ଯାଜପୁର: ପୁଣି ବଦନାମ ସାମ୍ବାଦିକତା! କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ବ୍ଲାକମେଲ (blackmail), ଧମକ, ମିଥ୍ୟା ତଥ୍ୟ ସଂପର୍କିତ ଅଡିଓ ଓ ଭିଡିଓ ଭାଇରାଲ କରିବା ଅଭିଯୋଗରେ ଜଣେ ୱେବ ମିଡ଼ିଆ ପ୍ରତିନିଧି ଗିରଫ ହୋଇଛନ୍ତି । ଯାଜପୁର (Jajpur) ଜିଲ୍ଲା ଧର୍ମଶାଳା ଥାନା ଅଂଚଳରୁ ଏଭଳି ମାମଲା ସାମନାକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୁମାରୀ ଓ ଗଙ୍ଗାଧରପୁର ପଂଚାୟତରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ) ନିର୍ମଳ ଚନ୍ଦ୍ର ପଣ୍ଡାଙ୍କ ଅଭିଯୋଗ ପରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ଦେଉଳି ଗ୍ରାମର ସଂଜୟ ମିଶ୍ର ବୋଲି ଜଣାପଡିଛି। ସେ ନିଜକୁ ସାମ୍ବାଦିକ ପରିଚୟ ଦେଇ କିଛି ଦିନ ହେବ ପିଇଓଙ୍କୁ ବ୍ଲାକମେଲ କରିଆସୁଥିଲେ । ଏପରିକି ସେ ଅନେକ ଥର ତାଙ୍କ କାର୍ଯ୍ୟାଳୟକୁ ଆସି ତାଙ୍କ ଅଜାଣତରେ ଫୋନରେ ହେଉଥିବା କଥାବାର୍ତ୍ତା ଓ ଭିଡିଓ ରେକର୍ଡିଂ କରିଥିଲେ ।


ଅଭିଯୋଗ ଅନୁସାରେ, ସଂଜୟ ମିଥ୍ୟା ତଥ୍ୟ ସହ ଅଡିଓ ଭିଡିଓ ଏଡିଟିଂ କରି ନିର୍ମଳ ଚନ୍ଦ୍ର ପଣ୍ଡାଙ୍କୁ ଏକ ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ । ନଚେତ୍ ଅଡିଓ ଓ ଭିଡିଓକୁ ଭାଇରାଲ କରି ବଦନାମ କରିଦେବାକୁ ଧମକ ଦେଇଥିଲେ । ଏଥିରେ ସେ ରାଜି ନହେବାରୁ ସୋସିଆଲ ମିଡିଆରେ ଏହାକୁ ଭାଇରାଲ କରିଦେଇଥିଲା । ଖବର ପ୍ରଚାର ହେବା ପରେ ନିଜର ସମ୍ମାନ ହାନି ହେବା ସହ ମାନସିକ ଯନ୍ତ୍ରଣା ପାଇବାରୁ ନିର୍ମଳ ବାଧ୍ୟ ହୋଇ ଧର୍ମଶାଳା ଥାନାର ଦ୍ୱାରସ୍ଥ ହୋଇଥିଲେ ।


ଏହା ବି ପଢ଼ନ୍ତୁ:-ଭାରତକୁ ଉପଦେଶ ଦେବାକୁ ନେଇ ଆମେରିକା ଓ ୟୁରୋପକୁ କଡ଼ା ଜବାବ ଦେଲେ ବୈଦେଶିକ ମନ୍ତ୍ରୀ


ଏହା ବି ପଢ଼ନ୍ତୁ:-ପୁଟିନଙ୍କ ପଦକ୍ଷେପରୁ ନାଟୋ ଦେଶର ଉଡ଼ିଲା ହୋଶ୍!


ଏହା ବି ପଢ଼ନ୍ତୁ:-ପୁଣି କୋରୋନା ମାମଲାରେ ବୃଦ୍ଧି: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୩୨ ସଂକ୍ରମିତ


ନିର୍ମଳଙ୍କ ଲିଖିତ ଅଭିଯୋଗ ପରେ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ସଂଜୟ ମିଶ୍ରକୁ ମଙ୍ଗଳବାର ରାତିରେ ଗିରଫ କରି ବୁଧବାର କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ କିଛି ମାସ ପୂର୍ବରୁ ଗୋଚାଲାଣ ଗାଡ଼ିରୁ ବଟି ଆଦାୟ ଅଭିଯୋଗରେ ଧର୍ମଶାଳା ଥାନା ପୋଲିସ ସଞ୍ଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।