Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2535856

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ପ୍ରମୁଖ ଖବର...

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
1-DGP conference: ତିନିଦିନିଆ ଡିଜିପି ସମ୍ମିଳନୀରେ ଯୋଗ ଦେବାକୁ ଆଜି ଓଡି଼ଶା ଆସୁଛନ୍ତି ମୋଦି। ଅପରାହ୍ଣ ୪ଟା ୨୦ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ। ସାଢେ ୪ଟାରେ ବିମାନବନ୍ଦର ପାଖରେ ଏକ ସଭାରେ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ପିଏମ୍ ମୋଦି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦୁଇ ଘଣ୍ଟା ଧରି ରହିବେ । କରିବେ ମାରାଥନ୍ ସମୀକ୍ଷା। ସରକାର ଓ ସଂଗଠନକୁ ନେଇ ପଦାଧିକାରୀ, ସାଂସଦ ଓ ବିଧାୟକଙ୍କଠୁ ନେବେ ରିପୋର୍ଟ କାର୍ଡ । ଜନ ପ୍ରତିନିଧିମାନେ କେତେ ଜିଲ୍ଲା ଗସ୍ତ କରିଛନ୍ତି, ଆଉ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ସଂପର୍କରେ ବି ପଚାରି ବୁଝିବେ ।
 
 
2-Schools Closed: ସେପଟେ, ମୋଦି ଓ ଅମିତ ଶାହାଙ୍କ ଗସ୍ତକୁ ନେଇ ଆଜି ରାଜଧାନୀରେ ବିଦ୍ୟାଳୟଗୁଡ଼ିକ ଅପରାହ୍ଣ ୧ଟା ଯାଏ ଚାଲିବ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଭୁବନେଶ୍ବର ଗସ୍ତକୁ ଆଖି ଆଗରେ ରଖି ଏଭଳି ପଦକ୍ଷେପ ନିଆଯାଇଛି।
 
3-commissionrate police issued trafic advisory: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଡିଜିପି-ଆଇଜି ସମ୍ମିଳନୀ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ସହିତ ବହୁ ବିଶିଷ୍ଟ ଅଧିକାରୀ ସାମିଲ ହେବାକୁ ଯାଉଛନ୍ତି। ଏଥିପାଇଁ ସମଗ୍ର ଭୁବନେଶ୍ୱରରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ସହିତ ଟ୍ରାଫିକ ବ୍ୟବସ୍ଥାକୁ ମଧ୍ୟ ସୁନିୟନ୍ତ୍ରିତ କରାଯାଇଛି। ଏନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। 
 
 
4-tight Security at Bhubaneswar: ନଭେମ୍ବର ୨୯ ତାରିଖରୁ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ସର୍ବଭାରତୀୟ ଡିଜିପି-ଆଜି ସମ୍ମିଳନୀ।  ଏଥିରେ ବ୍ୟାଘାତ ସୃଷ୍ଟି କରିବାକୁ ଖଲିସ୍ତାନୀ ଆତଙ୍କୀ ଗୁରୁୱନ୍ତ ସିଂ ପନ୍ନୁ ଧମକ ଦେଇଥିବା ସୂଚନା ମିଳିଛି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଦେଖାଦେଇଛି ହଇଚଇ । ଶିଖ୍ ଫର୍ ଜଷ୍ଟିସ ସଂଗଠନର ବିଚ୍ଛିନ୍ନତାବାଦୀ ନେତା ପନ୍ନୁ ଏନେଇ ଭିଡିଓ ବାର୍ତ୍ତା ଜାରି କରିଥିବା କୁହାଯାଉଛି । ତେବେ ଏହି ସମ୍ମିଳନୀ ପୂର୍ବରୁ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଗ୍ରହଣ କରାଯାଇଛି। ଏନେଇ କମିଶନରେଟ ପୋଲିସ ସୂଚନା ପ୍ରଦାନ କରିଛନ୍ତି କଟକ-ଭୁବନେଶ୍ୱର ପୋଲିସ କମିଶନର ଏସ ଦେବଦତ୍ତ ସିଂହ। 
 
5-Odisha govt transfers 12 OAS officers: ରାଜ୍ୟ ସରକାର ଗୁରୁବାର ସନ୍ଧ୍ୟାରେ ୧୨ଜଣ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀଙ୍କ ଭିତରେ ଅଦଳବଦଳ କରିଛନ୍ତି। ଏହିକ୍ରମରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ପୁରନ୍ଦର ଧାରୁଆଙ୍କୁ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ମହିଳା ଓ ଶିଶୁ ବିକାଶ ବିଭାଗର ସ୍ୱତନ୍ତ୍ର ସଚିବ ରୀନା ମହାପାତ୍ରଙ୍କୁ ନିଯୁକ୍ତ କରାଯାଇଛି। 
 
