IND vs SL 1st ODI: ଆଜିଠୁ ମିଶନ ବିଶ୍ୱକପର ଆରମ୍ଭ, ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରୁ କଟିବ ପତା!
Advertisement

IND vs SL 1st ODI: ଆଜିଠୁ ମିଶନ ବିଶ୍ୱକପର ଆରମ୍ଭ, ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରୁ କଟିବ ପତା!

IND vs SL 1st ODI: ଟି-୨୦ ସିରିଜରେ ସୂର୍ଯ୍ୟକୁମାର ଯାଦବ ଚମତ୍କାର ପ୍ରଦର୍ଶନ କରିଥିଲେ । ସେ ରାଜକୋଟ ଟି-20ରେ ୧୧୨ ରନର ଇନିଂସ ଖେଳିଥିଲେ । ସେ ନମ୍ବର ୪ରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇ ଥାନ୍ତି । ODI ରେ ଏହି ନମ୍ୱରରେ ତାଙ୍କ ସାମ୍ନାରେ ଆଉ ଜଣେ ପ୍ରତିଯୋଗୀ ଅଛନ୍ତି, ସେ ହେଉଛନ୍ତି ଶ୍ରେୟସ୍ ଆୟର । ଶ୍ରେୟସ୍ ଆୟର ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଅଂଶଗ୍ରହଣ କରି ଚମତ୍କାର ବ୍ୟାଟ୍ ପ୍ରଦର୍ଶନ କରିଥିଲେ ।

IND vs SL 1st ODI: ଆଜିଠୁ ମିଶନ ବିଶ୍ୱକପର ଆରମ୍ଭ, ସୂର୍ଯ୍ୟକୁମାର ଯାଦବଙ୍କ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରୁ କଟିବ ପତା!

India vs Sri Lanka 1st ODI: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି (ମଙ୍ଗଳବାର) ଅର୍ଥାତ ଜାନୁଆରୀ ୧୦ରୁ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (IND vs SL ODI Series) ଆରମ୍ଭ ହେବାକୁ ଯାଉଛି । ଏହି ସିରିଜର ପ୍ରଥମ ମ୍ୟାଚ୍ (IND vs SL 1st ODI) ଗୁଆହାଟିର ଭୁପେନ ହାଜାରିକା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ରୋହିତ ଶର୍ମା (Rohit Sharma) ଙ୍କ ନେତୃତ୍ୱରେ ଭାରତୀୟ ଦଳ (Indian Cricket Team) ଏହି ମ୍ୟାଚ୍ ଜିତି ମିଶନ୍ ବିଶ୍ୱକପ୍ ୨୦୨୩ (ODI World Cup 2023) ର ସର୍ବୋତ୍ତମ ଆରମ୍ଭ କରିବାକୁ ଚାହୁଁଛି । ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ଭାରତୀୟ ମାଟିରେ ODI ବିଶ୍ୱକପ ୨୦୨୩ ଅନୁଷ୍ଠିତ ହେବ । ସିରିଜର ଏହି ପ୍ରଥମ ମ୍ୟାଚ୍ ଦିନ ୧.୩୦ରୁ ଆରମ୍ଭ ହେବ ।

ପ୍ରଥମ ଦିନିକିଆରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ଶୁଭମାନ ଗିଲ ଓପନିଂ କରିବେ । ସେପଟେ ବିରାଟ କୋହଲି ତିନି ନମ୍ବରରେ ଖେଳିବା ନିଶ୍ଚିତ । କ୍ୟାପଟେନ ରୋହିତ ଶର୍ମା ମଧ୍ୟ ପ୍ରଥମ ମ୍ୟାଚରେ ଶୁଭମାନ ଗିଲଙ୍କ ଓପନିଂ କରିବା କଥାକୁ ନିଶ୍ଚିତ କରିଛନ୍ତି ।ରୋହିତ ଶର୍ମା କହିଛନ୍ତି ଯେ, "ଉଭୟ ଓପନର୍ (ଗିଲ ଓ କିଶନ) ପ୍ରକୃତରେ ଭଲ ପ୍ରଦର୍ଶନ କରିଛନ୍ତି । କିନ୍ତୁ ମୁଁ ଭାବୁଛି ଶୁଭମାନ ଗିଲଙ୍କୁ ସୁଯୋଗ ଦେବା ଠିକ୍ ହେବ କାରଣ ସେ ପୂର୍ବ ମ୍ୟାଚରେ ବହୁତ ରନ୍ ସ୍କୋର କରିଥିଲେ । ମୁଁ ଇଶାନ କିଶନଙ୍କଠାରୁ କୌଣସି ଶ୍ରେୟ ନେବାକୁ ଯାଉନାହିଁ । ସେ ଆମ ପାଇଁ ବହୁତ ଭଲ ହୋଇଛନ୍ତି । ସେ ଏକ ଡବଲ୍ ଶତକୀୟ ଇନିଂସ ଖେଳିଛନ୍ତି ଓ ମୁଁ ଜାଣେ ଡବଲ୍ ସେଞ୍ଚୁରୀ ସ୍କୋର କରିବା କ’ଣ ବଡ଼ ସଫଳତା ହୋଇଥାଏ । କିନ୍ତୁ ସତ କହିବାକୁ ଗଲେ, ଆମକୁ ପୂର୍ବରୁ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଯଥେଷ୍ଟ ସୁଯୋଗ ଦେବା ଆବଶ୍ୟକ ।"

