ସମ୍ବଲପୁର (Ajay Kumar Nath): ଜାତୀୟ ସ୍ତରର ସନ୍ତରଣକାରୀ ଏବେ ଦିନମଜୁରିଆ । ଦିନେ ସନ୍ତରଣ ପ୍ରତିଯୋଗିତା ଭାଗ ନେଇ ରାଜ୍ୟ ଓ ଜାତୀୟ ସ୍ତରରେ  ପ୍ରଥମ ସ୍ଥାନ ଆଣୁଥିଲେ। ଏବେ କିନ୍ତୁ ନିଜ ପରିବାର ଚଲାଇବା ପାଇ କେବେ ଭିକ ତ ଆଉ କେବେ ଦିନ ମଜୁରିଆ କାର୍ଯ୍ୟ କରି ପେଟ ପୋଷୁଛନ୍ତି  । ମୁଣ୍ତ ଗୁଞ୍ଜିବା ପାଇଁ  ଘର ଟିଏ ନାହି ପୋଲିଥିନ ତଳେ ବିତୁଛି  ଜୀବନ  । ଘରେ ମାଳମାଳ ଜାତୀୟ ଓ ରାଜ୍ୟସ୍ତରୀୟ ସାଟିଫିକେଟ ହେଲେ ସରକାରଙ୍କ ଦୃଷ୍ଟି ଆଢୁଆଳରେ ଯେମିତି ସବୁ ଲୁଚିଯାଇଛି। 


COMMERCIAL BREAK
SCROLL TO CONTINUE READING

ଜାତୀୟ ସ୍ତରର ସନ୍ତରଣକାରୀକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଅଣଦେଖା। ଦିନେ ରାଜ୍ୟରୁ ଚୟନ ହୋଇ ଜାତୀୟ ସ୍ତରର ସନ୍ତରଣ ପ୍ରତିଯୋଗିତା ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରି ଗୋଲଡ଼ ମେଡାଲ ହାସଲ କରୁଥିଲେ। କିନ୍ତୁ ଏବେ ଘର ଚଲାଇବା ପାଇ ଭିକ ମାଗିବାକୁ ପଡୁଛି।  ସମ୍ବଲପୁର ଫାଟକ ନିକଟସ୍ଥ ସିଦ୍ଧେଶ୍ୱର ବେଣ୍ଣା ଟ୍ରେନ ଲାଇନ କଡରେ ରହୁଥିବା ମମତା ଭୋଇ ଜଣେ ଜାତୀୟସ୍ତରର ସନ୍ତରଣକାରୀ। 


ସମ୍ବଲପୁର ଜିଲ୍ଲାରୁ ଅନେକ ଥର ମମତା ସନ୍ତରଣରୁ ଚୟନ ହୋଇ ଜାତୀୟ ଓ ରାଜ୍ୟ ସ୍ତରର ସନ୍ତରଣରେ ପ୍ରତିଯୋଗିତା ଭାଗ ନେଇ ପ୍ରଥମ ସ୍ଥାନ ଆଣିଛନ୍ତି। ରାଜ୍ୟ ସ୍ତରରୁ ମଧ୍ୟ ଚୟନ କରି ଜାତୀୟ ସ୍ତରର ପ୍ରଥମ ହୋଇଛନ୍ତି। ଆଉ ମମତା ଦିନ ଥିଲା ଓଡିଶା ଓ ସମ୍ବଲପୁର ନାଁ ରଖୁଥିଲେ ଓ ଅଞ୍ଚଳ ପାଇଁ ଗୌରବ ଆଣୁଥିଲେ। ହେଲେ ଏବେ ମମତା ଭାଗ୍ୟରେ ଦୁର୍ଭାଗ୍ୟର କଳା ବାଦଲ ଛାଇଯାଇଛି। 


