Gang Rape: ରାଜ୍ୟରେ ଅପରାଧ ଦିନକୁ ଦିନ ବଢିବାରେ ଲାଗିଛି। ଯାହାଫଳରେ ବିରୋଧୀ ମାନେ ପ୍ରତି ଥର ସରକାରଙ୍କୁ ଟାର୍ଗେଟ କରିଥାନ୍ତି । ବିରୋଧୀଙ୍କ ମୁଖ୍ୟ ମୁଦ୍ଦା ରହିଥାଏ ରାଜ୍ୟରେ ନାରୀ ମାନଙ୍କୁ ସୁରକ୍ଷା ଦେବା । ହେଲେ ଏମିତି କିଛି ଘଟଣା ରାଜ୍ୟ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। କେନ୍ଦୁଝର ଜିଲ୍ଲା ସୋସୋ ଥାନା ଗୋହିରାବଣି ଗାଁରେ ଏମିତି କିଛି ଘଟଣା ଏବେ ସାମ୍ନାକୁ ଆସିଛି । ଏହି ଗାଁକୁ ବୁଲିବାକୁ ଆସିଥିବା ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ୍ ସଂପୃକ୍ତା ମହିଳାଙ୍କ ଡାକ୍ତରୀ ମାଇନା କରାଇ ତଦନ୍ତ ଆରମ୍ଭ କରିଥିଲେ ମଧ୍ଯ ଅଭିଯୁକ୍ତ ଧରାପଡିନାହାଁନ୍ତି ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ମହିଳାଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ (Mayurbhanj District) । ତେବେ ସେ ନିଜ ମାଉସୀ ଘର ଗୋହିରାବଣୀ ବୁଲିବାକୁ ଆସିଥିଲେ । ଗତକାଲି ସନ୍ଧ୍ଯାରେ ନିଜ ମାଉସୀ ପୁଅ ଭାଇ ସହ ଛକନିକଟରେ ଥିବା ଦୋକାନକୁ ଆସିଥିଲେ । ଏହି ସମୟରେ ଭାଇ ସେହି ସ୍ଥାନରୁ କୌଣସି କାମରେ ଅନ୍ଯତ୍ର ବାହାରି ଯାଇଥିଲେ । ଏତିକି ବେଳେ ଏକ ବାଇକ୍ ରେ ଆସି ଦୁଇଜଣ ଯୁବକ ମହିଳାଙ୍କୁ ଡାକି ବାଇକ୍ ବସାଇ ଘରେ ଛାଡିଦେବାକୁ କହି ନେଇଯାଇଥିଲେ । ଏକ ନିଛାଟିଆ ଆମ୍ବତୋଟା ନିକଟରେ ଉଭୟ ଯୁବକ ସଂପୃକ୍ତା ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଜଣାପଡିଛି । 


ତେବେ ସବୁଠାରୁ ଦୁଃଖର କଥା ହେଉଛି ଡାକ୍ତରୀ ମାଇନା (Medical Checkup) ପାଇଁ ଅଭିଯୋଗକାରିଣୀଙ୍କୁ ଏ ମେଡ଼ିକାଲରୁ ସେ ମେଡ଼ିକାଲକୁ ଯିବାକୁ ପଡ଼ିଥିଲା। ପ୍ରଥମେ ଦିନ ୧୧ଟା ବେଳେ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ଡାକ୍ତରୀ ମାଇନା ପାଇଁ ୪୦ କିଲୋମିଟର ଅଣାଯାଇଥିଲା। ଏହି ମାମଲା ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲ ଅଧିନରେ ଆସୁନଥିବାରୁ ଶାଳଣିଆ ମେଡ଼ିକାଲକୁ ଯିବାକୁ କୁହାଯାଇଥିଲା। ସେଠାରୁ ପୋଲିସ ଶାଳଣିଆ ମେଡ଼ିକାଲକୁ ଆସିଥିଲେ ବି ମେଡ଼ିକାଲ ଅଫିସର ନଥିବାରୁ ଡାକ୍ତରୀ ମାଇନା ହୋଇପାରିନଥିଲା।


ଦିନ ୧୧ ଟାରୁ ବୁଲି ବୁଲି ଶେଷରେ ରାତି ପ୍ରାୟ ୯ଟାରେ ଡାକ୍ତରୀ ମାଇନା କରି ଅଭିଯୋଗକାରିଣୀଙ୍କୁ ଧରି ସୋସୋ ପୋଲିସ (Soso Police) ଫେରିଥିଲା। 


Also Read: Dakota Plane: ଭୁବନେଶ୍ୱର ନୁହେଁ ପୁରୀରେ ରହିବ ଡାକୋଟା, ଦାବି ଉଠାଇଲା ଜଗନ୍ନାଥ ସେନା


Also Read: Keonjhar: କଟିଗଲା ପ୍ରଧାନମନ୍ତ୍ରୀ ଆବାସ, ସରପଞ୍ଚଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଦେଲେ ହିତାଧିକାରୀ


Also Read: Minor Girl Suicide: ମାଆ ଆକଟ କରିବାରୁ କିଛି ଏପରି କରିଦେଲେ ଝିଅ