କନ୍ଧମାଳ: କନ୍ଧମାଳ ଜିଲ୍ଲା ହୋମଗାର୍ଡ ମହାସଂଘ ଆଲୋଚନା କ୍ରମେ ଗୋଛାପଡା ଥାନାରେ ହୋମଗାର୍ଡ ସଂଘ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଟିତ। କନ୍ଧମାଳ ଜିଲ୍ଲା ଗୋଛାପଡା ଥାନାର ସମସ୍ତ ହୋମଗାର୍ଡ ଭାଇ ଭଉଣୀମାନଙ୍କୁ ନେଇ କନ୍ଧମାଳ ଜିଲ୍ଲା ହୋମଗାର୍ଡ ମହାସଂଘ ସଭାପତି ପ୍ରଭାତ କୁମାର ସାହାଣୀଙ୍କ ଉପସ୍ଥିତରେ ଗୋଛାପଡା ଥାନା ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଥିଲା।


COMMERCIAL BREAK
SCROLL TO CONTINUE READING

ଗୋଛାପଡା ଥାନା ହୋମଗାର୍ଡ ସଂଘ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହେଇଛି। ଆଗାମୀ ଦିନରେ ଗୋଛାପଡା ଥାନା ଅଞ୍ଚଳରେ ବିଭିନ୍ନ ପ୍ରକାର ଉନ୍ନତି ମୂଳକ କାର୍ଯ୍ୟକ୍ରମ ତଥା ବୃକ୍ଷରୋପଣ, କାର୍ଯ୍ୟକ୍ରମ ରକ୍ତଦାନ, ଅସହାୟକମାନଙ୍କୁ ସହାୟତା, ସ୍ୱଚ୍ଛ ଭାରତ ଅଭିଯାନ, ଏପରି ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ କରିବା ପାଇଁ ଆଲୋଚନା କରାଯାଇଛି। ମାନବାଧିକାର ମିସନ ଷ୍ଟେଟ୍ ଚେୟାରମ୍ୟାନ ଏବଂ ସଭାପତିଙ୍କ ଆଲୋଚନା କ୍ରମେ କନ୍ଧମାଳ ଜିଲ୍ଲାର ସମସ୍ତ ଥାନାର ସଂଘ କର୍ମକର୍ତ୍ତା ହ୍ୟୁମାନ ରାଇଟ୍ସ ମିସନର ସଦସ୍ୟ ହୋଇ ଆଗାମୀ ଦିନରେ ହୋମଗାର୍ଡ ଭାଇଭଉଣୀମାନଙ୍କୁ କିପରି ଉଚିତ୍ ନ୍ୟାୟ ମାନବାଧିକାର ମିସନ ମାଧ୍ୟମରେ ପାଇ ପାରିବେ ସେ ବିଷୟ ରେ ମାନବାଧିକାର ମିସନ କନ୍ଧମାଳ ଜିଲ୍ଲା ସଭାପତି, ବିରାଜ କୁମାର ପ୍ରଧାନ ଆଲୋଚନା କରିଥିଲେ।


ସମାଜରେ ମାନବାଧିକାର ମିସନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା। ଶେଷରେ ଗୋଛାପଡା ଥାନାରେ ହୋମଗାର୍ଡ ସଂଘ କର୍ମକର୍ତ୍ତା ଚୟନ କରାଯାଇଛି। ଗୋଛାପଡା ଥାନା ହୋମଗାର୍ଡ ସଂଘ ସଭାପତି ଲେବେନ୍ଦ୍ର ଦିଗାଲ, ଉପସଭାପତି ଦୁର୍ଯ୍ୟଶେଖର ମଲ୍ଲିକ, ସମ୍ପାଦକ ପ୍ରଶାନ୍ତ କୁମାର କହଁର, ସହସମ୍ପାଦକ ସୁବାସ ଚନ୍ଦ୍ର କହର, କୋଷାଧ୍ୟକ୍ଷ ସୋମନାଥ ବିନ୍ଦାଣୀ, ଉପକୋଷାଧ୍ୟକ୍ଷ ଭାବରେ ଅଭିରାମ ମହାନନ୍ଦ, ସଚିଦାନନ୍ଦ ସାଣ୍ଡ, କାର୍ଯ୍ୟକାରୀ ସଭାପତି ନାମେଶର ମିଶ୍ର ଏବଂ ପରାମର୍ଶଦାତା ଭାବରେ, ସାମ୍ବାଦିକ ରଞ୍ଜନ ସେଠୀଙ୍କୁ ଚୟନ କରାଯାଇଛି। 


କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ସରକାରୀ ମାନ୍ୟତା ସାର୍ଟିଫିକେଟ୍ ମିଳିଥିବାରୁ ତାଙ୍କୁ ଗୋଛାପଡା ଥାନାର ହୋମଗାର୍ଡ ଭାଇ ଭଉଣୀମାନେ ମହାସଂଘକୂ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜଣେଇଛନ୍ତି। କନ୍ଧମାଳ ଜିଲ୍ଲାର ହୋମଗାର୍ଡ ଭଉଣୀ ମଞ୍ଜୁଳା ନାୟକ ରାଜ୍ୟର ସମସ୍ତ ହୋମଗାର୍ଡ ଭାଇଭଉଣୀ ମାନଙ୍କ ଦରମା ବୃଦ୍ଧି ଏବଂ ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ହାଇକୋର୍ଟରେ ଡିଗ୍ରୀ କରି ବର୍ତ୍ତମାନ ମାନବାଧିକାର ମିସନ ଚ୍ୟାର୍ମେନଙ୍କ ସହଯୋଗରେ ସୁପ୍ରିମକୋର୍ଟ ବିଚାରଧିନ ଥିବା କେସଟିକୁ ଗୋଛାପଡା ଥାନାର ହୋମଗାଡ ଭାଇ ଭଉଣୀ ମାନେ ଉପଯୁକ୍ତ ସହଯୋଗ କରି କିପରି ସୁପ୍ରିମକୋର୍ଟରେ ଚାଲିଥିବା କନ୍ଧମାଳ ଜିଲ୍ଲା ହୋମଗାଡ ମହାସଂଘର ସମସ୍ୟା ଖୁବଶୀଘ୍ର ସଫଳ ହୋଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା। ସେଷରେ କନ୍ଧମାଳ ଜିଲ୍ଲା ହୋମଗାଡ ମହାସଂଘ ସମ୍ପାଦକ,ସପନ କୁମାର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ଶେଷ କରିଥିଲେ କରିଥିଲେ ।