ସାରା ରାଜ୍ୟ ପାଳୁଛି ୮୭ତମ ଉତ୍କଳ ଦିବସ, ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତିଙ୍କଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ
Utkal Divas 2022, Odisha Day 2022: ଆଜି ସାରା ଜିଲ୍ଲାରେ ଏହି ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ପ୍ରଥମେ ମହାରାଜାଙ୍କ ସମାଧୀ ପୀଠରେ ରାଣୀ କଲ୍ୟାଣୀ ଦେବୀଙ୍କ ସମେତ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ତଥା ବହୁ ପଦାଧିକାରୀ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଭକ୍ତି ଅର୍ପଣ କରିଥିଲେ ।
ଭୁବନେଶ୍ୱର: Utkal Divas 2022, Odisha Day 2022: ସାରା ରାଜ୍ୟ ଆଜି ଉତ୍କଳ ଦିବସ ପାଳନ କରୁଛି । ଠିକ୍ ଆଜିର ଦିନରେ ଦେଶର ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ଗଠନ ହୋଇଥିଲା । ଆଜିର ଦିନଟି ଓଡ଼ିଆଙ୍କ ପାଇଁ ବେଶ୍ ମହତ୍ତ୍ୱପୂର୍ଣ୍ଣ । ଏହି ଅବସରରେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ପ୍ରମୁଖ ଟ୍ୱିଟ କରି ଅଭିନନ୍ଦନ ଜଣାଇଛନ୍ତି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମୂଖ୍ୟ ପୁରୋଧା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି (Krushna Chandra Gajapati) ଙ୍କ ଜନ୍ମ ମାଟି ଗଜପତି ଜିଲ୍ଲାରେ ଉତ୍କଳ ଦିବସ (Utkal Divas 2022) ଧୂମଧାମରେ ପାଳନ କରାଯାଉଛି । ୧୯୩୬ ଏପ୍ରିଲ ପହିଲାରେ ଇଂରେଜ ସରକାରଙ୍କ ହାତରୁ ଭାଷା ଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା । ଏଥିରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଉଦ୍ୟମ ତଥା ଅବଦାନ ଚୀର ସ୍ମରଣୀୟ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଦାୟିତ୍ଵ ନେଇ ରାଜ୍ୟର ବିକାଶ ତଥା ସୁଶାସନ ଦିଗରେ ବହୁ ଉନ୍ନତିମୂଳକ ପଦକ୍ଷେପ ନେଇଛନ୍ତି । ଜିଲ୍ଲା ତଥା ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଏବଂ ଗମନାଗମନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି ।
ଆଜି ସାରା ଜିଲ୍ଲାରେ ଏହି ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ କରାଯାଉଛି । ପ୍ରଥମେ ମହାରାଜାଙ୍କ ସମାଧୀ ପୀଠରେ ରାଣୀ କଲ୍ୟାଣୀ ଦେବୀଙ୍କ ସମେତ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ତଥା ବହୁ ପଦାଧିକାରୀ ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ପୁଷ୍ପାଞ୍ଜଳି ପ୍ରଦାନ ପୂର୍ବକ ଭକ୍ତି ଅର୍ପଣ କରିଥିଲେ ।
ପରେ ରାଜପ୍ରାସାଦ ପରିକ୍ରମା କରି ସହରର ମଧ୍ୟ ଭାଗରେ ଅବସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ଶତାଧିକ ପ୍ରଜା ଉପସ୍ଥିତ ରହି ସମ୍ମାନ ପ୍ରଦାନ କରିଥିଲେ । ରାଜାଙ୍କ ବୀର ପାଇକ ମାନେ ନିଜର ଯୁଦ୍ଧ କୌଶଳ ପ୍ରଦର୍ଶନ କରିଥିଲେ । ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣର ଆୟୋଜନ କରାଯାଇଛି ।
ଉତ୍କଳ ଦିବସ ( Utkal Divas 2022) ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha CM Naveen Patnaik) । ସେ କହିଛନ୍ତି ଯେ, "ଓଡ଼ିଶା ଦିବସରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି । ଆସନ୍ତୁ ଓଡ଼ିଆ ଜାତିର ସ୍ଵାଭିମାନକୁ ବଜାୟ ରଖିବା ସହ ଓଡ଼ିଶାର ସମୃଦ୍ଧି ପାଇଁ ଆମର ମିଳିତ ଉଦ୍ୟମକୁ ଆହୁରି ଶକ୍ତିଶାଳୀ କରିବା । ବନ୍ଦେ ଉତ୍କଳ ଜନନୀ ।"
