ବିଦ୍ୟାଳୟ ପାଚିକା ଏବଂ ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି ସମେତ ୧୨ ଦଫା ଦାବିରେ ଶୋଭାଯାତ୍ରା, ବିକ୍ଷୋଭ ଏବଂ ସ୍ମାରକ ପତ୍ର ପ୍ରଦାନ
ତୁରନ୍ତ ସେମାନଙ୍କ ଦାବି ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର କନ୍ଧମାଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଥିଲେ।
କନ୍ଧମାଳ: ବିଦ୍ୟାଳୟର ପାଚିକା ତଥା ସହାୟିକାଙ୍କ ପାରିଶ୍ରମିକ ବୃଦ୍ଧି ସମେତ ୧୨ ଦଫା ଦାବୀରେ ସୋମବାର ରାଜ୍ୟ ମିଳିତ ବିଦ୍ୟାଳୟ ପାଚିକା-ସହାୟିକା ସଂଘ ପକ୍ଷରୁ ଫୁଲବାଣୀ ସହରରେ ଶୋଭାଯାତ୍ରା କରାଯିବା ସହିତ କନ୍ଧମାଳ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସାମ୍ନାରେ ଗଣ ବିକ୍ଷୋଭ କରାଯିବା ସହ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।
ସଂଘର ରାଜ୍ୟ ସଭାପତି ବିଷ୍ଣୁ ଦାସ, ଜିଲ୍ଲା ସଂଘ ସଭାପତି ପପୁନ ସେଠୀଙ୍କ ସମେତ ସମସ୍ତ କର୍ମକର୍ତ୍ତା ଏବଂ ବିଭିନ୍ନ ବିଦ୍ୟାଳୟର ବହୁ ପାଚିକା ତଥା ସହାୟିକା ମିଳିତ ଭାବେ ଫୁଲବାଣୀ ବସ ଷ୍ଟାଣ୍ଡ ନିକଟରୁ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଦାବି ସମ୍ପର୍କିତ ସ୍ଲୋଗାନ ଦେଇ କନ୍ଧମାଳ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ ଏବଂ ସେଠାରେ ଗଣବିକ୍ଷୋଭ କରିଥିଲେ।
କିଛି ସମୟ ଗଣବିକ୍ଷୋଭ କରିବା ପରେ ତୁରନ୍ତ ସେମାନଙ୍କ ଦାବି ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର କନ୍ଧମାଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପ୍ରଦାନ କରିଥିଲେ। ଯଦି ଏହା ପରେ ସରକାର ସେମାନଙ୍କ ଦାବି ପୂରଣ ନ କରନ୍ତି ତାହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓଲ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସଂଘର ରାଜ୍ୟ ସଭାପତି ଚେତାବନୀ ଦେଇଛନ୍ତି।