Labour policy: ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ଓଭର ଟାଇମ୍ କଲେ ମିଳିବ ଅଧିକ ଦରମା
Advertisement
Article Detail0/zeeodisha/odisha1674746

Labour policy: ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ଓଭର ଟାଇମ୍ କଲେ ମିଳିବ ଅଧିକ ଦରମା

Labour policy in Delhi: କୌଣସି କର୍ମଚାରୀ ଦିନକୁ ୧୨ ଘଣ୍ଟାରୁ ଅଧିକ ଓ ସପ୍ତାହରେ ୬୦ ଘଣ୍ଟାରୁ ଅଧିକ ସମୟ କାମ କରିପାରିବେ ନାହିଁ। କର୍ମଚାରୀମାନେ ଲଗାତାର ୭ ଦିନରୁ ଅଧିକ ସମୟ କାମ କରିବେ ନାହିଁ ।  ଯଦି କୌଣସି କର୍ମଚାରୀ ଅଧିକ ସମୟ କାମ କରନ୍ତି, ତେବେ ସର୍ବନିମ୍ନ ମଜୁରୀ ଆଧାରରେ ତାଙ୍କୁ ଘଣ୍ଟା ଦର ଦୁଇ ଗୁଣ ପ୍ରଦାନ କରାଯିବ ।

ସୌ(ସୋସିଆଲ ମିଡିଆ)

Labour policy in Delhi: ଦିନକ ପରେ ଶ୍ରମିକ ଦିବସ । ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କର୍ମଚାରୀଙ୍କ ଲାଗି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କେଜ୍ରିୱାଲଙ୍କ (Arvind kejriwal) ଏହି ପଦକ୍ଷେପରେ ଅନେକ କର୍ମଚାରୀ, ବିଶେଷ କରି ମହିଳା ମାନେ ବେଶ ଉପକୃତ ହୋଇପାରିବେ । ଦିଲ୍ଲୀ ଶ୍ରମ ବିଭାଗ କର୍ମଚାରୀଙ୍କ ପାଇଁ ଏକ ନୂତନ ପ୍ରସ୍ତାବକୁ ଅନୁମୋଦନ କରିଛି। ନୂତନ ଡ୍ରାଫ୍ଟ ଅନୁଯାୟୀ, ଦିଲ୍ଲୀରେ ଓଭର ଟାଇମ୍ ( Over time) କରୁଥିବା କର୍ମଚାରୀମାନେ ସେମାନଙ୍କ ପରିଶ୍ରମର ଉଚିତ୍ ମୂଲ୍ୟ ପାଇପାରିବେ । ଓଭର ଟାଇମ୍ ଲାଗି ଏଣିକି କର୍ମଚାରୀଙ୍କୁ ଦୁଇ ଗୁଣ ଦରମା ଦିଆଯିବ। କୌଣସି କର୍ମଚାରୀ ଦିନକୁ ୧୨ ଘଣ୍ଟାରୁ ଅଧିକ ଓ ସପ୍ତାହରେ ୬୦ ଘଣ୍ଟାରୁ ଅଧିକ ସମୟ କାମ କରିପାରିବେ ନାହିଁ। କର୍ମଚାରୀମାନେ ଲଗାତାର ୭ ଦିନରୁ ଅଧିକ ସମୟ କାମ କରିବେ ନାହିଁ ।  ଯଦି କୌଣସି କର୍ମଚାରୀ ଅଧିକ ସମୟ କାମ କରନ୍ତି, ତେବେ ସର୍ବନିମ୍ନ ମଜୁରୀ ଆଧାରରେ ତାଙ୍କୁ ଘଣ୍ଟା ଦର ଦୁଇ ଗୁଣ ପ୍ରଦାନ କରାଯିବ ।

ଓଭର ଟାଇମ ଲାଗି କଣ ରହିଛି ନିୟମ

କେଜ୍ରିୱାଲ ସରକାରଙ୍କ ନିୟମ ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ (Delhi) କାମ କରୁଥିବା କର୍ମଚାରୀ ମାନେ ଗୋଟିଏ ଦିନରେ ୮ ଘଣ୍ଟାରୁ ଅଧିକ କିମ୍ବା ଏକ ସପ୍ତାହରେ ୪୮ ଘଣ୍ଟାରୁ ଅଧିକ ସମୟ କାମ କଲେ ତାହାକୁ ଓଭରଟାଇମ (Over time) ଭାବେ ଗଣାଯିବ । କୌଣସି କର୍ମଚାରୀ ଗୋଟିଏ ଦିନରେ ୧୨ ଘଣ୍ଟାରୁ ଅଧିକ କିମ୍ବା ଏକ ସପ୍ତାହରେ ୬୦ ଘଣ୍ଟାରୁ ଅଧିକ କାମ କରିବେ ନାହିଁ । ଯଦି କୌଣସି କର୍ମଚାରୀ ଅଧିକ ସମୟ କାମ କରନ୍ତି ତାହାଲେ ସର୍ବନିମ୍ନ ମଜୁରୀ ଆଧାରରେ ତାଙ୍କୁ ଘଣ୍ଟା ହିସାବରେ ଦୁଇ ଗୁଣା ଦରମା ଦିଆଯିବ ।

