ଚଢ଼େଇଙ୍କ ବନ୍ଧୁ `ହେଲ୍ପ ଫର୍ ୟୁ`, ପକ୍ଷୀଙ୍କୁ ଯୋଗାଉଛି ପାଣି ଓ ଖାଦ୍ୟ
ଜଙ୍ଗଲରେ ଥିବା ପକ୍ଷୀ ମାନଙ୍କର ପାଣି ଅଭାବରୁ ଯେପରି ମୃତ୍ୟୁ ନ ହୁଏ ସେଥିପାଇଁ ଆଜି ସଙ୍ଗଠନ ତତ୍ପର । ସଙ୍ଗଠନର ପ୍ରତ୍ୟେକ ସଦସ୍ୟଙ୍କର କିଛି କିଛି ଆର୍ଥିକ ଅବଦାନ ବଳରେ ଆଜି ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଜଙ୍ଗଲରେ ପକ୍ଷୀ ମାନଙ୍କ ପାଇଁ ଖାଦ୍ୟ ଓ ପାଣିର ବ୍ୟବସ୍ଥା କରିଛନ୍ତି । ଏ ସମାଜରେ ମଣିଷର ଯେତିକି ବଞ୍ଚିବାର ଅଧିକାର ଅଛି ଜୀବଜନ୍ତୁ ମାନଙ୍କର ବି ସେତିକି ବଞ୍ଚିବାର ଅଧିକାର ଅଛି ।
ଦିଲୀପ ଦାସ, ଜଳେଶ୍ୱର: ଆଜି ଚାରିଆଡ଼େ ଗ୍ରୀଷ୍ମ ପ୍ରବାହର ପ୍ରଖର ତାପମାତ୍ରା ଯୋଗୁଁ ପୋଖରୀର ପାଣି ଶୁଖିବାରେ ଲାଗିଛି । ଜୀବଜନ୍ତୁମାନେ ପାଣି ଟୋପାଏ ପାଇଁ ହନ୍ତସନ୍ତ ହେଉଛନ୍ତି । ମଣିଷ ଜନ୍ମ ଶ୍ରେଷ୍ଠ ଜନ୍ମ । କଥା କହି ପାରୁଥିବା ମଣିଷ ସିନା ପାଣି ବୁନ୍ଦାଏ ମାଗି ଯାଚି ବଞ୍ଚି ଯାଉଛି ହେଲେ କଥା କହି ପାରୁନଥିବା ପ୍ରାଣୀଙ୍କ କଥା କିଏ ବା ପଚାରେ, କିଏ ବା ବୁଝିବ ସେମାନଙ୍କ କଥା । ବହୁତ ପକ୍ଷୀ ଭୋକ ଉପାସ ଓ ଅଂଶୁଘାତରେ ପ୍ରାଣ ହରାଉଛନ୍ତି, ପକ୍ଷୀଟିଏ କଥା କହି ପାରେନା ସେ ବା କେମିତି ପାଣି ଟୋପାଏ ପାଇବ, କିଏ ବା ତା ପେଟ କଥା ଓ ମନ କଥା ବୁଝିବ ।
ଆଜି ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ବ୍ଲକ ଅନ୍ତର୍ଗତ ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ହେଲ୍ପ ଫର୍ ୟୁ ଫାଉଣ୍ଡେସନ ଏଭଳି ଏକ ନିଆରା କାର୍ଯ୍ୟ କରିଛନ୍ତି ଯେ କି ଏ ସମାଜ ପାଇଁ ଉଦାହରଣ । ଗ୍ରୀଷ୍ମ ମାସର ହୁତୁହୁତୁ ଖରାକୁ ପ୍ରବଳ ଗୁଳୁଗୁଳି । ପକ୍ଷୀମାନଙ୍କ ଜୀବନ ଅତବ୍ୟସ୍ତ ହୋଇ ପଡିଥାଏ । ପାଣି ଅଭାବରୁ ବହୁତ ଜୀବଜନ୍ତୁ ପ୍ରାଣ ହରାଇ ଥାନ୍ତି । ତେଣୁ ଗ୍ରୀଷ୍ମ ଦାଉରୁ ନିରୀହ ପକ୍ଷୀ ମାନଙ୍କର ତୃଷ୍ଣାକୁ ମେଣ୍ଟେଇବା ପାଇଁ ହେଲ୍ପ ଫର ୟୁ ଫାଉଣ୍ଡେସନର ସଦସ୍ୟସଦସ୍ୟା ମାନେ ଏକ ଅଭିନବ ପ୍ରୟାସ କରିଛନ୍ତି ।
