Matric Board Exam: ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, କପି ରୋକିବା ନେଇ ସ୍ବତନ୍ତ୍ର ବ୍ୟବସ୍ଥା
Matric Board Exam in Odia: ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ସକାଳ ୮ ଟାରୁ ଆରମ୍ଭ ହୋଇlଥିବା ଏହି ପରୀକ୍ଷା ଦିନ ୧୦ଟା ଯାଏଁ ଚାଲିବ । ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଦେଉଛନ୍ତି ପିଲା । ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରିକ୍ଷାର୍ଥୀ ଫର୍ମ ଫିଲପ କରିଛନ୍ତି । ଏଥି ମଧ୍ୟରୁ ୫ ଲକ୍ଷ ୩୨ ହଜାର ୬୦୩ ଜଣ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ।
Matric Board Exam in Odia: ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା( Matric Board Exam) । ସକାଳ ୮ ଟାରୁ ଆରମ୍ଭ ହୋଇlଥିବା ଏହି ପରୀକ୍ଷା ଦିନ ୧୦ଟା ଯାଏଁ ଚାଲିବ । ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଦେଉଛନ୍ତି ପିଲା । ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରିକ୍ଷାର୍ଥୀ ଫର୍ମ ଫିଲପ କରିଛନ୍ତି । ଏଥି ମଧ୍ୟରୁ ୫ ଲକ୍ଷ ୩୨ ହଜାର ୬୦୩ ଜଣ ରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଅନ୍ୟପଟେ ଷ୍ଟେଟ ଓପନ ସ୍କୁଲରେ ୫୦୧୭ ଜଣ ଓ ୩୬୨୭ ଜଣ ମଧ୍ୟମା ପରୀକ୍ଷାର୍ଥୀ ରହିଛନ୍ତି। ମୋଟ ୩ ହଜାର ୨୧୮ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଛି । ଏଥିପାଇଁ ବୋର୍ଡ଼ ପକ୍ଷରୁ ୩୧୬ଟି ନୋଡ଼ାଲ ସେଣ୍ଟର କରାଯାଇଥିବା ବେଳେ ମାଓ ଅଧ୍ୟୁସିତ ଅଞ୍ଚଳରେ ୨୨ ଥାନାରେ ନେଡ଼ାଲ ସେଣ୍ଟର( Nodal Center) କରାଯାଇଛି । ଆଜିଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୧୭ ତାରିଖ ଯାଏଁ ଚାଲିବ ପରୀକ୍ଷା ।
ସକାଳ ୭ଟାରେ କେନ୍ଦ୍ରରେ ପ୍ରଶ୍ନପତ୍ର, ଓଏମଆର ସିଟ, ଖାତା ପହଁଞ୍ଚି ଥିଲା । ପ୍ରଥମ ଦିନ ଛାତ୍ରଛାତ୍ରୀ ମାନେ ପରୀକ୍ଷା ୧ ଘଣ୍ଟା ପୂର୍ବରୁ ହଲରେ ପହଞ୍ଚିଥିଲେ । ପରୀକ୍ଷା କେନ୍ଦ୍ରକୁ କେବଳ ପେନ, ଆର୍ଡ଼ମି୍ଟ କାର୍ଡ଼ ଓ ଜୋମେଟ୍ରି ବାକ୍ସ ନେଇ ଅନୁମତି ରହିଛି । ପରୀକ୍ଷାରେ କପି ରୋକିବା ନେଇ ବୋର୍ଡ଼, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ତ୍ରିସ୍ତରୀୟ ସ୍କ୍ବାର୍ଡ଼ ବ୍ୟବସ୍ଥା କରାଯାଇଛି । ପରୀକ୍ଷା ନିୟନ୍ତ୍ରଣ ପାଇଁ ୩୬ ସ୍ପେଶାଲ ସ୍କ୍ୱାର୍ଡ( Special Squad) ଓ ଡିଇଓ ମାନଙ୍କ ଦ୍ୱାରା ୭୪ଟି ଫ୍ଲାଇଂ ସ୍କ୍ୱାର୍ଡ ଗଠନ କରାଯାଇଛି । ପରୀକ୍ଷା କେନ୍ଦ୍ରକୁ ମୋବାଇଲ ସଂପୂର୍ଣ୍ଣ ବାରଣ କରାଯାଇଛି । ସେଣ୍ଟର ସୁପରିଟେଣ୍ଟଙ୍କ ପାଖରେ ସମସ୍ତ ମୋବାଇଲ ଡ଼ିପୋଜିଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ପରୀକ୍ଷା ପରିଚାଳନା ଦ୍ବାୟିତ୍ବରେ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ମଧ୍ଯ ପରୀକ୍ଷା ହଲକୁ ମୋବାଇଲ ନେବାକୁ ବାରଣ କରାଯାଇଥିବା ନେଇ ବୋର୍ଡ଼ ସଭାପତି ସୂଚନା ଦେଇଛନ୍ତି । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ତେବେ ପରୀକ୍ଷା ହଲକୁ ସ୍କ୍ବାର୍ଡ଼ଙ୍କ ସପ୍ରାଇଜ ଭିଜିଟ୍ କରିପାରନ୍ତି । ପୂର୍ବ ବର୍ଷ ଭଳି ଯେପରି ପ୍ରଶ୍ନପତ୍ର ଲିକ୍ ନହୁଏ ସେନେଇ ସ୍ବତନ୍ତ୍ର ଧ୍ଯାନ ଦିଆଯାଇଛି । ସ୍ବଚ୍ଛ ଓ ଶୃଙ୍ଖଳିତ ପରୀକ୍ଷା ପରିଚାଳନା ନେଇ ବୋର୍ଡ଼ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ଏହା ମଧ୍ଯ ପଢନ୍ତୁ-Cyber Crime News In Odia: ସାଇବର ଠକେଇରୁ ବର୍ତ୍ତିଲେନି ଦୀପାଳି, ଥାନାରେ ମାମଲା
ଏହା ମଧ୍ଯ ପଢନ୍ତୁ-Lifestyle News in Odia: ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାହିଁ ରହୁଛନ୍ତି କି, ହୋଇପାରନ୍ତି ଏହି ଗୁରୁତର ରୋଗର ଶୀକାର
ମାଟ୍ରିକ ରେଗୁଲାର ଓ ଏକ୍ସ ରେଗୁଲାର ଓ ପତ୍ରବିନିମୟ ପରିକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ସମାନ ରହିଛି । ଖରାଦିନ ହେତୁ ବହୁ ସମୟରେ ବିଦ୍ୟୁତ କାଟ୍ ଭଳି ସମସ୍ୟା ଦେଖାଦେଇଥାଏ ତେବେ ପରୀକ୍ଷା ଚାଲିଥିବା ସମୟରେ ଯେପରି ବିଦ୍ୟୁତ କାଟ୍ ନହୁଏ ସେଥିପ୍ରତି ଧ୍ଯାନ ଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଚଳିତବର୍ଷ ସମେଟିଭ ୱାନରୁ ୪୦ ପ୍ରତିଶତ, ସମେଟିଭ- ଟୁ ୪୦ପ୍ରତିଶତ ଓ ଇଣ୍ଟରନାଲ ଆସେସମେଣ୍ଟରୁ ୨୦ ମାର୍କ ମିଶି ଏଥର ମାଟ୍ରିକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇବ ।