Acid Attack Survivor: ମାଆ ହେଲେ ଏସିଡ଼ ପୀଡ଼ିତା ପ୍ରମୋଦିନୀ, ଫଟୋ ସେୟାର କରି ଲେଖିଲେ....
Advertisement
Article Detail0/zeeodisha/odisha1703500

Acid Attack Survivor: ମାଆ ହେଲେ ଏସିଡ଼ ପୀଡ଼ିତା ପ୍ରମୋଦିନୀ, ଫଟୋ ସେୟାର କରି ଲେଖିଲେ....

Acid Attack Survivor Pramodin​: ମାଆ ହେଲେ ଏସିଡ଼ ପୀଡ଼ିତା ପ୍ରମୋଦିନୀ । ଗତ ୧୭ ତାରିଖରେ ପ୍ରମୋଦିନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ନିଜେ ସୋସିଆଲ ମିଡ଼ିଆରେ ପୁଅର ଫଟୋ ପୋଷ୍ଟ କରି ଏକ ସୁନ୍ଦର କ୍ୟାପସନ୍ ମଧ୍ଯ ଲେଖିଛନ୍ତି । ସେ ଲେଖିଛନ୍ତି ଯେ, “ମୋ ପାଇଁ ଏବର୍ଷ ସବୁଠାରୁ ସୁନ୍ଦର ଉପହାର ହେଉଛ ତୁମେ, ଲଭ ୟୁ ମାଇ ଲାଇଫ, ମାଇ ସନ୍” । 

ସୌ(ସୋସିଆଲ ମିଡିଆ)

Acid Attack Survivor Pramodin​: ମାଆ ହେଲେ ଏସିଡ଼ ପୀଡ଼ିତା ପ୍ରମୋଦିନୀ ରାଉଳ (Acid Attack Survivor Pramodin) । ଗତ ୧୭ ତାରିଖରେ ପ୍ରମୋଦିନୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ନିଜେ ସୋସିଆଲ ମିଡ଼ିଆରେ ପୁଅର ଫଟୋ ପୋଷ୍ଟ କରି ଏକ ସୁନ୍ଦର କ୍ୟାପସନ୍ ମଧ୍ଯ ଲେଖିଛନ୍ତି । ସେ ଲେଖିଛନ୍ତି ଯେ, “ମୋ ପାଇଁ ଏବର୍ଷ ସବୁଠାରୁ ସୁନ୍ଦର ଉପହାର ହେଉଛ ତୁମେ, ଲଭ ୟୁ ମାଇ ଲାଇଫ, ମାଇ ସନ୍” । ସେପଟେ ସ୍ବାମୀ ସରୋଜ ମଧ୍ଯ ଏକ ଫଟୋ ସେୟାର କରିଛନ୍ତି । ସରୋଜ ସ୍ତ୍ରୀ ଓ ପୁଅଙ୍କ ସହ ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ, “ମା ହେଉଛି ପୁଅର ପ୍ରଥମ ଭଗବାନ । ସମସ୍ତଙ୍କୁ କିପରି ସ୍ନେହ କରାଯିବା ତାହା ମାଆ ହିଁ ଶିକ୍ଷା ଦେବା ଉଚିତ୍” ।

