Beef seized: ଛାଡ଼ଖାଇରେ କୋଟିଏ ଟଙ୍କାର ଗୋମାଂସ ଜବତ
Beef seized in Balasore: ମଙ୍ଗଳାବାର ପବିତ୍ର କାର୍ତ୍ତିକ ମାସ ସରିଛି। ଛାଡଖାଇ ବୁଧବାର ପଡିଥିବାରୁ ସମସ୍ତେ ଆମିଷ କିଣି ଘରକୁ ନେବା ପାଇଁ ବଜାରରେ ଗହଳି ଦେଖିବାକୁ ମିଳିଛି। ଅନ୍ୟପଟେ, ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଖନ୍ତାପଡ଼ା ଠାରେ ଗୋମାଂସ ବୋଝେଇ କଣ୍ଟେନର ଜବତ ହୋଇଛି।
Beef seized in Balasore, ବାଲେଶ୍ୱର: ମଙ୍ଗଳାବାର ପବିତ୍ର କାର୍ତ୍ତିକ ମାସ ସରିଛି। ମାସେ ଆମିଷ ଖାଇ ନ ଥିବା ଲୋକ ବୁଧବାର ଛାଡଖାଇ ପାଳନ କରିଛନ୍ତି। ଛାଡଖାଇ ପାଇଁ ଯେପରି ରାଜଯୋଟକ ପଡିଠି। ବୁଧବାର ଛାଡ ଖାଇ ପଡିଥିବାରୁ ମାଛ, ମାଂସ ଓ ଅଣ୍ଡା ଦୋକାନରେ ପ୍ରବଳି ଭିଡ ଦେଖିବାକୁ ମିଳିଛି। ଅନ୍ୟପଟେ ବାଲେଶ୍ୱର ଜିଲ୍ଲାରେ ଖନ୍ତପଡା ନିକଟରେ କୋଟିଏ ଟଙ୍କାର ଗୋମାଂସ ଜବତ କରାଯାଇଛି।
ଛାଡଖାଇ ବୁଧବାର ପଡିଥିବାରୁ ସମସ୍ତେ ଆମିଷ କିଣି ଘରକୁ ନେବା ପାଇଁ ବଜାରରେ ଗହଳି ଦେଖିବାକୁ ମିଳିଛି। ବାଲେଶ୍ଵର ଜିଲ୍ଲାରେ ସୋର ସିମୁଳିଆ, ଖଇରା, ଔପଦା ତଥା ଗ୍ରାମାଞ୍ଚଳରେ ମାସେ ପାଇଁ ଆମିଷ ଛାଡି ଥିବା ଅଞ୍ଚଳବାସୀ ବିଭିନ୍ନ ପ୍ରକାର ଆମିଷ କିଣିବା ପାଇଁ ଗହଳିଥିବା ବେଳେ ଵ୍ୟାପାରୀମାନେ ମଧ୍ୟ ବେଶ ଦୁଇ ପଇସା ଆୟ କରିଥିବା ଦେଖିବାକୁ ମିଳିଛି। ବୁଧବାର ଛାଡଖାଇ ଅବସରରେ ଓଡିଶା ବଜାରରେ ଛେଳି ମାଂସ କିଲୋପିଛା ୭୫୦ରୁ ୮୦୦ ଟଙ୍କା, ଚିକେନ- ୨୬୦ରୁ ୨୮୦ ଟଙ୍କା, ଦେଶୀ କୁକୁଡା- ୭୦୦ରୁ ୮୦୦ ଟଙ୍କା, ମାଛ- ୨୦୦ରୁ ୨୩୦ ଟଙ୍କା, ଚିଙ୍ଗୁଡି- ୨୫୦ରୁ ୭୦୦ ଓ ଅଣ୍ଡା ଗୋଟିକ ମୂଲ୍ୟ ୬ ଟାଙ୍କା ରହିଛି।
ଅନ୍ୟପଟେ, ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଖନ୍ତାପଡ଼ା ଠାରେ ଗୋମାଂସ ବୋଝେଇ କଣ୍ଟେନର ଜବତ ହୋଇଛି। ବଜରଙ୍ଗୀ ଦଳ ପକ୍ଷରୁ ଚଢଉ କରି କଣ୍ଟେନରକୁ ଅଟକାଯାଇଥିଲା। କଲିକତାରୁ ଚେନ୍ନଇକୁ ଗୋମାଂସ ଚାଲାଣ ହେଉଥିବା କୁହାଯାଉଛି। ବଜରଙ୍ଗୀ ଦଳ କଣ୍ଟେନରକୁ ଅଟକାଇ ଖନ୍ତାପଡ଼ା ଥାନାରେ ଜିମା ଦେଇଥିଲେ। ପରେ ସ୍ଥାନୀୟ ବାହାନଗା ତହସିଲଦାରଙ୍କ ଉପସ୍ଥିତିରେ କଣ୍ଟେନରକୁ ଖନ୍ତାପଡ଼ା ପୋଲିସ ଖୋଲି ଥିଲା। କଣ୍ଟେନରରେ ଆନୁମାନିକ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଗୋମାଂସ ଥିଲା। ଯାଞ୍ଚବେଳେ ଏହା କୌଣସି ପ୍ରକାର କାଗଜ ନଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଶେଷରେ ତହସିଲଦାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଗୋମାଂସକୁ ମାଟିରେ ପୋତା ଯାଇଛି। ପୋଲିସ ଗାଡ଼ି ଚାଳକକୁ ଅଟକ ରଖି ତଦନ୍ତ ଜାରି ରଖିଛି।
ଏହା ପ୍ରଥମ ଥର ନୁହଁ, ପ୍ରତିମାସରେ ଦୁଇ ତିନି ଥର ଏମିତି ଗୋମାଂସ ଭର୍ତ୍ତି କଣ୍ଟେନର ଜବତ କରାଯାଉଥିବା ନଜିର ରହିଛି। ପ୍ରତ୍ୟେକଥର ଗୋମାଂସ ପଶ୍ଚିମବଙ୍ଗରୁ ଦକ୍ଷିଣ ରାଜ୍ୟକୁ ଚାଲାଣ କରାଯାଉଥିବାର ପ୍ରମାଣ ମଧ୍ୟ ମିଳିଛି। ଓଡିଶା ଓ ପଶ୍ଚିମବଙ୍ଗ ସୀମାରେ ଆଉଟପୋଷ୍ଟ କରି ଉଭୟ ରାଜ୍ୟର ପୋଲିସ ପକ୍ଷରୁ ଯାଞ୍ଚ କରାଯାଉଛି। ତଥାପି ବେଆଇନ ଗୋମାଂସ ବେପାରୀ ପୋଲିସ ଆଖିରେ ଧୂଳି ଦେଇ ଖସି ଯାଉଛନ୍ତି। କିନ୍ତୁ ସମାନେ ଅନ୍ୟ ସଙ୍ଗଠନ ହାତରେ ଧରା ପଡୁଛନ୍ତି। ତେବେ ଏତେ ବଡ କଣ୍ଟେନର କିପରି ସୁରକ୍ଷା କର୍ମୀଙ୍କ ଆଖି ଆଗରେ ପଡୁ ନାହିଁ ତାହା ତଦନ୍ତ ସାପେକ୍ଷ।
Also Read: Kartik Purnima: ଡଙ୍ଗା ଭସା ସହ ଶ୍ରକ୍ଷେତ୍ରରେ ଶେଷ ହେଲା ମହା କାର୍ତ୍ତିକ ବ୍ରତ