Mayurbhanj Road Accident: ଗତକାଲି (ସୋମବାର) ଅର୍ଥାତ ଜାନୁଆରୀ ୯ରେ ମୟୂରଭଞ୍ଜ ଜିଲ୍ଲା (Mayurbhanj District) ର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Road Accident) ଘଟିଯାଇଛି । ଜିଲ୍ଲାର ବାଙ୍କିସୋଲ ଚକ୍ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣ ଯୁବ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ସୂଚନା ମୁତାବକ ଏହି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସମସ୍ତେ ହେଉଛନ୍ତି ସମ୍ପର୍କରେ ଭାଇ । ଏହା ବ୍ୟତୀତ ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ନାମ ସୁଲିପଡା ପୋଲିସ ସୀମା ଅନ୍ତର୍ଗତ ବଦନାତାନା ଗାଁର କାଲିପଦା ନାୟକ (୨୫), ଦିଲୀପ ନାୟକ (୨୩), ଚୈତନ୍ୟ ନାୟକ (୨୦) ବୋଲି ଜଣାପଡିଛି ।


COMMERCIAL BREAK
SCROLL TO CONTINUE READING

ବାରିପଦା (Baripada) ଓ ଦେଉଲି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ସୂତ୍ରରୁ ପ୍ରକାଶ ଯେ ନାୟକ ଭାଇମାନେ ଅନ୍ୟ ଲୋକ ମାନଙ୍କ ସହ ଅଟୋ ରିକ୍ସାରେ ବାରିପଦା ଯାଉଥିଲେ । ବାରିପଦା ସହରଠାରୁ ୮ କିଲୋମିଟର ଦୂରରେ ଥିବା ବାଙ୍କିସୋଲ୍ ଚକ୍ ନିକଟରେ ବିପରୀତ ଦିଗରୁ ଦେଉଲି ଆଡକୁ ଆସୁଥିବା ଏକ ଦ୍ରୁତ ଗତିର ପିକଅପ୍ ଭ୍ୟାନ୍ ତିନି ଚକିଆ ଯାନକୁ ଟକ୍କର ମାରିଥିଲା ।


ଏହି ଟକ୍କର ଏତେ ଶକ୍ତିଶାଳୀ ଥିଲା ଯେ ଅଟୋ ରିକ୍ସା ଅତି ଖରାପ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା ଓ ତିନି ଭାଇଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ବାରିପଦା ସଦର ପୋଲିସ ଅଗ୍ନିଶମ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲା । ୪ ଜଣ ଗୁରୁତର ଆହତଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ନିଆଯାଇଥିଲା ।


ବରିପଦା ସଦର ଆଇଆଇସି ମଧୁମିତା ମହାନ୍ତି କହିଛନ୍ତି ଯେ, ପୋଲିସ ଏହି ତିନି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ଡାକ୍ତରଖାନା ପଠାଇଛି । ଏହାସହ ଦୁର୍ଘଟଣାରେ ସମ୍ପୃକ୍ତ ଉଭୟ ଗାଡି ଜବତ କରିଛି । ଏକ ମାମଲା ରୁଜୁ ହୋଇଛି ଓ ଅଧିକ ତଦନ୍ତ ଚାଲିଛି ।


ଅଧିକ ପଢ଼ନ୍ତୁ:-ଆଜିଠୁ ମିଶନ ବିଶ୍ୱକପର ଆରମ୍ଭ, ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରୁ କଟିବ ପତା!


ଅଧିକ ପଢ଼ନ୍ତୁ:-ପ୍ରଥମ ଦିନିକିଆରେ କେମିତି ହେବ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ? ରୋହିତ ଶର୍ମା କହିଲେ କିଏ କରିବେ ଓପନିଂ


ଅଧିକ ପଢ଼ନ୍ତୁ:-ଭୀଷଣ ସଡ଼କ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ, ୨୨ ଗୁରୁତର