ଜଙ୍ଗଲରେ ଥିବା ପକ୍ଷୀ ମାନଙ୍କର ପାଣି ଅଭାବରୁ ଯେପରି ମୃତ୍ୟୁ ନ ହୁଏ ସେଥିପାଇଁ ଆଜି ସଙ୍ଗଠନ ତତ୍ପର । ସଙ୍ଗଠନର ପ୍ରତ୍ୟେକ ସଦସ୍ୟଙ୍କର କିଛି କିଛି ଆର୍ଥିକ ଅବଦାନ ବଳରେ ଆଜି ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଜଙ୍ଗଲରେ ପକ୍ଷୀ ମାନଙ୍କ ପାଇଁ ଖାଦ୍ୟ ଓ ପାଣିର ବ୍ୟବସ୍ଥା କରିଛନ୍ତି । ଏ ସମାଜରେ ମଣିଷର ଯେତିକି ବଞ୍ଚିବାର ଅଧିକାର ଅଛି ଜୀବଜନ୍ତୁ ମାନଙ୍କର ବି ସେତିକି ବଞ୍ଚିବାର ଅଧିକାର ଅଛି । ଏ ସମାଜରେ ନିଜର ଅଧିକାର ଜାହିର କରିବା ପୂର୍ବରୁ ଆମେ ସମାଜ ପ୍ରତି ଥିବା ଆମ କର୍ତ୍ତବ୍ୟକୁ ଭୁଲିବା ନାହିଁ । କାରଣ ଜୀବଜନ୍ତୁ ବଞ୍ଚିଲେ ପ୍ରକୃତି ବଞ୍ଚିବ ଆଉ ପ୍ରକୃତି ବଞ୍ଚିଲେ ଏ ମଣିଷ ସମାଜ ବଞ୍ଚିବ । ତେଣୁ ଜୀବଜନ୍ତୁ ପ୍ରତି ଆମେ ଦୟା ଭାବ ଦେଖାଇବା ପ୍ରଥମେ ଆମର କର୍ତ୍ତବ୍ୟ ।
ଏହା ବି ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ପୁଣି ବଢ଼ିବ ଦରମା
ଏହା ବି ପଢ଼ନ୍ତୁ:-ଯଦି କଂଗ୍ରେସ ନୁହେଁ ତେବେ କେଉଁଠି…ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ
ଏହା ବି ପଢ଼ନ୍ତୁ:-7th Pay Commission ପରେ ଆଉ ଆସିବନି ନୂଆ ପେ କମିଶନ! ସରକାରୀ କର୍ମଚାରୀଙ୍କ ଦରମା ଅଲଗା ଭାବରେ ହେବ ବୃଦ୍ଧି
ଗାଁ ଗଣ୍ଡାରେ ଯଦି ପ୍ରଖର ତାପମାତ୍ରା ଯୋଗୁଁ ପୋଖରୀ ମାନଙ୍କରେ ପାଣି ଶୁଖି ଯାଉଛି ତେବେ ଜୀବଜନ୍ତୁ ପାଇଁ ପାଣି ଭର୍ତ୍ତି କରିବାକୁ ସଙ୍ଗଠନ ତରଫରୁ ଅନୁରୋଧ କରାଯାଉଛି ଓ ସହରାଞ୍ଚଳରେ ପାଣିର ସମସ୍ୟା ମଧ୍ୟ ବହୁତ ଦେଖାଯାଇ ଥାଏ । ତେଣୁ ଯିଏ ଯାହାର ଛାତ ଉପରେ ପାଣି ପକ୍ଷୀ ମାନଙ୍କ ପାଇଁ ପାଣି ପାତ୍ର ରଖିବାକୁ ସଙ୍ଗଠନ ଅନୁରୋଧ କରିଛି । ଯାହା ଫଳରେ ଅନେକ ପକ୍ଷୀର ଜୀବନ ବଞ୍ଚି ଯାଇପାରିବ । ଏହି ହେଲ୍ପ ଫର ୟୁ ଫାଉଣ୍ଡେସନର ପ୍ରଶଂସନୀୟ କାର୍ଯ୍ୟ ସାରା ରାଜ୍ୟବାସୀ ପାଇଁ ଉଦାହରଣ ସୃଷ୍ଟି କରିଛି ।