 
6-Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆକାଶ ମେଘୁଆ ରହିପାରେ। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ,  ତାମିଲନାଡୁ ଓ ଶ୍ରୀଲଙ୍କା ଉପକୂଳରେ ହେବାକୁ ଥିବା ବାତ୍ୟା ପ୍ରଭାବରେ ରାଜ୍ୟରେ କାଁ ଭାଁ ବର୍ଷା ହୋଇପାରେ। ଉପକୂଳ ଏବଂ ଦକ୍ଷିଣ ଓଡିଶାରେ କାଁ ଭାଁ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଆଜି , ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଗଂଜାମ, ନୟାଗଡ, ଗଜପତି, ଗଂଜମ , କୋରାପୁଟ୍, ମାଲକାନଗିରି  ଜିଲ୍ଲାର ଗୋଟିଏ ୨ ଟି ଜାଗାରେ ହାଲୁକାରୁ ମଧ୍ୟମ ଧରଣର  ବର୍ଷା ହେବାର ସମ୍ଭାବନା ରହିଛି। ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ। ସୁନ୍ଦରଗଡ, କେନ୍ଦୁଝର,କନ୍ଧମାଳ ଓ କଳାହାଣ୍ତିରେ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡି ହୋଇପାରେ।
 
 
7- Former Bangladesh Prime Minister Sheikh Hasina: ବାଂଲାଦେଶରେ  ହିନ୍ଦୁ ବିରୋଧୀ ହିଂସା ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ମୁହଁ ଖୋଲିଛନ୍ତି। ଏନେଇ ସେ କହିଛନ୍ତି ଯେ,  ଚିତ୍ତଗୋଙ୍ଗରେ ଜଣେ ଆଇନଜୀବୀଙ୍କୁ ହତ୍ୟା ଏବଂ ହିନ୍ଦୁ ସାଧୁ ଚିନ୍ମୟକୃଷ୍ଣ ଦାସଙ୍କୁ ଗିରଫ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ। ହିନ୍ଦୁ ସାଧୁଙ୍କୁ ତୁରନ୍ତ ମୁକ୍ତ କରିବାକୁ ସେ ଦାବି କହିଛନ୍ତି। ହିଂସା ଓ ଅରାଜକତାବାଦୀ କାର୍ଯ୍ୟକଳାପ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି ।   
 
 
8-Hemanta Soren:ଝାଡ଼ଖଣ୍ଡର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ। ଏହା ସହିତ ସୋରେନ ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ରାଞ୍ଚିର ମୋରହାବାଦୀ ମୈଦାନରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟପାଳ ସନ୍ତୋଷ ଗାଙ୍ଗୱାର ହେମନ୍ତଙ୍କୁ ଶପଥ ପାଠ କରାଇଛନ୍ତି।  
 
9-Indian Navy Test Fires K-4 Nuclear-Capable Ballistic Missile:ପ୍ରଥମ ଥର ପାଇଁ ଭାରତୀୟ ନୌସେନା  ବୁଡ଼ା ଜାହାଜ ଆଇଏନଏସ ଆରିଘାତରୁ କେ -୪ ବାଲିଷ୍ଟିକ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହି ନବନିର୍ମିତ କ୍ଷେପଣାସ୍ତ୍ରର ରେଞ୍ଜ 3500କିମି ରହିଛି । ନଭେମ୍ବର 27ରୁ 30 ମଧ୍ୟରେ ବଙ୍ଗୋପସାଗରରେ 3490 କିମି ଉଡ଼ାଣ କରିଡରରେ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ରର ପରୀକ୍ଷଣ ପାଇଁ ଭାରତ କିଛି ଦିନ ପୂର୍ବରୁ ସାର୍ବଜନୀନ କ୍ଷେତ୍ର ଚେତାବନୀ ଓ ଏୟାରମ୍ୟାନ କୁ ନୋଟିସ ଜାରି କରିଥିଲା ।
 
 
10-ICC Champions Trophy: ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆୟୋଜନରୁ ବଞ୍ଚିତ ହେବ ପାକିସ୍ତାନ। ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ପାକିସ୍ତାନ ବାହାରେ ଆୟୋଜନ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଏଯାଏ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରିବାକୁ ଗୋଡ଼ ଟେକି ବସିଥିଲା। ହେଲେ ପାକିସ୍ତାନକୁ ଝଟକା ଦେବା ମୁଡରେ ରହିଛି ଆଇସିସି। ବର୍ତ୍ତମାନ ପାକିସ୍ତାନରେ ଭୟଙ୍କର ରାଜନୀତିକ ହିଂସା ଦେଖିବାକୁ ମିଳିଛି। ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ବିଭିନ୍ନ ସ୍ଥାନରେ ପୋଡ଼ା ଜଳା ହୋଇଛି। ସ୍ଥିତିକୁ ଦୃଷ୍ଟିରେ ପାକିସ୍ତାନରେ ଦିନିକିଆ ସିରିଜ ଖେଳୁଥିବା ଶ୍ରୀଲଙ୍କା ଏ ଟିମ ଅଧାରୁ ସ୍ୱଦେଶ ଫେରି ଆସିଛି।