ସମ୍ବଲପୁର: କେନ୍ଦୁପତ୍ର ସଂସ୍ଥାରୁ GST ଉଚ୍ଛେଦ ପ୍ରତିବାଦରେ ଓଡିଶାର ବିଭିନ୍ନ ସ୍ଥାନରେ ଶ୍ରମିକ ଦିବସ ଦିବସକୁ କଳା ଦିବସ ଭାବେ ପାଳନ କରାଯାଇଛି। ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଗତକାଲି ରାଜ୍ୟର ୧୯ଟି ଡିଭିଜନର 149 ରେଞ୍ଜରେ ଏହି ପ୍ରତିବାଦ କରିଛି। କୋରୋନା ନିୟମ ପାଳନ କରି ଶତାଧିକ କର୍ମଚାରୀ ନାରାବାଜି କରିଛନ୍ତି।  


COMMERCIAL BREAK
SCROLL TO CONTINUE READING

ଗତ ଦୁଇ ବର୍ଷ ମଧ୍ୟରେ GST ବାବଦକୁ ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କେନ୍ଦ୍ର ସରକାର ନେଇଛନ୍ତି। କର୍ମଚାରୀ ଛଟେଇ ଏବଂ ତୋଳାଳି ସାମାଜିକ ସୁରକ୍ଷା (Social Security) ଯୋଜନାରୁ ବଞ୍ଚିତ ମଧ୍ୟ ହେଉଛନ୍ତି। ସେଥିପାଇଁ ୨୦୧୯ ବିଜେପି ନିର୍ବାଚନୀ ଇସ୍ତାହାର ଅନୁସାରେ କେନ୍ଦ୍ର ସରକାର GST ଛାଡ଼ କରିବା ପାଇଁ ସଂଘ ଦାବି କରି ଗତକାଲି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ "ମେ ଡେ'କୁ  କଳା ଦିବସ ପାଳନ କରିଛି।


Also Read: ଫେରିଲା Lockdown; ଜାଣନ୍ତୁ, କଣ ରହିବ ଖୋଲା ଓ କଣ ରହିବ ବନ୍ଦ?


କୋଭିଡ ନିୟମ (Covid19 Guidelines) କୁ ଅନୁପାଳନ କରାଯାଇ ଏହି କଳା ଦିବସ (Black Day) ପାଳନ କରାଯାଇଥିଲା। ଯଦି କେନ୍ଦ୍ର ସରକାର କେନ୍ଦୁପତ୍ର (Kendu Leaf) ଉପରୁ GST ପ୍ରତ୍ୟାହାର ନ କରନ୍ତି ତା ହେଲେ ଅନେକ ତୋଳାଳି ବେରୋଜଗାର ହେବା ସହ ହଇରାଣ ହେବେ ବୋଲି ଓଡିଶା କେନ୍ଦୁପତ୍ର କର୍ମଚାରୀ ସଙ୍ଘର ସମ୍ପାଦକ ସଂଜୀତ ମହାନ୍ତି କହିଛନ୍ତି।