Malkangir Encounter Case, ମାଲକାନଗିରି: କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ମାଲିପଦର ଏନ କାଉଣ୍ଟର ଘଟଣା ଉପରେ ମୁହଁ ଖୋଲିଲେ ମାଓବାଦୀ। କୋରାପୁଟ ବୋଡୋର ଡଭିଜନ ସମ୍ପାଦକ ରାକେଶ ଏକ ପ୍ରେସ ଇସ୍ତାହାର ଜାରି କରିଛନ୍ତି। ସେପଟେ ମାଲାକାନଗିରି ଥାନା ଆଗରେ ସର୍ଗିଗୁଡା ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରିଛନ୍ତି। ସମାଦିକ କର୍ମୀ ଶରତ ବୁରୁଦାଙ୍କ ସମେତ କିଛି ବିକ୍ଷୋଭକାରୀଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ଆଦିବାସୀ ଓ ହରିଜନଙ୍କୁ ଟାର୍ଗେଟ କରୁଛନ୍ତି କି ପୋଲିସ ପ୍ରଶାସନ? ପୋଲିସ ଗୁଳିରେ ପ୍ରାଣ ହରାଇଲେ ଗରିବ ଓ ଖଟିଖିଆ ଦୁଇ ଯୁବକ। ଆନ୍ଦୋଳନର ଚେତାବନୀ ଦେଲା ମାଓ ସଙ୍ଗଠନ। ଗତ ୧୧ ତାରିଖରେ ଦୁଇଜଣ ଶ୍ରମିକ ଶ୍ରେଣୀର ଗ୍ରାମବାସୀଙ୍କୁ ପୋଲିସ ଗୁଳିକରି ହତ୍ୟା କରି ସେମାନଙ୍କୁ ମାଓବାଦୀର ଆଖ୍ୟା ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ମାଓ ସଂଗଠନ ଘୋର ବିରୋଧ କରିଛି। ଏଥିପାଇଁ ଆସନ୍ତା ୧୮ ତାରିଖରେ ମାଲକାନଗିରି ଓ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦେଇଛି। ଏହା ସହ ଏହି ଘଟଣାର ନ୍ୟାୟିକ ତଦନ୍ତ ଦାବି କରିବା ସହ ପୀଡ଼ିତ ପରିବାରକୁ କ୍ଷତିପୂରଣ ଦେବାକୁ ମାଓ ସଙ୍ଗଠନ ଦାବି କରିଛନ୍ତି। 


Also Read: Malkangiri Encounter: ଗଞ୍ଜେଇ ମାଫିଆଙ୍କୁ ଗୁଳି କରି ମାଓବାଦୀ ସଜାଇ ଦେଲେ ସୁରକ୍ଷାକର୍ମୀ!


ପୋଲିସ ଗୁଳିରେ ମୃତ ଦୁଇ ଯୁବକଙ୍କ ପରିଚୟ ମିଳିଛି। ମୃତକ ଦ୍ୱୟ ହେଲେ, ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସର୍ଗିଗୁଡା ଗ୍ରାମର ଧନ କାମର ଏବଂ କୋରାପୁଟ ଜିଲ୍ଲା କୋଷାଗୁମୁଡ଼ା ବୋର ଗ୍ରାମର ଦୟାଦାନ ହରିଜନ। ପୋଲିସ କୁମ୍ବିଂ ନାମରେ ଏହିଭଳି ନିରୀହ ଜନତାକୁ ଗୁଳିକରି ହତ୍ୟା କରିଛି ଓ ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ମିଥ୍ୟା ଏନକାଉଣ୍ଟର କାହାଣୀ ରଚିଛି। ନକଲି ବନ୍ଧୁକ ଏବଂ ମାଓ ସାମଗ୍ରୀ ରଖି ଗଣମାଧ୍ୟମରେ ନିଜର ପାରିବାପଣିଆ ଉପସ୍ଥାପନ କରୁଛି ବୋଲି ମାଓ ସଙ୍ଗଠନ ଦାବି କରିଛି। ମାଲକାନଗିରି କୋରାପୁଟ ଜିଲ୍ଲାରେ ଏହିଭଳି ଏନକାଉଣ୍ଟର ନୂଆ ନୁହେଁ ବୋଲି କୋରାପୁଟ ମାଲକାନଗିରି ବୋଡୋର ଡିଭିଜନ ସମ୍ପାଦକ ରାକେଶ ଏକ ପ୍ରେସ ଇସ୍ତାହାର ସହ ଆଡ଼ିଓ ଜରିକରିଛନ୍ତି।


 



ସେପଟେ, ରବିବାର କୋରାପୁଟ ଜିଲ୍ଲା ମାଳିପଦରରେ ମିଥ୍ୟା ଏନକାଉଣ୍ଟର ଘଟଣାର ପ୍ରତିବାଦରେ ମାଲକାନଗିରି ଜିଲ୍ଲା ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ତେବେ ମାଲକାନଗିରି ପୋଲିସ, ସାମାଜିକ କର୍ମୀ ଶରତ ବୁରୁଦାଙ୍କ ସହିତ ଅନେକ ଆନ୍ଦୋଳନ କାରିଙ୍କୁ ରାତି ଅଧିଆ ଉଠାଇନେଇ ଥାନାରେ ଅଟକ ରଖିଥିଲା। ଏମାନଙ୍କ ମଧ୍ୟରୁ ୪ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ୧୯ ଜଣଙ୍କୁ ଅଟକ ରଖି ପଚରା ଉଚାରା କରାଯାଇ ଥିବା ମାଲକାନଗିରି ଆଇଆଇସି ପ୍ରକାଶ କରିଛନ୍ତି।