Train Accident: ଯାଜପୁର ଜିଲ୍ଲାରେ ଘଟିଛି ବଡ ଅଘଟଣ । କୋରେଇରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଭଦ୍ରକ କପିଳାସ ରୋଡର କୋରେଇ ଷ୍ଟେସନରେ ଲାଇନଚ୍ୟୁତ ହୋଇଛି। ଏଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ସକାଳ ୬ଟା ୪୪ମିନିଟ ସମୟରେ ଏହି ଦୁର୍ଘଟଣା ଘଟିଛି । ୫୪ଟି ବଗିରୁ ୮ଟି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଲାଇନଚ୍ୟୁତ ପରେ ଷ୍ଟେସନ ଉପରକୁ ବଗିଗୁଡିକ ମାଡି ଯାଇଛି । ଯାହା ଫଳରେ କୋରେଇ ରେୱେ ଷ୍ଟେସନର ବିଲ୍ଡିଂ ଭାଙ୍ଗି ଯାଇଛି । କେବଳ ସେତିକି ନୁହେଁ ଦୁର୍ଘଟଣାରେ ଫୁଟ୍ ଓଭର ବ୍ରିଜ୍ ଭାଙ୍ଗି ଚୁରମାର ହୋଇଛି ।


COMMERCIAL BREAK
SCROLL TO CONTINUE READING

ସେପଟେ, ଦୁର୍ଘଟଣା ଘଟିଥିବା ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଓ ପୋଲିସ ପହଞ୍ଚି ଥିଲା । ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାନୁସାରେ, ମାଲବାହୀ ଗାଡି ଖାଲି ଥିଲା, ଦୁର୍ଘଟଣା କେମିତି ହେଲା ତାହାର କାରଣ ଜଣାପଡିନି । ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ଉପସ୍ଥିତ ରହିଛନ୍ତି । ମୃତକଙ୍କ ପରିବାରକୁ ରେଳବାଇ ପକ୍ଷରୁ କ୍ଷତିପୂରଣ ଦିଆଯିବ । ମେନ୍ ଲାଇନ୍ ଥିବାରୁ ଅନେକ ଟ୍ରେନ୍ ପ୍ରଭାବିତ ହୋଇଛି । ପୂର୍ବ ଷ୍ଟେନରେ ଟ୍ରେନ୍ ଅଟକି ଥିବାରୁ ଡାଇଭର୍ଟ କରାଯାଇଛି । ଘଟଣାର ତଦନ୍ତ ପରେ ଦୁର୍ଘଟଣାର କାରଣ ଜଣାପଡିବ।


 


 





ସେପେଟେ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜ ଟୁଇଟରେ ଲେଖିଛନ୍ତି ଯେ, 'ଯାଜପୁର କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ,ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି'। ଏହାସହ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।  ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରାଯାଇଛି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ । ସେପଟେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ ଯୋଗେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେ ନିଜ ଟୁଇଟରେ ଲେଖିଛନ୍ତି ଯେ, 'ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇ ଲୋକଙ୍କ ପ୍ରାଣହାନୀ ହେବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଆହତଙ୍କ ଆଶୁଆରୋଗ୍ୟ କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।'


ଏହାବି ପଢନ୍ତୁ :108 Ambulance Service: କାହିଁକି ବ୍ୟାହାତ ହେଉଛି ୧୦୮ ସେବା, ପଦାକୁ ଆସିଲା ଭୟଙ୍କର କଥା