Odisha Weather Update: ଆଜି ୨୧ ଜିଲ୍ଲାକୁ ବିଜୁଳି-ଘଡଘଡି ସହ ପ୍ରବଳ ବର୍ଷା ଚେତାବନୀ, ମଙ୍ଗଳବାର ସୁଦ୍ଧା ଆଉ ଏକ ଲଘୁଚାପ
Advertisement
Article Detail0/zeeodisha/odisha1356387

Odisha Weather Update: ଆଜି ୨୧ ଜିଲ୍ଲାକୁ ବିଜୁଳି-ଘଡଘଡି ସହ ପ୍ରବଳ ବର୍ଷା ଚେତାବନୀ, ମଙ୍ଗଳବାର ସୁଦ୍ଧା ଆଉ ଏକ ଲଘୁଚାପ

Odisha Weather Update: ଘୁର୍ଣ୍ଣିବଳୟ ପ୍ରଭାବରେ ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଲାଗିରହିଛି। କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କଟକ ଜିଲ୍ଲାର କିଛି ଅଞ୍ଚଳରେ ଘୁର୍ଣ୍ଣିବଳୟର ପ୍ରଭାବ ଦେଖିବାକୁ ମିଳୁଛି। ପୂର୍ବକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଘୁର୍ଣ୍ଣିବଳୟ ପ୍ରଭାବରେ ୨୦ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି। 

ସୌ- IMD

Odisha Weather Update, ଭୁବନେଶ୍ୱର: ଘନୀଭୂତ ହେଉଛି ଘୁର୍ଣ୍ଣିବଳୟ। ଶନିବାରର ଘୁର୍ଣ୍ଣିବଳୟ ରବିବାର ପୂର୍ବକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ୫.୮କିମି ଉଚ୍ଚତା ଯାଏଁ ବ୍ୟାପିଛି। ଏହାର ପ୍ରଭାବରେ ୨୦ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ବିଶ୍ଳେଷଣ ଅନୁଯାୟୀ, ରବିବାର ପାଇଁ ବିଭିନ୍ନ ଜିଲ୍ଲାଗୁଡିକ ପାଇଁ ପ୍ରବଳ ବର୍ଷା ଏବଂ ବିଜୁଳି ଘଡଘଡି ଜନିତ ଚେତାବନୀ ଜାରିହୋଇଛି।

ଘୁର୍ଣ୍ଣିବଳୟ ପ୍ରଭାବରେ ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଲାଗିରହିଛି। କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କଟକ ଜିଲ୍ଲାର କିଛି ଅଞ୍ଚଳରେ ଘୁର୍ଣ୍ଣିବଳୟର ପ୍ରଭାବ ଦେଖିବାକୁ ମିଳୁଛି। ପୂର୍ବକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟ ଘୁର୍ଣ୍ଣିବଳୟ ପ୍ରଭାବରେ ୨୦ ତାରିଖ ବେଳକୁ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୦-୨୧ରେ ବିସ୍ତୃତି ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ୨୦ରେ ଗଭୀର ସମୁଦ୍ର ଏବଂ ୨୧-୨୨ ରେ ଓଡିଶା ଉପକୂଳ ଅଶାନ୍ତ ସମ୍ଭାବନା ପାଇଁ ମତ୍ସ୍ୟଜୀବୀଙ୍କୁ ୨୦ରୁ ସମୁଦ୍ର ମନା କରାଯାଇଛି।

Also Read: Surjya Kiran Air Show: ଓଡ଼ିଶା ଦେଖିଲା ବାୟୁ ବୀରଙ୍କ ସୌର୍ଯ୍ୟ ଓ ସାମର୍ଥ୍ୟ

 

 

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ରବିବାର ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିକରାଯାଇଛି। ୯ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ବେଳେ ସମସ୍ତ ଜିଲ୍ଲାରେ ଘଡଘଡି ସହ ବଜ୍ରପାତ ହୋଇପାରେ। ତେବେ ଏହି ସମୟରେ ନବରଙ୍ଗପୁର, ନୂଆପଡା, ବଲାଙ୍ଗିର, ବରଗଡ, ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ଦେଓ ଗଡରେ ଶୁଖିଲା ପାଗ ରହିବ ବୋଲି ପାଣିପାଗ କେନ୍ଦ୍ର କହିଛି। ସେହିପରି ସୋମବାର ୧୭ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ପଞ୍ଚିମ ଓଡିଶାରେ ବର୍ଷା ନଥିବା ବେଳେ ୱାର୍ଣ୍ଣିଂ ଜାରି ହୋଇଥିବା ଅଞ୍ଚଳରେ ଘଡଘଡି କି ବଜ୍ରପାତ ଚେତାବନୀ ଦିଆଯାଇନାହିଁ।

 

 ମଙ୍ଗଳବାର ବେଳକୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ୧୦ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଅନ୍ୟ ୧୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ମାଲକାନଗିରି, ନବରଙ୍ଗପୁର ଓ ନୂଆପଡାରେ ଶୁଖିଲା ପାଗ ରହିବ। ଅନ୍ୟପଟେ ବୁଧବାର ପଶ୍ଚିମ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ଓଡିଶାକୁ ଛାଡିଦେଲେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବ। ତେବେ ବୁଧବାର ଠାରୁ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଇଛି। ଘୁର୍ଣ୍ଣିବଳୟ ପାଇଁ ୧୯ ସେପ୍ଟେମ୍ବର ଠାରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ଆସନ୍ତା ୪ ଦିନ ସମୁଦ୍ର ଭିତରକୁ ନ ଯିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।