ସେହିପରି ଉତ୍କଳ ଦିବସ ଅବସରରେ ମାନ୍ୟବର ରାଜ୍ୟପାଳ (Odisha Governor) ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ମହାନ ଜନନାୟକମାନଙ୍କ ସ୍ମୃତିଚାରଣ କରିବା ସହ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ଅନନ୍ୟ ପରମ୍ପରାକୁ ଆହୁରି ସମୃଦ୍ଧ କରିବାକୁ ସେ ବାର୍ତ୍ତା ଦେଇଛନ୍ତି ।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟବାସୀଙ୍କ ଖୁସି ଓ ସୁସ୍ଥ ଜୀବନ କାମନା କରିଛନ୍ତି । ଏହା ସହ ସେ ଓଡିଶାର ଅନନ୍ୟ ସଂସ୍କୃତିକୁ ଶତତ ସମ୍ମାନ ଜଣାଇଛନ୍ତି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ (President Ramnath Kovind) ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, "ଏହି ରାଜ୍ୟର ଅନନ୍ୟ ସାଂସ୍କୃତିକ ଐତିହ୍ୟ, ପ୍ରାକୃତିକ ସୌନ୍ଦର୍ୟ୍ୟ, ସ୍ଥାପତ୍ୟ, ହସ୍ତଶିଳ୍ପ ଏବଂ ନୃତ୍ୟ କଳା ପାଇଁ ଦେଶ ଗର୍ବିତ ଯାହା ମାନବିକତାକୁ ପ୍ରେମ ଏବଂ ଶାନ୍ତିର ଅନନ୍ତ ବାର୍ତ୍ତା ଦେଇଛି । ଓଡିଶାର ନିରନ୍ତର ବିକାଶ ପାଇଁ ମୋର ଶୁଭେଚ୍ଛା ।"
ସେହିପରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ (Congress MP Rahul Gandhi) ମଧ୍ୟ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, "ଓଡ଼ିଶା ହେଉଛି ଏକ ଐତିହ୍ୟ ସମ୍ପନ୍ନ ଏବଂ ଗୌରବଶାଳୀ ରାଜ୍ୟ। ଏହାର ସଂସ୍କୃତି, ପରମ୍ପରା ଅତି ପ୍ରାଚୀନ ଓ ସ୍ୱତନ୍ତ୍ର। ଓଡ଼ିଶାର ମୋର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।"
ଏହା ବି ପଢ଼ନ୍ତୁ:-ଇମ୍ରାନ ଖାନଙ୍କୁ ହଟାଇବା ପଛରେ ରହିଛି ବାଇଡେନଙ୍କ ହାତ!
ଏହା ବି ପଢ଼ନ୍ତୁ:-ଭାରତକୁ କଡ଼ା ଚେତାବନୀ ଦେଲା ଆମେରିକା, କହିଲା-ଯଦି ଚୀନ ଆକ୍ରମଣ କରେ ତ ବଞ୍ଚାଇବାକୁ ଆସିବନି ଋଷ
ଏହା ବି ପଢ଼ନ୍ତୁ:-ଜନତାଙ୍କୁ ପୁଣି ଲାଗିଲା ଝଟକା; LPG ସିଲିଣ୍ଡର ଦରରେ ବଡ଼ ଧରଣର ବୃଦ୍ଧି, ଜାଣନ୍ତୁ କ'ଣ ରହିଛି ନୂଆ ରେଟ୍
ଓଡ଼ିଶାବାସୀଙ୍କୁ ଭିଡ଼ିଓ ବାର୍ତ୍ତା ଜରିଆରେ ୮୭ତମ ଉତ୍କଳ ଦିବସର ଶୁଭକାମନା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) । ସେ କହିଛନ୍ତି ଯେ, ଉତ୍କଳ ମାଟିର ସୁଯୋଗ୍ୟ ଦାୟଦ ଭାବେ ମାତୃଭୂମିର ଉନ୍ନତି କରିବା ପାଇଁ ବଦ୍ଧ ପରିକର ହେବା ।
ଏହାସହ ସେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାନ ପୁରୋଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ । ସେ ଭାଷା ଭିତ୍ତିରେ ଓଡ଼ିଶାକୁ ପ୍ରଥମ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଦେବାରେ ମଧୁସୂଦନ ଦାସ (Madhusudan Das), ଗୋପବନ୍ଧୁ ଦାସ (Gopabandhu Das), ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, କୃଷ୍ଣଚନ୍ଦ୍ର ଗଜପତି (Krushna Chandra Gajapati), ଫକୀର ମୋହନ ସେନାପତି (Fakir Mohan Senapati), ରାଧାନାଥ ରାୟ, ଗଙ୍ଗାଧର ମେହେର (Gangadhar Meher) ଙ୍କ ଭଳି ଅନେକ ମହାପୁରୁଷଙ୍କର ଅଦମ୍ୟ ତ୍ୟାଗ, ଉତ୍ସାହ ଓ ପ୍ରଚେଷ୍ଟା ଅବିସ୍ମରଣୀୟ ଗୌରବମୟ ଓଡିଶା ଇତିହାସରେ ବୀର ସଂଗ୍ରାମୀଙ୍କ ଅବଦାନକୁ ମନେ ପକାଇଛନ୍ତି ।