Keonjhar sword ceremony : ଓଡ଼ିଶା ପ୍ରସିଦ୍ଧ ରାଜାଙ୍କ ଆଦେଶ, ପୂଜା ପାଇବ ଶହଶହ ଖଣ୍ଡା: ଖଣ୍ଡା ଆଦେଶରେ ରହସ୍ୟ କଣ
ଆଧୁନିକ ଯୁଗରେ ପୁରୁଣା ପ୍ରଥା ପରମ୍ପରା ସଂସ୍କୃତି ହଜିଯାଉଥିବା ବେଳେ ୫୦ ବର୍ଷରୁ ଅଧିକ ସମୟ ପରେ ପୁଣି ଫେରିଛି ପୁରୁଣା ପରମ୍ପରା। ପାଇକ ମାନେ ପାରମ୍ପରିକ ବେଶ ଭୁଷା ରେ କେନ୍ଦୁଝର ରାଜା ଉଆସ କୁ ଆସି ଦୁର୍ଗା ପୂଜା ପାଇଁ ଅନୁମତି ମାଗିବା ସହ ପ୍ରଜାଙ୍କ ଦୁଃଖ ଶୁଣିଛନ୍ତି କେନ୍ଦୁଝର (Kendujhar) ରାଜା । ଏହା ସହ କେନ୍ଦୁଝର (Kendujhar) ସୀମାନ୍ତ ଗ୍ରାମକୁ ରାଜା ଓ ରାଣୀ ଙ୍କୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି।
Keonjhar sword ceremony : କେନ୍ଦୁଝର (ଅଭୟ ମହାନ୍ତି): ରାଜାରାଜୁଡା ନାହିଁ ସତ ହେଲେ ଆଜି ବି ବଞ୍ଚି ରହିଛି ପରମ୍ପରା। ଦୁର୍ଗାପୂଜା ରେ କେନ୍ଦୁଝର (Kendujhar) ରାଜାଙ୍କୁ ଭେଟି ଦେଇଛନ୍ତି ପାଇକ। ଆଧୁନିକ ଯୁଗରେ ପୁରୁଣା ପ୍ରଥା ପରମ୍ପରା ସଂସ୍କୃତି ହଜିଯାଉଥିବା ବେଳେ ୫୦ ବର୍ଷରୁ ଅଧିକ ସମୟ ପରେ ପୁଣି ଫେରିଛି ପୁରୁଣା ପରମ୍ପରା। ପାଇକ ମାନେ ପାରମ୍ପରିକ ବେଶ ଭୁଷା ରେ କେନ୍ଦୁଝର ରାଜା ଉଆସ କୁ ଆସି ଦୁର୍ଗା ପୂଜା ପାଇଁ ଅନୁମତି ମାଗିବା ସହ ପ୍ରଜାଙ୍କ ଦୁଃଖ ଶୁଣିଛନ୍ତି କେନ୍ଦୁଝର (Kendujhar) ରାଜା । ଏହା ସହ କେନ୍ଦୁଝର (Kendujhar) ସୀମାନ୍ତ ଗ୍ରାମକୁ ରାଜା ଓ ରାଣୀ ଙ୍କୁ ନିମନ୍ତ୍ରଣ ମଧ୍ୟ କରିଛନ୍ତି।
କେନ୍ଦୁଝରର ତତ୍କାଳୀନ ରାଜାମାନେ ରାଜ୍ୟର ସୁରକ୍ଷା ପାଇଁ ସୀମାନ୍ତ ଅଂଚଳରେ ପାଇକମାନଙ୍କୁ ନିୟୋଜିତ କରିଥିଲେ। ସେହି ସମୟରେ ତେଲକୋଇ ବ୍ଲକ କରଦାଙ୍ଗୀରେ ରାଜା ଉଆସ ଥିଲା ରାଜାମାନେ ସେହି ଉଆସକୁ ଯାଉଥିବା ବେଳେ ସେହି ଉଆସରେ ରହୁଥିଲେ। ରାଜା ସେଠାରେ ରହିବା ସମୟରେ ପ୍ରଜାଙ୍କ ଦୁଃଖ ବୁଝୁଥିଲେ। ତେଲକୋଇର ଚାରିଗୋଡ କୁହାଯାଉଥିବା ବିଞ୍ଜବାହାଳ, ଓରିଆ, ନୂଆଗଡ ଓ କରଦାଙ୍ଗୀର ପ୍ରଜାମାନେ ରାଜାଙ୍କୁ ଭେଟି ସମସ୍ୟା ଜଣାଉଥିଲେ।