ମହିଳାଙ୍କ ସହମତି ଜରୁରୀ

ନୂତନ ନିୟମ ଅନୁଯାୟୀ,  ମହିଳାମାନେ ସନ୍ଧ୍ୟା ୭ଟାରୁ ସକାଳ ୬ଟା ଯାଏଁ କାମ କରିପାରିବେ ହେଲେ ଏଥିରେ ସେମାନଙ୍କ ସହମତି ରହିବା ଆବଶ୍ୟକ । ନାଇଟ ସିଫ୍ଟରେ କାମ କରୁଥିବା ମହିଳାମାନଙ୍କ ପାଇଁ କମ୍ପାନୀ ଘରୁ ଅଫିସ ପର୍ଯ୍ୟନ୍ତ ନେବା ଆଣିବା ଲାଗି ବ୍ୟବସ୍ଥା କରିବେ । କର୍ମକ୍ଷେତ୍ରରେ ମହିଳାଙ୍କ ଲାଗି ଶୌଚାଳୟ, ପାନୀୟ ଜଳ, ପରିବହନ ସହ ସୁରକ୍ଷା ଦୃଷ୍ଟିରୁ କମ୍ପାନୀ ପକ୍ଷରୁ ଅଲଗା ନମ୍ବର ଜାରି କରାଯିବ । ଯେଉଁ ନମ୍ବର କର୍ମକ୍ଷେତ୍ରରେ ଓ ଗାଡିରେ ଲେଖାଯିବା ଉଚିତ୍ । ଯଦ୍ବାରା କୌଣସି ଜରୁରୀକାଳୀଳ ପରିସ୍ଥିତିରେ ମହିଳା କର୍ମଚାରୀମାନେ ଏହାକୁ ସାହାଯ୍ୟ ପାଇଁ ବ୍ୟବହାର କରିପାରିବେ । ସେପଟେ କର୍ମକ୍ଷେତ୍ରରରେ ମହିଳାଙ୍କ ସଂଖ୍ୟା ବୃଦ୍ଧିକୁ ଦିଲ୍ଲୀ ସରକାର ଗୁରୁତର ସହ ନେଇଛନ୍ତି । ଏହାପୂର୍ବରୁ ଅରବିନ୍ଦ କେଜ୍ରିୱାଲ ଶ୍ରମ ବିଭାଗରେ ଏକ ବୈଠକ କରି ଏ ପ୍ରସଙ୍ଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।

ମହିଳମାନେ କରିପାରିବେ ନାଇଟ ସିଫ୍ଟ

ଶ୍ରମ ବିଭାଗର ନୂତନ ଡ୍ରାଫ ଅନୁଯାୟୀ, ଦିଲ୍ଲୀରେ ମହିଳା କର୍ମଚାରୀ ନାଇଟ ସିଫ୍ଟରେ (Night shift) କାମ କରିପାରିବେ । ଏନେଇ ଶ୍ରମ ମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକରେ ଅନୁମତି ପ୍ରଦାନ କରିବା ସହ ଡ୍ରାଫରେ ସେମାନଙ୍କ ସୁରକ୍ଷା ଲାଗି ଆଲୋଚନା କରିଛନ୍ତି । ଏଥିଲାଗି ବିଭାଗର ପକ୍ଷରୁ ଜନସାଧାରଣଙ୍କ ନିକଟରୁ ପରାମର୍ଶ ଓ ଆପତ୍ତି ଲୋଡ଼ଯାଇଛି । ଜନସାଧାରଣଙ୍କଠାରୁ ପ୍ରତିକ୍ରିୟା ମିଳିବା ପରେ ଡ୍ରାଫ ଚୂଡ଼ାନ୍ତ ନିଷ୍ପତ୍ତି ନେବ।

ସମସ୍ତ କର୍ମଚାରୀଙ୍କୁ ମିଳିବ ଏକ୍ସପେରିଏନ୍ସ ଲେଟର ଓ ସାଲାରୀ ସ୍ଲିପ୍

ଯକୌଣସି କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ଏକ୍ସପେରିଏନ୍ସ ଲେଟର (Arvind kejriwal) ଓ ସାଲାରୀ ସ୍ଲିପ୍ (salary slip) ଦେବା ବାଧ୍ଯତାମୂଳକ ହେବ । ନିଯୁକ୍ତିଦାତାମାନେ ସମସ୍ତ କର୍ମଚାରୂୀଙ୍କ ରେକର୍ଡ଼ ରହିବା ଉଚିତ୍ ।