Govt contactual employees, ଗଞ୍ଜାମ: ଅଧିକ ପରିଶ୍ରମ ହେଲେ ଦରମା କମ। ଶ୍ରମଜୀବୀ କର୍ମଚାରୀଙ୍କୁ ମିଳୁନି ସରକାରଙ୍କ ସର୍ବନିମ୍ନ ଦରମା। ଫଳରେ ପ୍ରତିଦିନ ଜଣେ ସାଧାରଣ ଶ୍ରମିକ ଠାରୁ ମଧ୍ୟ କମ ପାରିଶ୍ରମିକ ପାଉଥିବା ଠିକା କର୍ମଚାରୀ ବଞ୍ଚିବା ପାଇଁ ନୀତି ଦିନ ସଂଘର୍ଷ କରୁଛନ୍ତି। କିଏ ଅନ୍ୟ ଜିଲ୍ଲାରୁ ଆସି ଘରଭଡାରେ ରହି ଦିନେ ଖାଇ ଦିନେ ଉପବାସ ରହି ଚାକିରି ନିୟମିତ ହେବା ଆଶାରେ ପଡି ରହିଥିବା ବେଳେ, କିଏ ସ୍କୁଲକୁ ଯିବାର ଖର୍ଚ୍ଚ ନିଜ ପାରିଶ୍ରମିକରେ ପୂରଣ ନ ହେବାରୁ ଚାକିରି କରି ମଧ୍ୟ ଘର ଲୋକଙ୍କ ଟଙ୍କା ଉପରେ ନିର୍ଭର କରୁଛନ୍ତି। ତଥାପି ସେମାନଙ୍କ ଭରସା ସରକାର ନିୟମିତ କଲେ ସବୁ ଦୁଃଖ ଦୂର ହେବ।


COMMERCIAL BREAK
SCROLL TO CONTINUE READING

ଓଡିଶା ସରକାରଙ୍କ ଅଜବ ନୀତି। ଚାକିରି କ୍ଷେତ୍ରରେ ଶ୍ରମଦାନକୁ ନେଇ କରିଛନ୍ତି ପାତର ଅନ୍ତର। ଠିକା ନିଯୁକ୍ତିର ଘୃଣ୍ୟ ପ୍ରଥା ଦ୍ୱାରା ହଜାରର ହଜାର ଠିକା କର୍ମଚାରୀ ବଳିପଡୁଛନ୍ତି। ନିଜର ସ୍ୱଳ୍ପ ପାରିଶ୍ରମିକ ପେଟର ଭୋକ ମେଣ୍ଟାଇ ପାରୁନି। ଫଳରେ ନିଇତି ଜିଇଁଵା ପାଇଁ ସେମାନେ ସଙ୍ଘର୍ଷ କରୁଛନ୍ତି। ଗଂଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିଯୁକ୍ତି ପାଇଥିବା ଅନେକ ଠିକା କର୍ମଚାରୀ ଏହିପରି ଦୟନୀୟ ଅବସ୍ଥାରେ ରହି ଚାକିରି କରୁଥିବା ଦୃଶ୍ୟ ଏବେ ସମ୍ମୁଖକୁ ଆସିଛି। 


Also Read: Contractual Job: ୧୧ ସେପ୍ଟେମ୍ବରରେ କମ୍ପିବ ଭୁବନେଶ୍ୱର, ୪୦,୦୦୦ ଠିକା କର୍ମଚାରୀଙ୍କୁ ସମ୍ଭାଳିବେ ତ ରାଜ୍ୟ ସରକାର?


ଭଞ୍ଜନଗରର ମାନସ ରଞ୍ଜନ ନାୟକ ୨୦୧୮ ମସିହାରେ କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧରେ ଜୁନିୟର ଟିଚର ରୂପେ ନିଯୁକ୍ତି ପାଇଥିଲେ। ଚାକିରି ପାଇବା ପରେ ମନରେ ଖୁସିଥିଲା ସେ ଘରର ବଡ଼ ପୁଅ ହିସାବରେ ଘର ଘର ଚଳାଇବାରେ ତାଙ୍କ ଚାକିରି ସାହାଯ୍ୟ କରିବ। ହେଲେ ଏତେ ସ୍ୱଳ୍ପ ପାରିଶ୍ରମିକରେ ଭଞ୍ଜନଗରରୁ ଯାଇ କନ୍ଧମାଳରେ ଘର ଭଡା କରି ରହିବା ପୁଣି ଘରର ଘରକୁ ଦରମା ଟଙ୍କା ସମ୍ଭବ ହେଉନି। ଫଳରେ ସେ ଘରୁ ପ୍ରତିମାସରେ କିଛି ଅର୍ଥ ନେଇ କେବଳ ଚାକିରି ସ୍ଥାୟୀ ହେବା ଆଶାରେ ସେଠାରେ ସେ ପଡି ରହିଛନ୍ତି।
 
