Mo Bus Fire Mishap: ମୋ ବସରେ ଲାଗିଲା ନିଆଁ । ବିଚ୍ ରାସ୍ତା ଉପରେ ଚାଲୁଥିବା ସମୟରେ ହଠାତ୍ ହୁତୁହୁତୁ ହୋଇ ଜଳିଗଲା “ମୋ ବସ” (Mo Bus) । ରାଉକେଲାରୁ (Rourkela) ଦେବବ୍ୟାସ ଅଭିମୁଖେ ଯାଉଥିବା ବେଳେ ଟିସିଆଇ ଛକ ନିକଟରେ ମୋ ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ତେବେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ଏନେଇ ତୁରନ୍ତ ଅଗ୍ନିଶମ ବାହାନୀଙ୍କୁ ସୂଚନା ଦିଆଯାଇଥିଲା । ମୋ ବସରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଶନିବାର ଦିନ ଏକ ମୋ ବସଟି ରାଉକେଲାରୁ ଦେବବ୍ୟାସ ଅଭିମୁଖେ ଯାଉଥିବା ବେଳେ ଟିସିଆଇ ଛକ ନିକଟରେ ବସରେ ହଠାତ୍ ନିଆଁ ଲାଗିଯାଇଥିଲା । ବସରେ ନିଆଁ ଲାଗିବା କ୍ଷଣି ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ବସରେ ଥିବା ସମସ୍ତ ଯାତ୍ରୀଙ୍କୁ ବସରୁ ଓହ୍ଲାଇ ଦେଇଥିଲେ । ଚାହୁଁ ଚାହୁଁ ଏହି ନିଆଁ କ୍ରମଶଃ ବଢି ପୂରା ବସରେ ଲାଗିଯାଇଥିଲା । ବିଚ୍ ରାସ୍ତାରେ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା ମୋ ବସ (MO bus fire mishap) । ଏହା ଦେଖି ଆତଙ୍କିତ ହୋଇପଡ଼ିଥିଲେ ସ୍ଥାନୀୟ ଲୋକେ । ଖବର ପାଇ ଅଗ୍ନିଶମ ବାହାନୀ ଘଟଣାସ୍ଥଳରେ ପହଁଞ୍ଚିଥିଲା, ହେଲେ ନିଆଁ ବ୍ୟାପୀ ଯାଇଥିବାରୁ ବସଟି ସମୂର୍ଣ୍ଣ ଜଳି ଯାଇଥିଲା । ସମସ୍ତ ଯାତ୍ରୀ ଓ କର୍ମଚାରୀ ଠିକ୍ ସମୟରେ ବସରୁ ଓହ୍ଲାଇ ଯାଇଥିବାରୁ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏଭଳି ଅଘଟଣ ଘଟିଥିବା କୁହାଯାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମୋ ବସଟି ସମୂର୍ଣ୍ଣ ନୂଆ ଥିଲା । କିନ୍ତୁ ହଠାତ୍ କେମିତି ଏଥିରେ ନିଆଁ ଲାଗିଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ବସ ବ୍ୟାଟେରୀରେ ତ୍ରୁଟି ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ପ୍ରକାଶ ଥାଉ କି, ଏହା ପୂର୍ବରୁ ୨୦୨୨ ମସିହା ଡ଼ିସେମ୍ବର ମାସରେ ଭୁବନେଶ୍ବର ଉପକଣ୍ଠ ତମାଣ୍ତୋ ଥାନା ସମ୍ମୁଖରେ ବସରେ ଏକ ମୋ ବସରେ (Mo Bus)  ନିଆଁ ଲାଗିଯାଇଥିଲା । ଧୂଆଁ ଦେଖି ଯାତ୍ରୀ ଓ ବସ କର୍ମଚାରୀ ବସରୁ ଓହ୍ଲାଇ ପଡ଼ିଥିଲେ । ସର୍ଟ ସର୍କିଟ ଯୋଗୁଁ ବସରେ ନିଆଁ ଲାଗିଯାଇଥିବା ସନ୍ଦେହ କରାଯାଇଥିଲା । ତେବେ ଏହି ଦୁର୍ଘଟଣାରେ ମଧ୍ଯ କେହି ମୃତାହତ ହୋଇନଥିଲା । ସେହି ବର୍ଷ ଅକ୍ଟୋବର ମାସରେ ଏକ ମୋ ବସ କନ୍ଦରପୁରରୁ ଧବଳେଶ୍ବର ଅଭିମୁଖେ ଯାଉଥିବା ବେଳେ ରାଜାବଗିଚା ନିକଟରେ ହଠାତ୍ ଖରାପ ହୋଇଯାଇଥିଲା । ଏମିତି କି ବସର ଦୁଇଟି ଯାକ ଡ଼ୋର ମଧ୍ଯ ଖୋଲିନଥିଲା ତେବେ ଏହା ଦେଖି ଯାତ୍ରୀ ଆତଙ୍କିତ ହୋଇଯାଇଥିଲେ । ଦମକଳ ବାହିନୀ ପହଁଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା ।


Also Read-Acid Attack Survivor: ମାଆ ହେଲେ ଏସିଡ଼ ପୀଡ଼ିତା ପ୍ରମୋଦିନୀ, ଫଟୋ ସେୟାର କରି ଲେଖିଲେ....


ସେହିପରି ନିକଟରେ ରାଜଧାନୀ ରାଜଭବନ ମାଷ୍ଟର କ୍ୟାଣ୍ଟିନରୁ ସମ୍‌ ହସ୍ପିଟାଲ ଅଭିମୁଖେ ଯାଉଥିବା ୨୩ନଂ ମୋ ବସ (Mo bus) ସହ କଟକ ଅତିରିକ୍ତ ଜିଲ୍ଲାପାଳଙ୍କ ଗାଡି଼ ମଧ୍ୟରେ ଦୁର୍ଘଟଣା (MO bus Accident) ଘଟିଥିଲା। ଏହି ଦୁର୍ଘଟଣାରେ ଉଭୟ ଗାଡି଼ କ୍ଷତିଗ୍ରସ୍ତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୋ ବସର (Mo bus) ଚାଳକ ଅତି ବେପରୁଆ ଭାବେ ଗାଡି ଚଲାଉଥିବା ନେଇ ଅତିରିକ୍ତ ଜିଲ୍ଲାପାଳ (Cuttack Additional Collector) ଅଭିଯୋଗ କରିଥିଲେ। କିନ୍ତୁ ଏଥିରେ ମୋ ବସ୍ ଚାଳକଙ୍କର କୌଣସି ତ୍ରୁଟି ନଥିବା କ୍ରୁଟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲ। ପ୍ରକାଶ ଥାଉ କି, ଚଳିତ ମାସରେ (Khordha) ଖୋର୍ଦ୍ଧା -ଜଟଣୀ ଓଭର ବ୍ରିଜ୍ ଉପରେ ମୋ’ବସ୍ ଓ ଟ୍ରକ୍ (truck ) ମୁହାଁମୁହିଁ ଧକ୍କା ହୋଇଥିଲେ । ଏଥିରେ ୧୦ ଜଣ ଯାତ୍ରୀ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ଦୁର୍ଘଟଣା ପରେ ଟ୍ରକ୍ କ୍ୟାବିନ୍‌ରେ ଚାପି ହୋଇ ରହିଯାଇଥିଲେ ଡ୍ରାଇଭର ।  ଦୁର୍ଘଟଣାସ୍ଥଳରେ ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ବସରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।