ଟି-20 ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରିଥିବା ସୂର୍ଯ୍ୟକୁମାର ଯାଦବ (Suryakumar Yadav) ମଧ୍ୟ ଦଳରେ ଅଛନ୍ତି । କିନ୍ତୁ ସେ ପ୍ଲେଇଙ୍ଗ 11 (Team India Playing 11) ରେ ସ୍ଥାନ ପାଇ ନପାରନ୍ତି । ସୂର୍ଯ୍ୟକୁମାରଙ୍କ ପରିବର୍ତ୍ତେ  ଶ୍ରେୟସ୍ ଆୟର (Shreyas Iyer) ଙ୍କୁ ଅଧିକ ଗୁରୁତ୍ୱ ମିଳିପାରେ । ଗତ ବର୍ଷ ଶ୍ରେୟସ୍ ଆୟର୍ ODI ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ସେ ୧୫ ଇନିଂସରେ ୫୫.୬୯ ଏଭେରେଜରେ ୭୨୪ ରନ୍ ସ୍କୋର କରିଛନ୍ତି । ସେପଟେ ଟି-20ରେ ତିନି ଶତକ ହାସଲ କରିଥିବା ସୂର୍ଯ୍ୟକୁମାର ଯାଦବ ଦିନିକିଆରେ ଆଶା ଅନୁରୂପ ପ୍ରଦର୍ଶନ କରିପାରି ନାହାଁନ୍ତି । ସେ ୧୬ଟି ମ୍ୟାଚରେ ମାତ୍ର ୩୮୪ ରନ୍ କରିଛନ୍ତି ।

ରୋହିତ ଶର୍ମା ଏହା ମଧ୍ୟ ସଂକେତ ଦେଇଛନ୍ତି ଯେ ଦିନିକିଆ ସିରିଜରେ ସେହି ଖେଳାଳିମାନଙ୍କୁ ସୁଯୋଗ ମିଳିବ, ଯେଉଁମାନେ ଏହି ଫର୍ମାଟରେ ଭଲ ପ୍ରଦର୍ଶନ କରିଛନ୍ତି । ରୋହିତ ଶର୍ମା କହିଛନ୍ତି ଯେ, "ODI ଫର୍ମାଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଭାରତ ଅଗ୍ରାଧିକାର ଦେବ । ମୁଁ ମଧ୍ୟ ଫର୍ମ ବୁଝୁଛି । ଫର୍ମ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଫର୍ମାଟ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ୫୦ ଓଭର ଫର୍ମାଟ୍ ଏକ ଭିନ୍ନ ଫର୍ମାଟ୍, ଯାହା ଟି-20 ଠାରୁ ଟିକେ ଲମ୍ବା ଏବଂ ODI ରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିମାନେ ନିଶ୍ଚିତ ଭାବରେ ସୁଯୋଗ ପାଇବେ ।"

ଅଧିକ ପଢ଼ନ୍ତୁ:-ପ୍ରଥମ ଦିନିକିଆରେ କେମିତି ହେବ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ? ରୋହିତ ଶର୍ମା କହିଲେ କିଏ କରିବେ ଓପନିଂ

ଅଧିକ ପଢ଼ନ୍ତୁ:-ଭୀଷଣ ସଡ଼କ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ, ୨୨ ଗୁରୁତର

ଅଧିକ ପଢ଼ନ୍ତୁ:-ରୋନାଲ୍ଡୋ ନା ତାଙ୍କ ଗର୍ଲଫ୍ରେଣ୍ଡ ଜର୍ଜିନା, କିଏ ଅଧିକ ଧନୀ; ଜାଣନ୍ତୁ କିଏ କେତେ ସମ୍ପତ୍ତିର ମାଲିକ

 

ଭାରତର ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ (ୱିକେଟ୍ କିପର), ଶ୍ରେୟସ୍ ଆୟର / ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ସର ପଟେଲ, ୱାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂ, ମହମ୍ମଦ ଶାମି, ମହମ୍ମଦ ସିରାଜ ।

ଶ୍ରୀଲଙ୍କା ବିପକ୍ଷ  ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ କିପର), ଇଶାନ କିଶନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ସର ପଟେଲ, ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ ଏବଂ ଅର୍ଶଦୀପ ସିଂ ।