kendrapara News: ଗତ ଗୁରୁବାର ଦିନ ଆଳି ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ଘଟଣାରେ ଜଣେ ୧୬ ବର୍ଷ ନାବାଳକ ଓ ନାଉରିଆ ସୁଦର୍ଶନଙ୍କର ମୃତ୍ୟୁ ହୋଇଛି । ଉଭୟଙ୍କ ମୃତ୍ୟୁରେ ସାରା ପଞ୍ଚାୟତରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ତେବେ ଇତି ମଧ୍ୟରେ ଏହି ଘଟଣାକୁ ବିତିଛି ୪ ଦିନ । ଗୋଟିଏ ପଟେ ମାଆ ପୁଅକୁ ଝୁରି ଝୁରି କାନ୍ଦୁଛି ତ ଅନ୍ୟପଟେ ସ୍ତ୍ରୀ ସ୍ଵାମୀକୁ ମନେ ପକାଇ ବାହୁନି ବାହୁନି କାନ୍ଦି ଗଡି଼ ପଡୁଛି । ପ୍ରକାଶଥାଉ କି, ପୂର୍ବରୁ ଅନେକ ଥର ଏପରି ଦୁର୍ଘଟଣା ସମୟରେ ନାଉରିଆ ସୁଦର୍ଶନ ସାହାସିକତା ଦେଖାଇବା ସହ ବହୁ ଯାତ୍ରୀଙ୍କୁ ରକ୍ଷା କରିଥିଲେ । ଏମିତି କି ଘଟଣା ଦିନ ଡ଼ଙ୍ଗା ବୁଡି଼ବା ସମୟରେ ଏକାଧିକ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଥିଲେ ନାଉରିଆ ସୁଦର୍ଶନ । କିନ୍ତୁ ଅନ୍ୟର ଜୀବନ ବଞ୍ଚାଉ ବଞ୍ଚାଉ ନିଜେ ଆରପାରିକୁୁ ଚାଲିଯାଇଥିଲେ ।ସୁଦର୍ଶନଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପଞ୍ଚାୟତବାସୀ । କେବଳ କ୍ଷତିପୂରଣ ନୁହେଁ ସୁଦର୍ଶନଙ୍କୁ ସାହାସିକତା ପୁରସ୍କାର ପ୍ରଦାନ ଲାଗି ଲାଗି ପଞ୍ଚାୟତବାସୀ ଦାବି କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ସେପଟେ ଏହି ଏକମାଣିଆ ପଂଚାୟତର ଏକମାଣିଆ, ନଳପାହି ଓ ଦକ୍ଷିଣଦିଆ ୩ଟି ଗାଁକୁ ନେଇ ଗଠିତ। ଏହି ପଂଚାୟତକୁ ଚାରିପଟୁ ବ୍ରାହ୍ମଣୀ ନଦୀ ଘେରୀ ରହିଛି । ଗାଁରୁ ବାହାରକୁ ବାହାରିଲେ ଡ଼ଙ୍ଗା ହିଁ ଏକମାତ୍ର ଭରସା। ସ୍ୱାଧୀନତା ର ଦୀର୍ଘ ବର୍ଷ ପରେ ମଧ୍ୟ ଗାଁକୁ ଆମ୍ବୁଲାନସ ଅଗ୍ନିଶମ ଗାଡି଼ ଯାଇନାହିଁ । ରାତି ଅଧରେ କାହାର ଦେହ ଖରାପ ହେଲେ ଶିକା ଭାର ହିଁ ଏକମାତ୍ର ଭରସା। ଏହି ବ୍ରହ୍ମଣୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୬ ମସିହାରେ ରାଜନଗର ଆସିଥିବା ବେଳେ ଶୁଭ ଶିଳାନ୍ୟାସ କାରିଥିଲେ। କିନ୍ତୁ ଦୁଃଖ ଓ ପରିତାପ ର ବିଷୟ ଆଜି ପର୍ଯ୍ୟନ୍ତ ପୋଲ କେବଳ ଶିଳାନ୍ୟାସରେ ସୀମିତ ରହିଛି । ତେଣୁ ତୁରନ୍ତ ସରକାର ଅନ୍ୟ ମୂଲ୍ୟବାନ ଜୀବନ ଯିବା ପୃବରୁ ପୋଲ ନିର୍ମାଣ କରି ଅଞ୍ଚଳବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି। ଅପରପକ୍ଷ୍ୟରେ ସରକାରଙ୍କର ଲୋକମାନଙ୍କ ଜୀବନ ପ୍ରତି ଦରଦ ବଦଳରେ କମ୍ପାନୀ ପ୍ରୀତି ପାଇଁ ଆଜି ପର୍ଯ୍ୟନ୍ତ ପୋଲ ହୋଇ ପାରିନାହିଁ। ତୁରନ୍ତ ସରକାର ପୋଲ ନିର୍ମାଣ କରି ମୂଲ୍ୟବାନ ଜୀବନ ସୁରକ୍ଷିତ ରଖନ୍ତୁ ବୋଲି ପୂର୍ବତନ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା କହିଛନ୍ତି। କେବେ ଏହି ନଦୀ ଉପରେ ପୋଲ ନିର୍ମାଣ କରି ସରକାର ଅଂଚଳବାସୀଙ୍କ ଧନ ଜୀବନକୁ ସୁରକ୍ଷା ଦେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।


ପ୍ରକାଶ ଥାଉ କି, ୫ଟି ସଚିବଙ୍କ ରାଜନଗର କେରେଡାଗଡ଼ ଗ୍ରସ୍ତ ସମୟରେ ପଂଚାୟତବାସୀ ପୋଲ ନିର୍ମାଣ ଦାବି ନେଇ ରାସ୍ତାରୋକ କରିଥିଲେ । ବୁଝାସୁଝା ପରେ ଏହି ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ତୁରନ୍ତ ପୋଲି ନିର୍ମାଣ ଲାଗି ଅଂଚଳବାସୀ ୫ଟି ସଚିବଙ୍କ ନିକଟରେ ଦାବି କରିଥିଲେ । ବିଜୁ ସେତୁ ଯୋଜନାରେ ଦୁଇ ମାସ ମଧ୍ୟରେ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ନେଇ ୫ଟି ସଚିବ ପ୍ରତିଶ୍ରୁତି ଦେଇଛନ୍ତି । କେବେ ବ୍ରାହ୍ମଣୀ ନଦୀ ଉପରେ ପୋଲ ନିର୍ମାଣ ହେଉଛି ଓ ଅଂଚଳବାସୀଙ୍କ ଦୁଃଖ ଦୁଃର୍ଦଶା ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା ।


ଏହା ବି ପଢନ୍ତୁ-Labour policy: ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ଓଭର ଟାଇମ୍ କଲେ ମିଳିବ ଅଧିକ ଦରମା