ରାୟଗଡ଼ା: ଜିଲ୍ଲାର ପଦ୍ମପୁର ଥାନା ଅଧିନସ୍ଥ କେନ୍ଦୁଗୁଡା ଫାଣ୍ଡିରେ କାର୍ଯ୍ୟରତ ଏଏସ୍ଆଇ କିଶୋର ଚନ୍ଦ୍ର ବେହେରାଙ୍କ ହୃଦଘାତରେ ପରଲୋକ ହୋଇଯାଇଛି। ତାଙ୍କର ମୃତ୍ୟୁ ଖବର ପ୍ରଶାସିତ ହେବା ପରେ ରାୟଗଡା ଜିଲ୍ଲା ପୁଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି। ଓଡିଶା ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପତ୍ର ସଂଖ୍ୟା-୨୨୧ ଅନୁଯାୟୀ ଚଳିତ ୨୦୨୧-୨୨ ବର୍ଷ ପାଇଁ ଓଡିଶା ପୁଲିସ ପ୍ରତିଷ୍ଠା ଦିବସ ଅବସରରେ ସେ ସମ୍ମାନିତ ହୋଇଥାନ୍ତେ। ଏନେଇ ତାଙ୍କୁ ରାଜ୍ୟ ପୁଲିସ ପକ୍ଷରୁ ଡକରା ଆସିବା ସେ ଗୁରୁବାର ଭୁବନେଶ୍ବରରେ ପହଞ୍ଚିଥିଲେ। ପରେ ସେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଥିବା ସ୍ଥାନକୁ ଯାଇଥିଲେ। 


COMMERCIAL BREAK
SCROLL TO CONTINUE READING

ହେଲେ ଶୁକ୍ରବାର ସକାଳେ ସେଠାରେ ସେ ବ୍ରସ୍ କରୁଥିବା ବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ସେଠାରେ ଉପସ୍ଥିତ ଥିବା କର୍ମଚାରୀ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଏସ୍ଆଇ କିଶୋର ବେହେରା ଜଣେ ମିଷ୍ଠଭାଷୀ ବ୍ୟକ୍ତିତ୍ବ ରହିଥିବା ବେଳେ ଜଣେ ଦକ୍ଷ ପୁଲିସ ଅଧିକାରୀ ଭାବେ ଜିଲ୍ଲାରେ ବେଶ୍ ପରିଚିତ। ରାୟଗଡ଼ା ତଥା ଗଜପତି ଭଳି ସୀମାନ୍ତ ଜିଲ୍ଲାରେ ସେ ଗଞ୍ଜେଇ ଚାଲାଣ ରୋକିବାରେ ସକ୍ଷମ ହୋଇଥିବା ବେଳେ ତାଙ୍କରି ଉପସ୍ଥିତି ଯୋଗୁଁ ଗଞ୍ଜେଇ ମାଫିଆ ସୀମାନ୍ତରେ ନାକେଦମ ହୋଇଯାଇଥିଲେ। ଗତ ଏକ ବର୍ଷ ମଧ୍ୟରେ କିଶୋରଙ୍କ ନେତୃତ୍ବରେ ଗଞ୍ଜେଇ ଗଡ କୁହାଯାଉଥିବା ପଦ୍ମପୁର ବ୍ଲକରେ ଚୋରଚାଲାଣ ଅନେକାଂଶରେ ରୋକାଯାଇପାରିଛି। 


ସେହିପରି ସେ ରାୟଗଡା ଟାଉନ୍ ଥାନାରେ ଏଏସ୍ଆଇ ଭାବେ କାର୍ଯ୍ୟରତ ସମୟରେ ଅନେକ ଅପରାଧିଙ୍କୁ ଠାବ କରିବାରେ ସକ୍ଷମ ହୋଇଛନ୍ତି। ସେ ଜଣେ ପୁଲିସ ବିଭାଗର ଦକ୍ଷ ଅଧିକାରୀ ହୋଇଥିବା ବେଳେ ତାଙ୍କର ଅକାଳ ବିୟୋଗରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଶୋକ ବ୍ୟକ୍ତ କରିବା ସହ ଶୋକସନ୍ତପ ପରିବାରକୁ ଭାଗବାନ ସାହାସ ଦିଅନ୍ତୁ ବୋଲି ପ୍ରକାଶ କରିଛନ୍ତି ।