ୍ ମାଇନର୍, ଡଜ୍, ପ୍ଲିମଥ୍, ଆମ୍ବାସଡର୍ ମାର୍କଟୁ, ଷ୍ଟାଣ୍ଟାର୍ଡ୍ ହେରଲ୍ଡ, ସେଭ୍ରଲେଟ୍ ଓ ଅଷ୍ଟିନ୍ ପରି ଅନେକ କାର୍ । ବହୁ ବର୍ଷର ପୁରୁଣା ଗୁଡିକୁ ଏଠାରେ ନୂତନ ଜୀବନ ଦେବାକୁ ଚାଲିଛି ପ୍ରଚେଷ୍ଟା । ଏଥିସହ, ୧୯୬୦ ଦଶକର ଜାୱା, ରୟାଲ୍ ଏନଫିଲ୍ଡ, ନର୍ଟନ୍, ୟାମାହା ଆରଡି ୩୫୦ ପରି ବାଇକର ମଧ୍ୟ ପୁନରୁଦ୍ଧାର କରାଯାଉଛି । ଏଥିସହ, ୧୯୬୦ ଦଶକର ଜାୱା, ରୟାଲ୍ ଏନଫିଲ୍ଡ, ନର୍ଟନ୍, ୟାମାହା ଆରଡି ୩୫୦ ପରି ବାଇକର ମଧ୍ୟ ପୁନରୁଦ୍ଧାର କରାଯାଉଛି । ପୁରୁଣା ଗାଡି ରଖି ସେସବୁ ଗାଡି ସଜାଡିବାର ସୌକିନ୍ କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ(Keonjhar king) ନିଜ ପ୍ରଚେଷ୍ଟାରେ ଏହି କାମ କରୁଛନ୍ତି । ଏବେ ଏହିସବୁ ଗାଡି ରାସ୍ତାରେ ଚାଲିବା ନେଇ ଆଶା ସଞ୍ଚାର ହୋଇଛି ।

୧୦ ବର୍ଷ ପୂର୍ବରୁ ପୁରୁଣା ଭିଣ୍ଟେଜ୍ (Vintage) , କ୍ଲାସିକ୍ କାର୍ (classic car) ଓ ବାଇକ୍ (Bike) ଏକାଠି କରିବା ଆରମ୍ଭ କରିଥିଲେ ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ । ବହୁ ଅର୍ଥବ୍ୟୟ ଓ ପରିଶ୍ରମରେ ଏସବୁ ଗାଡିର ପୁନଃ ରୁଦ୍ଧାର କରିବାକୁ ଚେଷ୍ଟା କଲେ ।  କୋରୋନା (Corona) ସମୟରେ ଦିନରାତି କାମ କରି ସେ ଏଥିରେ ସଫଳତା ପାଇଥିଲେ । ଏବେ ସରକାରଙ୍କ ନୂଆ ନିୟମ ଅନୁଯାୟୀ ପୁରୁଣା ଗାଡିର ଏନଓସି ମିଳିବା ସହିତ ପୁନଃ ପଞ୍ଜୀକରଣ ସମ୍ଭବ ହୋଇପାରିବ । ରାସ୍ତା ତଥା ସର୍ବସାଧାରଣ ସ୍ଥାନରେ ଏବେ ପୁରୁଣା ଗାଡିର ଆନନ୍ଦ ଉଠାଇପାରିବେ ଲୋକେ । ଯାହାକୁ ନେଇ ସମସ୍ତେ ଖୁସିବ୍ୟକ୍ତ କରିଛନ୍ତି ।