fallback

ସୂଚନା ଥାଉ କି, ୨୦୦୯ ମସିହାରେ ର୍ତିତ୍ତୋଲ ସ୍ଥିତ ଆଦିକବି ସାରଳା ଦାସ କଲେଜରେ ଯୁକ୍ତ ୨ ପଢୁଥିଲେ ପ୍ରମୋଦିନୀ ।  ସେହିବର୍ଷ ଏପ୍ରିଲ ମାସ ୧୮ ତାରିଖରେ କଲେଜରୁ ଫେରିବା ବାଟରେ ସନ୍ତୋଷ ନାମକ ଏକ ଯୁବକ ନିଜ ସହଯୋଗୀ ସହ ଆସି ପ୍ରମୋଦିନୀଙ୍କ ଉପରକୁ ଏସିଡ଼ ମାଡ଼ (Acid Attack) କରିଥିଲା । କିଛି ବୁଝିବା ଆଗରୁ ଜଳିଯାଇଥିଲା ତାଙ୍କ ଶରୀରର ବିଭିନ୍ନ ଅଂଶ ।  ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରିଥିଲେ ପ୍ରମୋଦିନୀ । କିଛି ସମୟ ପରେ ତାଙ୍କ ସମ୍ପର୍କୀୟ ଆଳୁ ଅଖାରେ  ସାହାଯ୍ୟ ତାଙ୍କୁ ଗୁଡ଼େଇ ଡ଼ାକ୍ତରଖାନାକୁ ନେଇଥିଲେ । ଆଉ ଏହାପରେ ଓଲଟ ପାଲଟ ହୋଇଥିଲା ପ୍ରମୋଦିନୀଙ୍କ ଜୀବନ । ଏସିଡ଼ ମାଡ଼ରେ ପ୍ରମୋଦିନୀଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଥିଲା । ଏସିଡ଼ ମାଡ଼ରେ ପ୍ରମୋଦିନୀଙ୍କ ଅବସ୍ଥା ଗୁରୁତର ହୋଇଥିଲା । ଦୀର୍ଘ ୯ ମାସ ଆଇସିୟୁରେ (ICU) ଚିକିତ୍ସା ହେବା ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ୨୦୦୯ରୁ ୨୦୧୪ ମସିହା ପର୍ଯ୍ୟନ୍ତ କୋମାରେ ରହିଥିଲେ ପ୍ରମୋଦିନୀ । ବହୁ କଷ୍ଟ ଓ ଯନ୍ତ୍ରଣା ପରେ ନୂଆ ଜୀବନ ପାଇଥିଲେ ଏସିଡ଼ ପୀଡ଼ିତା । ସେହି ବର୍ଷ ପ୍ରମୋଦିନୀ ସମାଜସେବୀ ସରୋଜ ସାହୁଙ୍କ (Saroj Sahu) ସଂସ୍ପର୍ଶରେ ଆସିଥିଲେ । ପରେ ଉଭୟଙ୍କ ମଧ୍ଯରେ ବନ୍ଧୁତା ବଢିବାକୁ ଲାଗିଥିଲା । ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଶେଷରେ ୨୦୨୧ ମସିହାରେ ଉଭୟ ପରିବାରର ସ୍ବୀକୃତି ପରେ ଦୁହେଁ ବିବାହ କରିଥିଲେ । ସେ ସମୟରେ ଏହି ବିବାହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ବିବାହ ପରେ ବେଶ ହସ ଖୁସିରେ ଜୀବନ ବିତାଉଥିବା ପ୍ରମୋଦିନୀଙ୍କ ଜୀବନରେ ଏବେ ଆସିଛି ଆଉ ଏକ ଖୁସି।

fallback

ତେବେ ଏନେଇ ପ୍ରମୋଦିନୀ (Pramodin roul) କହିଛନ୍ତି ଯେ, ପୁଅ ଏବେ ସମୂର୍ଣ୍ଣ ସୁସ୍ଥ ଅଛି । ତାଙ୍କର ହିମୋଗ୍ଲୋବିନ କମ୍ ଥିବାରୁ ସେ ଟିକେ ଅସୁସ୍ଥ ଅନୁଭୂବ କରୁଛନ୍ତି । ଏସିଡ଼ ତାଙ୍କ ଦେହକୁ ଜାଳି ଦେଇଥିଲା ହେଲେ ମାଆ ହେବାରେ ତାଙ୍କର କୌଣସି ସମସ୍ୟା ନଥିଲା । ପ୍ରକାଶ ଥାଉ କି, ଏସିଡ଼ ଆକ୍ରମଣରେ ତାଙ୍କର ଦୁଇଟି ଆଖି ନଷ୍ଟ ହୋଇଯାଇଥିବା ବେଳେ ପରେ ଗୋଟିଏ ଆଖି ଅପରେସନ କରି ନୂଆ ଆଖି ଲଗାଯାଇଥିଲା । ଫଳରେ ତାଙ୍କୁ ୨୦ ପ୍ରତିଶତ ଦେଖାଯାଉଥିଲା । ହେଲେ ଗର୍ଭଧାରଣାର ୭ ମାସରେ ସେ ପୁଣି ୨ ମାସ ପାଇଁ ଦୃଷ୍ଟିଶକ୍ତି ହରାଇଥିଲେ । ଗର୍ଭବତୀ ଥିବାରୁ ଷ୍ଟେରଏଡ଼ କିମ୍ବା ଆନେସ୍ଥେସିଆ ବିନା ତାଙ୍କ ଆଖିକୁ ଅପରେସନ କରାଯାଇଥିଲା । ଏବେ ପୁଅକୁ ପାଖରେ ଦେଖି ସେ ବେଶ ଖୁସି ଥିବା କହିଛନ୍ତି ।

Also Read-Bhubaneswar News: ମୁଖ୍ୟମନ୍ତ୍ରୀଙ୍କ ସମତେ ସମସ୍ତ ମନ୍ତ୍ରୀ ଘୋଷଣା କଲେ ସମ୍ପତ୍ତି ତାଲିକା, ଏକ ନମ୍ବରରେ ଅଛନ୍ତି....