Odisha Teachers, କଳାହାଣ୍ଡି: ସରକାରୀ ଠିକା ଶିକ୍ଷକଙ୍କ ସମସ୍ୟାର ଅନ୍ତ ନ ହେଉଣୁ ତାତିଲାଣି ଏକ୍ସକ୍ୟାଡର ଶିକ୍ଷକ ସଙ୍ଘ। ଏଥର ନିଆଁ କଳାହାଣ୍ଡି ଜିଲ୍ଲାରୁ ଲାଗିଛି, ଯାହା ଆସନ୍ତା ୨୭ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ବ୍ୟାପୀବ! ରବିବାର କଳାହାଣ୍ଡିରେ ଏକ୍ସକ୍ୟାଡର ଶିକ୍ଷକ ସଙ୍ଘର ରାଜ୍ୟ ସ୍ଥରୀୟ ସମାବେଶ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାର ଶହ ଶହ ସଂଖ୍ୟାରେ ଶିକ୍ଷକ ସାମିଲ ହୋଇଥିଲେ। ତେବେ ଆଠ ଦଫା ଦାବି ନେଇ ଆସନ୍ତା ଡିସେମ୍ବର ୨୭ରେ ଏକ୍ସକେଡ଼ର ଶିକ୍ଷକମାନେ ରାଜଧାନୀରେ ବିଶାଳ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଦୀର୍ଘ ଦିନର ସଙ୍ଘର୍ଷ ପରେ ଚୁକ୍ତି ଭିତ୍ତିକ ଶିକ୍ଷକଙ୍କୁ ସ୍ଥାୟୀ କରିବାକୁ ଗତମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାହା ସମସ୍ତ ଠିକା ଶିକ୍ଷକଙ୍କ କ୍ଷେତ୍ରରେ ଲାଗୁ ହୋଇନାହିଁ। ଅନ୍ୟପଟେ ଏବେ ଏକ୍ସକ୍ୟାଡର ଶିକ୍ଷକ ସଂଘ ତାର ଆଠ ଦଫା ଦାବି ଉଠାଇଛି। ଏଥିରେ ରାଜ୍ୟର ସମସ୍ତ ଚୁକ୍ତି ଭିତ୍ତିକ ଗଣଶିକ୍ଷକଙ୍କୁ ନିୟମିତି ନିଯୁକ୍ତି ଏବଂ ଏକ୍ସକ୍ୟାଡର ଶିକ୍ଷକଙ୍କୁ କେଡ଼ର ଭୁକ୍ତ କରିବା ଭଳି ଦୁଇଟି ପ୍ରମୁଖ ଦାବି ରହିଛି। ଯଦି ଏହି ଦାବି ପୂରଣ ନ ହୁଏ ତେବେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଏକ୍ସକେଡ଼ର ଶିକ୍ଷକ ସଙ୍ଘ ଚେତାବନୀ ଦେଇଛି।


Also Read: Malkangiri Encounter: ଗଞ୍ଜେଇ ମାଫିଆଙ୍କୁ ଗୁଳି କରି ମାଓବାଦୀ ସଜାଇ ଦେଲେ ସୁରକ୍ଷାକର୍ମୀ!


ରବିବାର ଛୁଟିଦିନରେ କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଏକ୍ସକ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ ରାଜ୍ୟ ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ସୁବ୍ରତ ଦଣ୍ଡସେନାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ରାଜ୍ୟ ଏକ୍ସକେଡ଼ର ଶିକ୍ଷକ ସଂଘର ରାଜ୍ୟ ସଭାପତି ଶରତ ଚନ୍ଦ୍ର ନାଏକଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲାର ସଭାପତି ଓ କଳାହାଣ୍ଡି ଜିଲ୍ଲାର ସମସ୍ତ ଏକ୍ସକ୍ୟାଡ଼ର ଶିକ୍ଷକମାନେ ସାମିଲ ହୋଇଥିଲେ। ଦୀର୍ଘ ବର୍ଷ ଧରି ସମାଜକୁ ଶିକ୍ଷିତ କରି ଗଢିତୋଳିବାରେ ଏକ୍ସକେଡ଼ର ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ସେମାନଙ୍କ ଦାବିକୁ ଅଣଦେଖା କରୁଛନ୍ତି। ତେଣୁ ଏନେଇ ଆସନ୍ତା ଦିନରେ ବିକ୍ଷୋଭ ପ୍ରଦର୍ଶନ ହେବ ବୋଲି ରାଜ୍ୟ ସଭାପତି, ଶରତ ଚନ୍ଦ୍ର ନାଏକ ପ୍ରକାଶ କରିଛନ୍ତି।


ପ୍ରାଥମିକ ଏକ୍ସକେଡ଼ର ଶିକ୍ଷକ ସଂଘ, ରାଜ୍ୟର ସମସ୍ତ ଚୁକ୍ତି ଭିତ୍ତିକ ଗଣ ଶିକ୍ଷକମାନଙ୍କୁ ନିୟମିତି ନିଯୁକ୍ତି ଏବଂ ଏକ୍ସକ୍ୟାଡ଼ର ଶିକ୍ଷକମାନଙ୍କୁ କ୍ୟାଡ଼ର ଭୁକ୍ତ କରିବା ଭଳି ୮ ଦଫା ଦାବି କରିଛି। ସରକାରଙ୍କ ନିକଟରେ ନିଜ ଦାବି ଉପସ୍ଥାପନ ପାଇଁ ଆସନ୍ତା ଡିସେମ୍ବର ୨୭ ତାରିଖରେ ରାଜ୍ୟ ରାଜଧାନୀରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯିବ। ରବିବାର ଭବାନୀପାଟଣାରୁ ଏହି ସଂଗ୍ରାମର ବିଗୁଲ ବାଜିଛି, ଆଉ ଏହାର ପ୍ରଭାବ ଆସନ୍ତା ମାସ ୨୭ରେ ଭୁବନେଶ୍ୱରରେ ଦେଖିବାକୁ ମିଳିବ। ତେବେ ଚୁକ୍ତି ଭିତ୍ତିକ ଶିକ୍ଷକଙ୍କ ଭଳି ଏକ୍ସକ୍ୟାଡ଼ର ଶିକ୍ଷକମାନଙ୍କ ଦାବି କେବେ ପୂରଣ ହେବ ତାହା ଦେଖିବାକୁ ବାକି ରହିଲା।