ବାଲେଶ୍ୱର: ଅଭିନବ ଉପାୟରେ ଲୁଟ କରି ଚମ୍ପଟ। ଏସ.ପି ଙ୍କ ନାଁ ନେଇ ଲୁଟିନେଲେ ସୁନା ହାର ଓ ମୁଦି। ବାଲେଶ୍ବର ସହରରେ ଦିନକୁ ଦିନ ବଢିଚାଲିଛି ଛିନତାଇ ସହିତ ଅପରାଧୀଙ୍କ ସାମ୍ରାଜ୍ୟ। ଗତ ୩ ମାସରେ ମଧ୍ୟରେ ୫୦ରୁ ଅଧିକ ଛୋଟ ବଡ ଲୁଟ ହୋଇଥିବା ଜଣାପଡିଛି। ସେପଟେ ଏସପି କହିଛନ୍ତି ଖୁବ ଶୀଘ୍ର ସମସ୍ତ ଅଭିଯୁକ୍ତଙ୍କୁ ଧରାଯିବ। ବାଲେଶ୍ୱର ସଦର ଥାନା ଫକୀର ମୋହନ ନଗରରେ ଜଣେ ବୟସ୍କ ନାଗରିକଙ୍କ ନିକଟରୁ ଅଭିନବ ଉପାୟରେ ଲୁଟ ଅଭିଯୋଗ ସାମ୍ନାକୁ ଆସିଛି।


COMMERCIAL BREAK
SCROLL TO CONTINUE READING

ସଚିନ୍ଦ୍ର ଦାସ ନାମକ ଜଣେ ବରିଷ୍ଠ ନାଗରିକ ଘରକୁ ଫେରୁଥିବା ବେଳେ ଦୁଇ ଜଣ ଯୁବକ ତାଙ୍କ ନିକଟରେ ପହଞ୍ଚି ତାଙ୍କୁ ଅଟକାଇବା ସହିତ ଏସପି କହିଛନ୍ତି ସୁନା ଗହଣା ନ ପିନ୍ଧିବାକୁ ବୋଲି ବାରଣ କରିଥିଲେ। ଠିକ ଏହି ସମୟରେ ଦୁଇ ଲୁଟେରାଙ୍କ ଆଉ ଦୁଇ ସହଯୋଗୀ ସେଠାରେ ପହଞ୍ଚି ଅଭିନୟ ଆଳରେ ତାଙ୍କ ହାତରେ ପିନ୍ଧିଥିବା ସୁନା ମୁଦି ବାହାର କରି ଦେଇଦେଲେ ଏହାକୁ ଦେଖି ସଚିନ୍ଦ୍ର ମଧ୍ୟ ନିଜର ସୁନା ଚେନ ସହ ୨ ମୁଦି ବାହାର କରି ସେମାନଙ୍କୁ ଦେଇଥିବା ବେଳେ ସେମାନେ ଏହାକୁ କାଗଜରେ ମୁଡ଼ି ଫେରାଇ ଦେଇ ଚମ୍ପଟ ମାରିଥିଲେ। ଏହି ସମୟରେ କାଗଜ ଖୋଲି ଦେଖିବା ବେଳକୁ ନିଜର ଚେନ ବଦଳରେ ଗୋଡି ଥିବା ଦେଖିବାକୁ ପାଇଥିଲେ ସଚିନ୍ଦ୍ର। 


ଏହି ୨ ବାଇକରେ ଥିବା ୪ ଲୁଟେରାଙ୍କ ଏକ ଫଟୋ ମିଳିସାରିଛି। ଯଦି ତଥ୍ୟକୁ ଦେଖାଯାଏ ବାଲେଶ୍ୱର ସହରରେ ବିଗତ ୩ ମାସ ମଧ୍ୟରେ ୫୦ରୁ ଅଧିକ ଲୁଟ, ଛିନତାଇ ହେବାର ଅଭିଯୋଗ ହେଲାଣି। ଦେଖନ୍ତୁ ଏହି CCTV ଫୁଟେଜ କିପରି ଅପରାଧି ଦିନ ଦ୍ୱିପ୍ରହରରେ ଲୁଟ କରୁଛନ୍ତି ଲୋକଙ୍କୁ ଆଉ ସବୁଠି ଅଧିକ ଟାର୍ଗେଟ ହେଉଛନ୍ତି ବରିଷ୍ଠ ନାଗରିକ। ସହରରେ ଗତ କିଛି ଦିନ ଭିତରେ ବାରମ୍ବାର ଲୁଟ ହେଉଥିବା ଅଭିଯୋଗ ସାମ୍ନାକୁ ଆସୁଛି। ବଡ଼ କଥା ହେଉଛି ବରିଷ୍ଠ ନାଗରିକ ଦିନ ଦ୍ବିପ୍ରହରରେ ଟାର୍ଗେଟ ହେଉଛନ୍ତି ମୋବାଇଲ ଧରି ରାସ୍ତରେ କଥାହେଲେ କିମ୍ବା ସୁନା ଚେନ ପିନ୍ଧି ଘରୁ ବାହାରିଲେ ଲୁଟ କରି ନେଉଛନ୍ତି ଲୁଟେରା। 


ଏନେଇ ବାଲେଶ୍ବର ଏସପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଶୀଘ୍ର ସମସ୍ତ ଅପରାଧୀଙ୍କୁ ଧରାଯିବ।  ଅନ୍ୟପଟେ କିଛି ପୁରୁଣା ଅପରାଧୀ ନିକଟରେ ଜାମିନ ରେ ଫେରି ଏପରି ଅପରାଧ କରୁଥିବା ବେଳେ ପୋଲିସ ତଦନ୍ତ କରି ସେମାନଙ୍କୁ ଖୁବ ଶୀଘ୍ର ହେପାଜତକୁ ନେବ। ବାଲେଶ୍ବର ସହରରେ ବର୍ତ୍ତମାନ ସମୟରେ ଏଭଳି ଲୁଟ ସହିତ ଅପରାଧିଙ୍କ କାଯ୍ୟାକଳାପ ବୃଦ୍ଧି ପାଉଥିବା ବେଳେ ପୋଲିସ କେବେ ଅପରାଧୀଙ୍କୁ ଗିରଫ କରିବାରେ ସଫଳ ହେଉଛି ତାହା ଉପରେ ରହିଛି ନଜର।