ବିରୋଧୀ ଦଳ ବିଜେଡି ପକ୍ଷରୁ ଏନେଇ ଯୋଗାଣମନ୍ତ୍ରୀଙ୍କୁ ଦାୟୀ କରାଯାଇଛି। ପୂର୍ବତନ ଯୋଗାଣ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ‘ ଖାଦ୍ୟ ସୁରକ୍ଷା ଯୋଜନାରେ ବଣ୍ଟନ ବ୍ୟବସ୍ଥା ରାଜ୍ୟରେ ବିଫଳ ହୋଇଛି।
Trending Photos
ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ଦୀର୍ଘ ଦିନ ହେଲା ଚିକିତ୍ସାଧୀନ ଥିବା ଜିତା ମାଝିଙ୍କ ମୃତ୍ୟୁ ଘଟିଛି। ଏହାଦ୍ୱାରା ସମୁଦାୟ ମୃତକଙ୍କ ସଂଖ୍ୟା ୩ ହୋଇଛି। ପୂର୍ବରୁ ଏହି ଗାଁର ରୁମିତା ପାଟମାଝି ଏବଂ ରୁନୁ ମାଝିଙ୍କ ଏହି କାରଣରୁ ଦେହାନ୍ତ ହୋଇଥିଲା। ଏହାଙ୍କ ସହ ଆଉ ଜଣେ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛନ୍ତି।
ନଭେମ୍ବର ପ୍ରଥମ ସପ୍ତାହର ଏହି ଘଟଣାରେ ପ୍ରକୃତ କାରଣ ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆରଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହେଲେ ଆଜି କଟକ ଏସ୍ସିବି ମେଡିକାଲ୍ କଲେଜରେ ଜିତାଙ୍କ ମୃତ୍ୟୁ ଏବେ ରାଜନୀତିକ ପରିବେଶକୁ ଆହୁରି ସରଗରମ କରିଛି। ବିରୋଧୀ ଦଳ ବିଜେଡି ପକ୍ଷରୁ ଏନେଇ ଯୋଗାଣମନ୍ତ୍ରୀଙ୍କୁ ଦାୟୀ କରାଯାଇଛି। ପୂର୍ବତନ ଯୋଗାଣ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ‘ ଖାଦ୍ୟ ସୁରକ୍ଷା ଯୋଜନାରେ ବଣ୍ଟନ ବ୍ୟବସ୍ଥା ରାଜ୍ୟରେ ବିଫଳ ହୋଇଛି। ଏଣୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଏ ଘଟଣା ସରକାରଙ୍କ ବିଫଳତାକୁ ପଦାରେ ପକାଇଛି।
ସେ କହିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ ପୂର୍ବରୁ ଆମ୍ବ ଟାକୁଆକୁ ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟ ବୋଲି ବର୍ଣ୍ଣନା କରିଥିଲେ। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଣୁ ଖାଦ୍ୟ ଓ ଯୋଗାଣମନ୍ତ୍ରୀ ଏନେଇ ତୁରନ୍ତ କ୍ଷମା ମାଗିବା ଆବଶ୍ୟକ ବୋଲି ଶ୍ରୀ ଦାସବର୍ମା କହିଛନ୍ତି।
Also Read- ୨୦ରୁ ଆରମ୍ଭ ହେବ ଧାନ ସଂଗ୍ରହ, ଜାଣି ରଖନ୍ତୁ ୫ ପ୍ରମୁଖ ବିନ୍ଦୁ
Also Read- ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଭାଇ ଅନମୋଲ ଆମେରିକାରୁ ଗିରଫ