Odisha Flood: ଯାଜପୁର: ଲଗାତାର ଦ୍ୱିତୀୟ ଥର ବନ୍ୟା (Flood) ଛାଡିବା ପରେ ଏବେ ବିପନ୍ନଙ୍କୁ ଥଇଥାନ ଚିନ୍ତା ଘାରିଛି। ଜିଲାର ଯାଜପୁର (Jajpur) ଓ ଦଶରଥପୁର (Dasarathpur) ବ୍ଲକ ର ବ୍ୟାପକ ଅଞ୍ଚଳ ପ୍ରଭାବିତ ହୋଇଛି। ବୈତରଣୀ ନଦୀ (Baitarani) ର ଶାଖା କାଣୀ ନଦୀରେ ସୃଷ୍ଟି ହୋଇଥିବା ଘାଇ ନିକଟରେ ହୋଇଥିବା ଅସ୍ଥାୟୀ ବନ୍ଧରେ ପୁଣୀଥରେ ଘାଇ ସୃଷ୍ଟି ହୋଇଥିବାରୁ ଦଶରଥପୁର ବ୍ଲକ କସପା (Kasapa), ମଲ୍ଲିକାପୁର (Mallikapur) ଓ ଦୁଦୁରାଅନ୍ତା (Duduranta) ସମେତ ୧୦ଟି ପଂଚାୟତର ୧୦୦ ରୁ ଉର୍ଦ୍ଧ୍ବ ଗାଁ ରେ ବନ୍ୟା ଜଳ ପ୍ରବେଶ କରିଛି। ପ୍ରଥମ ବନ୍ୟାର ଦୁଃଖ ନଯାଉଣୁ ଦ୍ୱିତୀୟ ଥର ପାଇଁ ବନ୍ୟାର ସାମ୍ନା କରିଛନ୍ତି ଘାଇ ଅଞ୍ଚଳବାସୀ । ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଲଗାତାର ଦୁଇ ଦୁଇ ଥର ବନ୍ୟା ଦ୍ୱାରା ଲୋକେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଅଦ୍ୟାବଧି କ୍ଷୟକ୍ଷତି ର ଆକଳନ ସାରିନଥିବା ରୁ ବିପନ୍ନ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେପଟେ ବନ୍ୟା ସମ୍ପୂର୍ଣ୍ଣ ଛାଡିବା ପରେ କ୍ଷୟକ୍ଷତିର ଆକଳନ କରାଯାଇ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ପ୍ରଥମେ ଲଗାଣ ବର୍ଷା ଓ ପରେ ଲଗାଣ ବନ୍ୟା। ଥରେ ନୁହେଁ ଦୁଇ ଦୁଇ ଥର ଲଗାଣ ବନ୍ୟା ରେ ଭାଙ୍ଗିଯାଇଛି ବିପନ୍ନ ଙ୍କ ମେରୁଦଣ୍ଡ। ବୈତରଣୀ ନଦୀ ର ଶାଖା କାଣୀ ନଦୀରେ ସୃଷ୍ଟି ହୋଇଥିବା ଘାଇ ନିକଟରେ ହୋଇଥିବା ଅସ୍ଥାୟୀ ବନ୍ଧରେ ପୁଣୀଥରେ ଘାଇ ସୃଷ୍ଟି ହୋଇଥିବାରୁ ଦଶରଥପୁର ବ୍ଲକ କସପା, ମଲ୍ଲିକାପୁର ଓ ଦୁଦୁରାଅନ୍ତା ସମେତ ୧୦ଟି ପଂଚାୟତର ୧୦୦ ରୁ ଉର୍ଦ୍ଧ୍ବ ଗାଁ ରେ ବନ୍ୟା ଜଳ ପ୍ରବେଶ କରିଛି। ଏବେ ବି ଗାଁ ରେ ପାଣି ଛାଡିନି। ଭାଙ୍ଗି ଯାଇଥିବା ଘର କୁ ସଜାଡ଼ିବାକୁ ଚେଷ୍ଟା କରୁଛି ବିପନ୍ନ। ସେପଟେ ବର୍ଷା ଓ ବାତ୍ୟା ଯୋଗୁଁ ଚାଷ ଜମି ଉଜୁଡି ଯାଇଛି। ଯାହାକୁ ନେଇ ଚିନ୍ତାରେ ବନ୍ୟା ବିପନ୍ନ। ଏଭଳି ସ୍ଥିତିରେ ବର୍ଷକ ଯାକ ପରିବାର କେମିତି ଚଳିବ ତାକୁ ନେଇ ଚିନ୍ତାରେ ବନ୍ୟା ବିପନ୍ନ ।


ବନ୍ୟା ଯୋଗୁଁ ଦଶରଥପୁର ଓ ଯାଜପୁର ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରଶାସନ ପକ୍ଷରୁ କେବଳ ଚୁଡା, ଚାଉଳ ଓ ରନ୍ଧା ଖାଦ୍ୟ ଯୋଗାଇ ଦେଇ କାମ ସାରି ଦେଇଛି। ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ବି ଅଦ୍ୟାବଧି କ୍ଷୟକ୍ଷତି ର ଆକଳନ ହୋଇନି। କେବେ ଆକଳନ ହେବ ଆଉ ବିପନ୍ନ ମାନଙ୍କୁ କ୍ଷତିପୂରଣ ମିଳିବ ତାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ସେପଟେ ବନ୍ୟା ସମ୍ପୂର୍ଣ୍ଣ ଛାଡି ଯିବା ପରେ କ୍ଷୟକ୍ଷତି ର ଆକଳନ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରତିବର୍ଷ ବୈତରଣୀ ନଦୀର ବନ୍ୟା ଯୋଗୁଁ ପ୍ରଭାବିତ ହେଉଛି ହଜାର ହଜାର ଲୋକେ। ତୁରନ୍ତ ଏହି ବିପନ୍ନ ଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହେଉଛି ।


ଅଧିକ ପଢନ୍ତୁ: ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା, ସରକାର ଭାଙ୍ଗିବାକୁ ଅଣ୍ଟା ଭିଡ଼ିଲାଣି ବିଜେପି