Naba Das Murder Case; ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ପରେ ଏବେ ସମ୍ବଲପୁରରେ ଚାଲିଛି ଆରୋପ ପ୍ରତ୍ୟାରୋପର ପର୍ବ । ଉଭୟ ଶାସକ ଓ ବିରୋଧୀ ଦଳ ପକ୍ଷରୁ ପରସ୍ପରକୁ କାଦୁଅ ଫିଙ୍ଗୁଥିବା ବେଳେ ଏଥିରେ  ଖୋରାକ ଯୋଗାଇଛି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ମନ୍ତବ୍ୟ । ଗତ ମାସ ୨୯ ତାରିଖରେ ASI ଗୋପାଳ ଦାସ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କୁ ବ୍ରଜରାଜ ନଗର ସ୍ଥିତ ଗାନ୍ଧୀ ଛକରେ ଗୁଳି କରି ହତ୍ୟା କରିଥିଲା । ଆଉ ଏହାପରେ ପୋଲିସ ଉପରୁ ଭରସା ତୁଟି ଯାଇଥିବା କହି ନିଜ ବ୍ୟକ୍ତିଗତ PSOଙ୍କୁ ଫେରାଇ ଦେଇଥିଲେ ଜୟ ନାରାୟଣ ମିଶ୍ର ।ନବ ଦାସଙ୍କ ଗୁଳିକାଣ୍ଡ ଘଟଣାରେ ପୋଲିସ ସମ୍ପୃକ୍ତି କାରଣରୁ ସେ ଏପରି କରିଥିବା କହିଥିଲେ । ଦିବାଲୋକରେ ପୋଲିସର କଡ଼ା ସୁରକ୍ଷାବଳୟ ମଧ୍ୟରେ ଜଣେ ମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି । ଏହି ଘଟଣା ପରେ ମୋର ପୋଲିସ ମାନଙ୍କ ପ୍ରତି ବିଶ୍ୱାସ ତୁଟି ଯାଇଛି । ଏହି  କାରଣରୁ ମୁଁ ମୋର PSOଙ୍କୁ ଫେରାଇ ଦେଇଛି । ସେ ଆହୁରି କହିଛନ୍ତି ଯେ, ଅନେକ ସମୟରେ ପୋଲିସ ମାନେ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ଦେଖିବାକୁ ମିଳିଛି ।


COMMERCIAL BREAK
SCROLL TO CONTINUE READING

ତେବେ ଜୟ ନାରାୟଣ ମିଶ୍ରଙ୍କ ଏହି ବୟାନ ପରେ ସମ୍ବଲପୁର ହାବିଲଦାର କନେଷ୍ଟବଳ ସଙ୍ଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟକୁ ନିନ୍ଦା କରାଯାଇଥିଲା । ଖାଲି ଏତିକି ନୁହେଁ ରବିବାର ଦିନ ବିଜେଡ଼ି ପକ୍ଷରୁ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା  । ଏଥିରେ ସମ୍ବଲପୁର ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ଓ ବରିଷ୍ଠ ସଦସ୍ୟ ପ୍ରମୋଦ ରଥ ଜୟ ନାରାୟଣ ମିଶ୍ରଙ୍କ ବକ୍ତବ୍ୟକୁ ଖଣ୍ଡନ କରିଥିଲେ ।


ଏହିଦିନ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରଯାଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଯାହା କହିଛନ୍ତି ଠିକ୍ କହିଛନ୍ତି  ସେଥିପାଇଁ କାହିଁକି ହାବିଲଦାର ପୋଲିସ ସଙ୍ଘ ପ୍ରତିକ୍ରିୟା ରଖିଛନ୍ତି । ବିରୋଧୀ ଦଳ ନେତା ଗୃହ ବିଭାଗକୁ PSO ଫେରାଇଛନ୍ତି ଏଥିରେ ହାବିଲଦାର କନେଷ୍ଟବଳ ସଙ୍ଘ କାହିଁକି ପ୍ରତିକ୍ରିୟାଶୀଳ ହେଉଛି ବୋଲି କୁହାଯାଇଛି । ଆଉ ତା ପରେ ବର୍ତ୍ତମାନ ଯିଏ ସମ୍ବଲପୁର ହାବିଲଦାର କନେଷ୍ଟବଳ ସଙ୍ଘର ସଭାପତି ଅଛନ୍ତି ରାମଦାସ ପଣ୍ଡା ତାଙ୍କର ସାମ୍ବାଦିକ ସମ୍ମିଳନୀ କରିବାର ଅନୁମତି ସେ ଉପରିସ୍ଥ ଅଧିକାରୀଙ୍କ ଠାରୁ ନେଇଛନ୍ତି କି? ସେ ସମ୍ବଲପୁର ଜିଲ୍ଲାର କେଉଁ ପୋଲିସ କାର୍ଯ୍ୟାଳୟରେ ସେ ନିୟୋଜିତ ଅଛନ୍ତି କହିବେ କି । ଆଜି ପର୍ଯ୍ୟନ୍ତ ନେତା ମନ୍ତ୍ରୀ ସମ୍ବଲପୁର ଗସ୍ତ ସମୟରେ ତାଙ୍କ ପଛେ ପଛେ ରାମଦାସ ପଣ୍ଡା ବୁଲୁଥିବା ବେଳେ କେବେ ପୋଲିସ ଡ୍ରେସ ପିନ୍ଧି କେଉଁଠି ଡିଟ୍ୟୁ କରୁଛନ୍ତି କି ବୋଲି ପ୍ରଶ୍ନ କରିଛି ବିଜେପି କୃଷକ ମୋର୍ଚ୍ଚା । ଜଣେ ଯଦି ସଙ୍ଘର ସଭାପତି ହୁଏ ତା ହେଲେ ସିଏ ଡିଟ୍ୟୁ ନ କରି ଦରମା ପାଇବା କେତେ ଯୁକ୍ତି ଯୁକ୍ତ ବୋଲି ସାମ୍ବାଦିକ ସମ୍ମିଳନୀରେ ଉଚ୍ଚ ଅଧିକାରୀଙ୍କୁ ପ୍ରଶ୍ନ କରାଯାଇଛି ।