ସେହିପରି ବେଲଗୁଣ୍ଠା ବ୍ଲକର ସନ୍ତୋଷିନୀ ରାଉତ, ଆସିକା ବ୍ଳକ ଗହଙ୍ଗୁ ପ୍ରାଥମିକ ସ୍କୁଲରେ ଠିକାରେ ଶିକ୍ଷୟତ୍ରୀ ରୂପେ ନିଯୁକ୍ତି ପାଇଛନ୍ତି। ହେଲେ ପ୍ରତିଦିନ ସ୍କୁଲକୁ ଯିବା ଆସିବାରେ ତାଙ୍କର ୧୦୦ରୁ ଟଙ୍କା ଅଧିକ ଖର୍ଚ୍ଚ ହେଉଛି। ଏଭଳି କ୍ଷେତ୍ରରେ ସ୍ୱଳ୍ପ ପାରିଶ୍ରମିକ ଯୋଗୁ ତାଙ୍କ ପକ୍ଷେ ଘରର ଗୁଜୁରାଣ ମେଣ୍ଟାଇବାରେ ସମର୍ଥନ ହେଉନାହାନ୍ତି। ତେବେ କେବଳ ମାନସ କି ସନ୍ତୋଷୀନି ନୁହଁନ୍ତି, ଏଭିଳି ହଜାର ହଜାର ସରକାରୀ ଠିକା କର୍ମଚାରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ୱଳ୍ପ ଦରମାରେ ଘର ଭଡା ନେଇ ରହିବା ଯେ କେତେ କଷ୍ଟକର ତାହା ପୁରୀରୁ ଆସି ଆସିକା ଏବଂ ଗୁଣ୍ଠପୋଡାରେ ଘର ଭଡା କରି ରହୁଥିବା ଶିକ୍ଷକ ବି ଲିଂକନ ଓ ଶିକ୍ଷୟିତ୍ରୀ ରଞ୍ଜିତା ବେହେରା କୋହଭରା କଣ୍ଠରେ ବଖାଣିଛନ୍ତି। 


Also Read: Odisha Weather Update: ଆଜି ୨୧ ଜିଲ୍ଲାକୁ ବିଜୁଳି-ଘଡଘଡି ସହ ପ୍ରବଳ ବର୍ଷା ଚେତାବନୀ


ଅନ୍ୟପଟେ ରାଜ୍ୟ ସରକାରଙ୍କ ଠିକା ନିଯୁକ୍ତିକୁ ୯୨ଟି ବିଭାଗର ଠିକା କର୍ମଚାରୀମାନେ ବିରୋଧ କରିଛନ୍ତି। ଏଥିପାଇଁ ସେମାନେ ପ୍ରାୟ ମାସେ ହେଲା ଆନ୍ଦୋଳନ ଚଳାଇଛନ୍ତି। ଠିକା ନିଯୁକ୍ତି ଉଚ୍ଛେଦ ଦାବି ସହ ଚାକିରି କ୍ଷେତ୍ରରେ ପାତର ଅନ୍ତର ପ୍ରତିବାଦରେ ଗତ ୧୧ ତାରିଖରେ ଭୁବନେଶ୍ୱରରେ ଗଣବିକ୍ଷୋଭ କରାଯାଇଥିଲା। ଢୋ ଢୋ ବର୍ଷାରେ ୪୦୦୦୦ରୁ ଊର୍ଦ୍ଧ୍ୱ ଠିକା କର୍ମଚାରୀ ବିକ୍ଷୋଭରେ ଯୋଗ ଦେଇଥିଲେ। ସରକାର ସେମାନଙ୍କ ଦାବି ଉପରେ ଆଲୋଚନା କରିବାକୁ ୧୫ ଦିନ ସମୟ ମାଗିଛନ୍ତି। ଆସନ୍ତା ସେପ୍ଟେମ୍ବର ୨୬ରେ ଏହି ସମୟସୀମା ପୂରଣ ହେବ। ତେବେ ଦେଖିବାକୁ ବାକି ରହିଲା ଏହା ଉପରେ ସରକାର କି ପଦକ୍ଷେପ ନେଉଛନ୍ତି।