ଜଳେଶ୍ଵର: ୬୦ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ଜମାଳପୁର ବାଇପାସ୍ ଠାରେ ଅତି ଅମାନୁଷିକ ପଶ୍ଚିମବଙ୍ଗ ଅଭିମୁଖେ ଭାବେ ଗୋରୁ ଚାଲାଣ କରାଯିବା ବେଳେ ଏହା ଜଳେଶ୍ଵର ତହସିଲଦାର ସ୍ମ୍ରୁତି ରଞ୍ଜନ ମଲ୍ଲିକଙ୍କ ସହ ଏନଫୋର୍ସମେଣ୍ଟ ଟିମ୍ ହାବୁଡ଼ରେ ପଡିଯାଇଥିଲା। ଚାଲାଣ ବେଳେ ଜଳେଶ୍ଵର ତହସିଲଦାର ବେଆଇନ ବାଲି ଚୋରା ଚାଲାଣକାରୀଙ୍କୁ ଧରିବାକୁ ଯାଉଥିଲେ। ମାତ୍ର ରାସ୍ତାରେ ଅମାନୁଷିକ ଭାବେ ଗୋରୁ ଚାଲାଣ ହେଉଥିବା ଦୃଶ୍ଯ ଦେଖି ସେ ଅଟକିବାକୁ ବାଧ୍ୟ ହୋଇଥିଲେ। ତାଙ୍କୁ ଦେଖି ଗୋରୁ ମାଫିଆ ଘଟଣାସ୍ଥଳରୁ ପଳାୟନ କରିଥିଲେ।


COMMERCIAL BREAK
SCROLL TO CONTINUE READING

ଯେଉଁ ଯନ୍ତ୍ର ଚଳିତ ରିକ୍ସା ଯୋଗେ ଗୋରୁ ଚାଲାଣ କରାଯାଉଥିଲା ତାହାର ଚାଳକକୁ ଅଟକ ରଖିଥିଲେ ତହସିଲଦାର। ତୁରନ୍ତ ନିଜ ଗାଡିରେ ଥିବା ପାଣି ବୋତଲ ରୁ ପାଣି ଆଣି ବନ୍ଧା ହୋଇଥିବା ଗୋରୁଙ୍କୁ ଦେବା ସହ ପୋଲିସ ଥାନାକୁ ଫୋନ କରି ଚାଲାଣ ହୋଇଥିବା  ଗୋରୁଙ୍କୁ ଚିକିତ୍ସା ସେବା ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଗୋରୁଙ୍କୁ ଉପଯୁକ୍ତ ଜାଗାରେ ରଖି ଖାଦ୍ୟ ପାନୀୟର ବ୍ୟବସ୍ଥା କରିବାକୁ କହିଥିଲେ ସେ। 


ଦିନ ଦ୍ବିପହର ସମୟରେ ଶହ ଶହ ଗୋରୁଙ୍କୁ ଅମାନୁଷିକ ଭାବେ ରାଜରାସ୍ତା ରେ ଚଲାଇ ଚଲାଇ ଓଡ଼ିଶା ସୀମା ପାରି କରାଯାଉଥିବା ବେଳେ ୪ ଗୋରୁ ଅସୁସ୍ଥ ହୋଇ ପଡ଼ିବାରୁ ସେମାନଙ୍କୁ ଗୋ ମାଫିଆ ଏକ ଯନ୍ତ୍ର ଚଳିତ ରିକ୍ସାରେ  ନିଷ୍ଠୁର ଭାବେ ଲଦି ନେଇ ଯାଉଥିବା ବେଳେ ତହସିଲଦାରଙ୍କ ହାବୁଡରେ ପଡ଼ି ଯାଇଥିଲେ। ପ୍ରତ୍ୟେକ ଦିନ ଶହଶହ ଗୋରୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିବା ବେଳେ ପ୍ରଶାସନ ପକ୍ଷରୁ ଏହା ଉପରେ ରୋକ ଲଗାଇବାକୁ ସାଧାରଣରେ ଦାବି ହେଉଛି।