ସେହିପରି କେନ୍ଦୁଝର ଜିଲ୍ଲାର ତେଲକୋଇ ଅଞ୍ଚଳର ସୀମାନ୍ତ ଗ୍ରାମ କରଦାଙ୍ଗି ଗ୍ରାମର ପାଇକମାନେ ନିଜର ପାରମ୍ପରିକ ବେଶ ଭୁଷାରେ ଦୁର୍ଗା ପୂଜା ପାଇଁ ଅନୁମତି ମାଗିବାକୁ ପହଞ୍ଚିଥିଲେ କେନ୍ଦୁଝର ରାଜା ଉଆସରେ। କିମ୍ବଦନ୍ତୀ ଅନୁସାରେ କେନ୍ଦୁଝର ସୀମାନ୍ତ ଥିବା ପାଳଲହଡ଼ାର ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରିଥିବା ଖଡ୍ଗକୁ ଦୁର୍ଗା ପୂଜାରେ ଗ୍ରାମରେ ପୂଜା ଅର୍ଚ୍ଚନା କରିଥାନ୍ତି ପାଇକମାନେ। ତେବେ ଦୁର୍ଗରେ ପୂଜା ଥିବାରୁ ଏହି ଖଡ୍ଗ ପୂଜା ପାଇଁ ଅନୁମତି ମାଗିବାକୁ ଆସିଥିଲେ ସୀମାନ୍ତ ଅଞ୍ଚଳର ପାଇକ। ରାଜା ଉଆସରେ ପହଁଚି ରାଜାଙ୍କୁ ଭେଟିବା ସହ ପ୍ରଜାଙ୍କ ଦୁଃଖ ଶୁଣିଛନ୍ତି କେନ୍ଦୁଝରର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେବ।
ଆଉ ରାଜାଙ୍କୁ ପାଇ ପ୍ରଜା ମଧ୍ୟ ବେଶ ଖୁସି ଅନୁଭବ କରିଛନ୍ତି। ରାଜ ନଅରରେ ପାଇକମାନେ ପହଁଚିବା ପରେ ରାଜା ପାଇକ ମାନଙ୍କୁ ପୂଜା ଅର୍ଚ୍ଚନା କରିଥିଲେ। ପରେ ରାଜାଙ୍କୁ ପ୍ରଜାମାନେ ନିଜର ର ଦୁଃଖ ବଖାଣ ଥିଲେ। ପୂର୍ବରୁ ଥିବା ଅସ୍ତ୍ରଶସ୍ତ୍ର ନଷ୍ଟ ହେବାକୁ ବସିଥିବା ବେଳେ କିଛି ଅସ୍ତ୍ରଶସ୍ତ୍ର ରାଜା ଙ୍କୁ ଭେଟି ଦେଇଥିଲେ । ପରେ ରାଜାଙ୍କ ଅନୁମତି ମାଗି ପାଇକମାନେ ନିଜର ରଣକୌଶଳ ପ୍ରଦର୍ଶନ କରିଥିଲେ। ପରେ ରାଜା ଓ ରାଣୀଙ୍କୁ ନିଜ ଗ୍ରାମକୁ ନିମନ୍ତ୍ରଣ କରିଥିଲେ। ଆଉ ରାଜା ଗ୍ରାମକୁ ପରିଦର୍ଶନ ଯିବାକୁ ଅନୁମତି ମିଳିବା ପରେ ପ୍ରଜାଙ୍କ ମଧ୍ୟରେ ବେଶ ଖୁସିର ଲହରୀ ଖେଳି ଯାଇଥିଲା। ଆଧୁନିକତାର ଛପରେ ଦିନକୁ ଦିନ ଲୋକେ ନିଜର ପରମ୍ପରାକୁ ଭୁଲି ଯାଉଥିବା ବେଳେ ପୁଣି ଯୁବ ପିଢ଼ି ନିଜର ର ପରମ୍ପରା କୁ ବଜାଇବାକୁ ଅଣ୍ଟା ଭିଡିଛନ୍ତି ଯାହାକୁ ସମସ୍ତେ ସ୍ୱାଗତ କରିଛନ୍ତି।
ଅଧିକ ପଢନ୍ତୁ: 5g lunch In India: ରାଷ୍ଟ୍ରପତିଙ୍କୁ ଠକିଦେଲା କି ବିଜେପି !