ମମତା ବିବାହ ପରେ ବାପା ମାଁ ମୃତ୍ୟ ବରଣ କଲେ। ଝିଅଟିଏ ଜନ୍ମ ହେବାର ୨ ବର୍ଷ ପରେ ସ୍ବାମୀ ମଧ୍ୟ ମମତାକୁ ଛାଡି କୁଆଡେ ଚାଲି ଯାଇଥିଲେ। ମମତା ନିଜ ୧୨ ବର୍ଷ ଝିଅ ସହ ଟ୍ରେନ ଲାଇନ କଡରେ ଝୁପୁଡି ଘରେ ପଲିଥିନ ଟାଙ୍ଗି ରହୁଛନ୍ତି। ମୁଣ୍ତ ଗୁଞ୍ଜିବା ପାଇଁ ମଧ୍ୟ ଭଲ ଘରଟିଏ ମଧ୍ୟ ନଥିବା ବେଳେ ପ୍ରବଳ ବର୍ଷା କି ଝଡ ହେଲେ ଘରେ ରହି ହୁଏ ନାହି। ମମତା ପୁର୍ବରୁ ଦିନ ମଜୁରୀ କାମ କରି ଚଲୁଥିବା ବେଳେ ଏବେ ଗୋଡରେ ଆଘାତ ଲାଗିଥିବାରୁ ଠିକ ଭାବେ ଚାଲି ପାରୁନାହାନ୍ତି। ଝିଅର ପେଟ ପୁରାଇବା ପାଇ ଭିକ ମଧ୍ୟ ମାଗିବା ପାଇ ବାଧ୍ଯ ହେଉଛନ୍ତି। ଅନେକ ଦିନ ଘରେ ଚୁଲି ଜଳୁ ନଥିବା ବେଳେ ଦୁଇ ମାଁ ଝିଅ ଭୋକ ଉପାସରେ ରହୁଛନ୍ତି। ତାଙ୍କ ଝିଅ ଓ ସେ  ଗୋଟିଏ ଘର ଚାକିରି ଦିଆଯାଉ ବୋଲି ସେ ଗୁହାରି କରିଛନ୍ତି। ପାଖ ପଡୋଶୀ ମଧ୍ୟ ଦୁଃଖ ଦେଖି ନ ପାରି ବେଳେ ବେଳେ ଖାଇବାକୁ ଦେଉଥିବା ବେଳେ ବର୍ଷା ଝଡ ତୋଫାନରେ ସେ ଫାଟକ ରେଳ ଷ୍ଟେସନ ରେ ନିଜ ଝିଅ ସହ ରହନ୍ତି ବୋଲି କୁହାଯାଇଛି।


ଓଡିଶାର ପ୍ରଥମ ସନ୍ତରଣ ପ୍ରଶିକ୍ଷକ ସ୍ବର୍ଗତ ଖଟେଶ୍ବର ପାଣ୍ତେଙ୍କ ଭଲ ଶିଷ୍ୟ ଥିଲେ ମମତା ଭୋଇ। ମମତା ତାଙ୍କର ପ୍ରଶିକ୍ଷଣରେ ଜାତୀୟ ଓ ରାଜ୍ୟସ୍ତରୀୟ ସାଟିଫିକେଟ ପାଇଛନ୍ତି ଯାହା ଏବେ ଚିରି ଫାଟି ପଡିଛି। ତାକୁ ସଜାଡି ରଖିବା ପାଇ ଏହି ଝୁପୁଡି ଘରେ ବ୍ୟାଗ ଟିଏ ମଧ୍ୟ ନାହି। ଝିଅ ସପ୍ତମ ଶ୍ରେଣୀରେ ପାଠ ପଢୁଥୁବା ବେଳେ ଭଲ ଖାତା ଖଣ୍ତେ କି ପେନ ଟିଏ କିଣିବା ପାଇଁ ଟଙ୍କା ନାହିଁ। ଭଲ ପ୍ରତିଭାବାନ ସନ୍ତରଣକାରୀ ହେବାରୁ ଅନେକ ଥର ମମତା ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ବି କେହି ଶୁଣି ନଥିଲେ । କ୍ରିଡାବିତ ତଥା ସନ୍ତରଣ ପ୍ରଶିକ୍ଷକ ସୁନ୍ଦରମଣୀ ବାରିକ ମମତା ଖବର ଜାଣିବା ପରେ ତାଙ୍କ ପାଖକୁ ପହଚିଥିଲେ । ଗୁରୁଙ୍କୁ ଦେଖି ମମତାଙ୍କର ପୁରଣା କଥା ମନେପଡି ଯିବାରୁ ଆଖିରୁ ଲୁହ ଝରିପଡିଥିଲା। ସୁନ୍ଦରମଣୀ ମଧ୍ୟ ଦୁଃଖ ପ୍ରକାଶ କରିବା ସହ ତାଙ୍କୁ କିଭଳି ଜିଲ୍ଲା ପ୍ରଶାସନ ର ସହଯୋଗ ମିଳିବ ସେ ଅନୁରୋଧ କରିଥିଲେ।