ଗଜପତି: ଭିଡ଼ ଆଗରେ ନାଚାର ଖାକି ପୋଷାକଧାରୀ ପୋଲିସ। ଆଇନ ଆଗରେ ଭାରି ପଡିଲା ପରିବାରର ଦାବି। ପୋଲିସର ଉପସ୍ଥିତିରେ ସ୍ୱାମୀ ସମ୍ମୁଖରୁ ଅପହରଣ ହୋଇଗଲା ସ୍ତ୍ରୀ। ଏଭଳି କିଛି ଅଭାବନୀୟ ଘଟଣା ବୁଧବାର ଗଜପତି ଜିଲ୍ଲା ମୋହନା ଥାନା ପରିସରରେ ଘଟିଛି।


COMMERCIAL BREAK
SCROLL TO CONTINUE READING

ମୋହନା ଥାନା ହେଫାଜତରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବିବାହିତ ଯୁବତୀଙ୍କୁ ଥାନା ପରିସରରୁ ପୋଲିସ ଉପସ୍ଥିତିରେ ମାଡ଼ ମାରି ତାଙ୍କ ପରିବାର ଲୋକ ଟାଣି ଟାଣି ନେଇଯାଇଛନ୍ତି। କୋର୍ଟରେ ଯୁବକ-ଯୁବତୀ ବିବାହ କରିଛନ୍ତି। ସେମାନେ ଆଇନ ଅନୁସାରେ ସ୍ୱାମୀ ସ୍ତ୍ରୀ। କିନ୍ତୁ ପୋଲିସ ସେମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି।


Also Read: ଐତିହାସିକ କୀର୍ତ୍ତିରାଜି ସହ ଷଡ଼ଯନ୍ତ୍ର! ରାଣୀ ବଖରୀ ହେବ ନିମନ୍ତ୍ରଣ ରେସ୍ତୋରାଁ, ଅସନ୍ତୁଷ୍ଟ ଜନତା


 


ସୂଚନାନୁସାରେ, ହିକିରିକୂପ୍ପା ଗ୍ରାମର ରୁନା ନାୟକ, ବାଘମାରି ଗ୍ରାମର ଅଞ୍ଜଳି ରଇତକୁ ଚାନ୍ଦିପୁଟ କଲେଜରେ ପଢିବା ଦିନରୁ ପ୍ରେମ କରୁଥିଲେ। ଅଞ୍ଜଳିଙ୍କ ପରିବାର ବିବାହ ପାଇଁ ଅରାଜି ହେବାରୁ, ପୁଅ ଏବଂ ଝିଅ ଘରୁ ଲୁଚିଆସି ଗତ ୨୩ ତାରିଖରେ ମୋହନା ବ୍ଲକ କାର୍ଯ୍ୟାଳୟ ପରିସରରେ ଜି.ପି.ଇ.ଓଙ୍କ ନିକଟରେ ରେଜିଷ୍ଟର ମ୍ୟାରେଜ କରିଥିଲେ। ତେଵେ ଏନେଇ ଝିଅର ପରିବାର ମୋହନା ଥାନାରେ ଗତ ୨୨ ତାରିଖରେ ଝିଅ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। 



ପୋଲିସ ବୁଧବାର ଅଞ୍ଜଳି ଏବଂ ରୁନାଙ୍କୁ ହିକିରିକୂପ୍ପାରୁ ଡକାଇ ମୋହନା ଥାନାକୁ ଆଣିଥିଲେ। କିନ୍ତୁ ଥାନା ଭିତରକୁ ହଠାତ ଅଞ୍ଜଳିଙ୍କ ପରିବାର ସହ ୫୦ରୁ ଊର୍ଦ୍ଧ୍ୱ ଲୋକ ଧସେଇ ପଶିବା ସହ ତାଙ୍କୁ ଟାଣି ଟାଣି ଉଠାଇ ନେଇଥିଲେ। ପୋଲିସ କର୍ମୀମନେ ସବୁ ଦେଖି ମଧ୍ୟ ନାଚାର ହୋଇଯାଇଥିଲେl ଏହାପରେ ପୁଅର ଗ୍ରାମବାସୀ ପୋଲିସର ନିଷ୍କ୍ରିୟତାକୁ ପ୍ରତିବାଦ କରିବା ସହ ଥାନା ଘରାଓ କରିଥିଲେl