କନ୍ଧମାଳ: ବଜାରରେ ଖାକିଧାରୀଙ୍କ ଦବଙ୍ଗଗିରି। ଫୁଲବାଣୀ ଖଜୁରିପଡାରେ ଚାଲିଥିଲା ଥାନା ବାବୁଙ୍କ ଗୁଣ୍ଡାରାଜ। ଯହାର ଉପଯୁକ୍ତ ଜବାବ ଦେଇଛନ୍ତି ଜନସାଧାରଣ। ବିରୋଧ ପ୍ରଦର୍ଶନ ଓ ରାସ୍ତାରୋକ ପରେ ଅଭିଯୁକ୍ତ ଥାନାଧକାରୀଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ତୁରନ୍ତ ବଦଳି କରାଯାଇଛି।


COMMERCIAL BREAK
SCROLL TO CONTINUE READING

ରବିବାର ରାତିରେ IIC ରମାକାନ୍ତ ପତ୍ରଙ୍କ ଦବଙ୍ଗଗିରି ପ୍ରତିବାଦରେ ସ୍ଥାନୀୟ ସାଧାରଣ ଜନତା ଓ ବ୍ୟବସାୟୀମାନେ ଖଜୁରିପଡା ଥାନାକୁ ଘେରାଓ କରିଥିଲେ। ଲୋକେ ଫୁଲବାଣୀ ଭୁବନେଶ୍ୱର ଜାତୀୟ ରାଜପଥ ୧୫୭କୁ ବନ୍ଦ କରି ରାସ୍ତା ଉପରେ ଟାୟାର ଜାଳି ବିକ୍ଷୋଭ ପଦର୍ଶନ କରିଛନ୍ତି। ରବିବାର ସନ୍ଧ୍ୟାରେ ଥାନା ବାବୁ ମଦ୍ୟପାନ କରି ସାଧରଣ ଲୋକ ଏବଂ କିଛି ବ୍ୟାବସାୟୀଙ୍କୁ ମାଡ଼ ମାରି ଦୋକାନର ଜିନିଷ ପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।


Also Read: ହିନ୍ଦୁ ଦେବାଦେବୀଙ୍କୁ ସୋସିଆଲ ମିଡ଼ିଆରେ ଅପମାନ, ବାଲିଗୁଡାରେ ବନ୍ଦ ଦୋକାନ ବଜାର


ବିରୋଧ ପ୍ରଦର୍ଶନର ଖବର ପାଇ ଫୁଲବାଣୀ ସଦର ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ  ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିଥିଲେ। ଥାନା ଅଧିକାରୀ ରମାକାନ୍ତ ପତ୍ରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହ ତୁରନ୍ତ ଗିରଫ କରାଯାଉ ବୋଲି ବଜେପି ନେତା ଭଗବନ ମହାନ୍ତି ଦାବି କରିଛନ୍ତି। କନ୍ଧମାଳ ଏସପି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖଜୁରିପଡା ଥାନା ଅଧିକାରୀ ରମାକାନ୍ତ ପତ୍ରକୁ ରାତାରାତି ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତରିତ କରିଛନ୍ତି।