କଳହାଣ୍ଡି: ଏକ ତରଫା ପ୍ରେମ ନିବେଦନ କରିବା ପରେ ବିଫଳ ହେବାରୁ ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ପୋଲିସ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳରେ ଜଣେ ବାଳିକାକୁ ବାଣୀପଙ୍ଗା ଗାଁର ମଧୁ ମାଝୀ ଏକ ତରଫା ପ୍ରେମ କରି ଆସୁଥିଲେ। ଏନେଇ ସେ ବାରମ୍ବାର ପ୍ରେମ ନିବେଦନ ମଧ୍ୟ କରିଥିଲେ ହେଲେ ନାବାଳିକା ଜଣକ କୌଣସି ଉତ୍ତର ନ ରଖି ରଖି ଯୁବକଙ୍କୁ ଅଣ ଦେଖା କରି ଆସୁଥିଲେ। ଏହାକୁ ନେଇ ଅଭିଯୁକ୍ତ ମଧୁ ମାଝୀ ନାବାଳିକା କୁ ଅପହରଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। 


COMMERCIAL BREAK
SCROLL TO CONTINUE READING

ଗତ ୮ ତାରିଖ ସନ୍ଧ୍ୟାରେ ନାବାଳିକା ଜଣକ ଗାଁ ମୁଣ୍ଡରେ ଥିବା ପୋଖରୀକୁ ଯାଇଥିବା ସମୟରେ ଅଭିଯୁକ୍ତ ମଧୁ ମାଝୀ ନାବାଳିକାଙ୍କୁ ଅପହରଣ କରି କେରଳର ଏର୍ଣ୍ଣାକୁଳମ ଠାରେ ଏକ ଭଡା ଘରେ ରଖିଥିଲେ। ପରେ ନବଳିକାଙ୍କ ପରିବାର ଲୋକେ ଅନେକ ଖୋଜାଖୋଜି ପରେ ନ ପାଇବାରୁ ଶେଷରେ ପରିବାର ଲୋକେ ଲାଞ୍ଜିଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ। ଶେଷରେ ଅଭିଯୁକ୍ତ ଜଣକ ନାବାଳିକାକୁ ନେଇ କେରଳରେ ରଖିଥିବା ଖବର ପାଇବା ପୋଲିସ ଏକ ସ୍ୱତନ୍ତ୍ର ଟିମ ପ୍ରସ୍ତୁତ କରିଥିଲା। ଅଭିଯୁକ୍ତ ନାବାଳିକା ଲୁଚାଇ ରଖିଥିବା ଘରେ ଚଢ଼ାଉ କରି ନାବାଳିକାକୁ ଉଦ୍ଧାର କରି ଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ପରେ ପୋଲିସ ଅଭିଯୁକ୍ତକୁ ଥାନାକୁ ଆଣି ଅଧିକ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।