Union Minister Apologise: କେଉଁ ଭୁଲ ପାଇଁ ମଞ୍ଚରୁ ସମସ୍ତଙ୍କୁ କ୍ଷମା ମାଗିଲେ ନୀତିନ ଗଡ଼କରୀ? ମନମୋହନ ସିଂହଙ୍କୁ ନେଇ କହିଲେ ଏହି ବଡ଼ କଥା
Advertisement

Union Minister Apologise: କେଉଁ ଭୁଲ ପାଇଁ ମଞ୍ଚରୁ ସମସ୍ତଙ୍କୁ କ୍ଷମା ମାଗିଲେ ନୀତିନ ଗଡ଼କରୀ? ମନମୋହନ ସିଂହଙ୍କୁ ନେଇ କହିଲେ ଏହି ବଡ଼ କଥା

Union Minister Apologise: ମଧ୍ୟପ୍ରଦେଶର ଖରାପ ରାସ୍ତାକୁ ନେଇ ନୀତିନ ଗଡକରୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଏଥିପାଇଁ ମଞ୍ଚ ଉପରୁ କ୍ଷମା ପ୍ରାର୍ଥନା କରିଛନ୍ତି। ମଞ୍ଚରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଉପସ୍ଥିତ ଥିଲେ। ଗଡକରୀ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରଶଂସା କରିଛନ୍ତି। 

Union Minister Apologise: କେଉଁ ଭୁଲ ପାଇଁ ମଞ୍ଚରୁ ସମସ୍ତଙ୍କୁ କ୍ଷମା ମାଗିଲେ ନୀତିନ ଗଡ଼କରୀ? ମନମୋହନ ସିଂହଙ୍କୁ ନେଇ କହିଲେ ଏହି ବଡ଼ କଥା

Union Minister Apologise, ଭୋପାଲ: ଜନସାଧାରଣଙ୍କୁ କ୍ଷମା ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ। ମଧ୍ୟପ୍ରଦେଶର ଖରାପ ରାସ୍ତାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିବା ସହ ଏଥିପାଇଁ ମଞ୍ଚ ଉପରୁ କ୍ଷମା ପ୍ରାର୍ଥନା କରିଛନ୍ତି। ଏହା ସହ ରାସ୍ତା କାମ ବନ୍ଦ କରି ନୂଆ ଟେଣ୍ଡର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ଶୁଣିବା ପରେ ଲୋକେ କରତାଳି ମାରିଥିଲେ। ମଞ୍ଚରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଉପସ୍ଥିତ ଥିଲେ।

ସୋମବାର ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାର ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ସେ ଭାଷଣ ଦେବା ସମୟରେ ଖରାପ ରାସ୍ତା ପ୍ରସଙ୍ଗରେ କ୍ଷମା ମାଗିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଥିଲେ, "ମୁଁ ଦୁଃଖୀତ ଓ ମତେ କଷ୍ଟ ହେଉଛି। ଯଦି କୌଣସି ଭୁଲ ହୋଇଥାଏ ତେବେ ମୁଁ କ୍ଷମା ପ୍ରର୍ଥନା କରିବାକୁ କୁଣ୍ଠାବୋଧ କରେନାହିଁ। ମାଣ୍ଡଳା ଠାରୁ ଜବଲପୁର ଜାତୀୟ ରାଜପଥରେ ବଲେରା ଠାରୁ ମାଣ୍ଡଲା ରାସ୍ତା ପ୍ରସାରିତ ହେଉଛି। ଏହି ୬୩ କିଲୋମିଟର ରାସ୍ତା ପାଇଁ ୪୦୦ କୋଟି ଟଙ୍କା ବ୍ୟୟ ହେବ। କିନ୍ତୁ ଏହି ରାସ୍ତା କାମରେ ମୁଁ ସନ୍ତୁଷ୍ଟ ନୁହଁ।"

Also Read: Padmapur Bypoll: ଶପଥ ନେଉ ନେଉ ସୂର୍ଯ୍ୟବଂଶୀ ସୁରଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଜନସାଧାରଣଙ୍କ ସମ୍ବୋଧନ କରି ସେ କହିଛନ୍ତି, "ରାସ୍ତକାମରେ ଅନେକ ତ୍ରୁଟି ରହିଛି, ଯେଉଁଥିପାଇଁ ଆପଣମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଠାକୁ ଆସିବା ପୂର୍ବରୁ ମୁଁ ଏ ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଛି। ମୁଁ ସେମାନଙ୍କୁ କହିଛି ଯେ, ବଳକା ଥିବା କାମକୁ ଆପୋଷ ବୁଝାମଣା କରି ବନ୍ଦ କରି ମରାମତି କାମ କର। ଯଥାଶୀଘ୍ର ନୂଆ ଟେଣ୍ତର କରି ଏକ ଭଲ ରାସ୍ତା ତିଆରି କର। ଆପଣମାନେ ଖରାପ ରାସ୍ତା ପାଇଁ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେଥିପାଇଁ ମୁଁ କ୍ଷମା ଚାହୁଁଛି।" ଏହା ସହ ଆସନ୍ତା ୨ ବର୍ଷ ମଧ୍ୟରେ ମଧ୍ୟ ପ୍ରଦେଶକୁ ୬ ଲକ୍ଷ କୋଟି ଟଙ୍କା ଦେବାକୁ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। 

ଅନ୍ୟପଟେ, ମୋଦିଙ୍କ ମନ୍ତ୍ରୀ ମଙ୍ଗଳବାର ଯେଉଁ ବୟାନ ଦେଇଥିଲେ, ତାହା ତାଙ୍କୁ ଏବେ ଅଡୁଆରେ ପକାଇଛି। ଗତ କିଛି ମାସ ହେଲା ବିଜେପିରେ ନୀତିନ ଗଡକରୀଙ୍କ ସ୍ଥିତି ଠିକ ନାହିଁ। ଦଳିୟ ନେତୃତ ଓ ତାଙ୍କର ସମ୍ପର୍କରେ ସାମାନ୍ୟ ଫାଟ ସୃଷ୍ଟି ହୋଇଛି। ଏହି ସମୟରେ ସେ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପ୍ରଶଂସା କରିଛନ୍ତି। ମନମୋହନ ସିଂହଙ୍କ ଠାରେ ଦେଶ ଋଣୀ ବୋଲି କହିଛନ୍ତି। ଏକ ପୁରସ୍କାର ବିତରଣ ଉତ୍ସବରେ ସେ କହିଛନ୍ତି, "ଲିବେରାଲ ଇକୋନୋମି ପାଇଁ ଦେଶରୁ ଏକ ନୂଆ ପଥ ମିଳିଲା। ସେଥିପାଇଁ ମନମୋହନ ସିଂହଙ୍କ ଠାରେ ଦେଶ ଋଣୀ।" ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ମନମୋହନ ସିଂହ, ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଏହାପରେ ନରେନ୍ଦ୍ର ମୋଦିଙ୍କ ରାଜୁତି ଆରମ୍ଭ ହୋଇଛି।